ଟିପର ଲୋଡିଂ ପାଈଁ ସମାନ ନିୟମ ରହୁ

*ନୀଳାଚଳ କାରଖାନା କଳିଙ୍ଗନଗରକୁ ଆସୁଥିବା ଖଣିଜଦ୍ରବ୍ୟ ଯାନ ଗୁଡିକର ଲୋଡ଼ିଙ୍ଗ ବର୍ତ୍ତମାନ ଏକ ପାଖିଆ ହୋଇ ରହିଛି। କିଛି ନିର୍ଦ୍ଧିଷ୍ଟ ଟ୍ରାନ୍ସପୋଟରଙ୍କ ମନ ମାନି ଯୋଗୁଁ ଅଦ୍ୟାବଧି ଯାଜପୁର ରୋଡ ରାଡ ଓ କଳିଙ୍ଗନଗର ଆଞ୍ଚଳିକ ଟିପର ଯାନ ଗୁଡିକ ଲୋଡିଙ୍ଗ ପାଇବାରୁ ବଞ୍ଚିତ ହେଉଛନ୍ତି l ଯେଉଁ ମାନେ ଏହି ଅଞ୍ଚଳରେ କାରଖାନା ପ୍ରତିଷ୍ଠା ପାଇଁ ନିଜର ଘରବାଡି, ଚାଷଜମି ହରାଇ କାରଖାନାରେ ଗାଡ଼ି ନିୟୋଜିତ କରି ଗାଡି ବ୍ୟବସାୟକୁ ମୁଖ୍ୟ ଜୀବିକାରୂପେ ବାଛିଛନ୍ତି , କିନ୍ତୁ କାର୍ଯ୍ୟରତ ଟ୍ରାନ୍ସପୋର୍ଟର କପିଳେଶ୍ବର ମାନ ମାଇଁନିଙ୍ଗ ଆଣ୍ଡ ମିନେରାଲ ପ୍ରାଇଭେଟ ଲିମିଟେଡ ଓ କେପିଏସ ଟ୍ରାନ୍ସପୋର୍ଟ ନିଜ ଛତ୍ରଛାୟା ଥିବା ଗାଡ଼ି ଗୁଡିକୁ ଲୋଡ଼ିଂଙ୍ଗ ଦେଈ ପାତର ଅନ୍ତର କରୁଛି l ଏ ନେଇ ୨୦୨୫ରିଖରେ ଲିଖିତ ଅଭିଯୋଗ ଶାସନ ପ୍ରଶାସନ ସ୍ଥରରେ ହୋଇଥିଲେ ମଧ୍ୟ l ଅଦ୍ୟାବଧି କୌଣସି ପଦକ୍ଷେପ ନ ନିଆଜିବାରୁ ସେମାନେ ଗାଡ଼ି ଗୁଡ଼ିକ ରାସ୍ତା କଡ଼ରେ ଦୀର୍ଘ ଦିନ ଧରି ଛିଡ଼ା କରୁଛନ୍ତିଛି l ଫଳରେ ଗାଡ଼ି କିସ୍ତି ଦେବାରେ ଅସମର୍ଥ ପ୍ରକାଶ ହେବାଦ୍ବାରା ଗାଡ଼ି ଗୁଡ଼ିକୁ ଫାଇନାନ୍ସ କମ୍ପାନୀ ଟାଣିବାକୁ ବାଧ୍ୟ ହେଉଛି l ଆହୁରି ମଧ୍ୟ ଏହି ଗାଡ଼ି ଲୋଡଙ୍ଗି ଉପରେ ନିର୍ଭର ଥିବା ଡ୍ରାଇଭର ହେଲପରଙ୍କ ପରିବାର ଦରମା ନ ପାଇବାରୁ ନିଜର ପେଟ ପୋଷିବାରେ କଷ୍ଟ ଅନୁଭବ କରୁଛନ୍ତି lତେଣୁ ପେଟର ଭୋକ ଆଗରେ ଏମାନେ ବାଧ୍ୟ ହୋଈ ଆଇନ କୁ ହାତକୁ ନେଇ ବାହାରୁ ଆସୁଥିବ ଗାଡ଼ି ଗୁଡ଼ିକୁ ଶାନ୍ତିପୂର୍ଣ୍ଣ ଭାବରେ ଅଟକାଇ ନିଜର ଦୁଃଖ ସରକାର ବୁଝନ୍ତୁ ବୋଲି ମୂଖ୍ୟ ସ୍ରୋତରେ ସାମିଲ୍ କରିବାକୁ ବାଧ୍ୟ ହେଉଛନ୍ତି l

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *