ତମ ଜୀବନ ସଂଗ୍ରାମ
ଗୋଲୋକବିହାରୀ ବେହେରା
ଜୀବନ ସଂଗ୍ରାମେ ଆଗେଇ ଚାଲିଛ
କେବେ ବି ଯାଇନ ଡରି,
ଲକ୍ଷ୍ୟ ପଥ ଯେତେ କଷ୍ଟ ହେଲେ ବି
ପଛକୁ ଚାହିଁନ ଫେରି।
ପ୍ରଭାତ କୁକ୍କୁଟ ନିଦରୁ ଉଠାଏ
ଶେଯ ଛାଡ଼ିବାକୁ ହୁଏ,
ଘଣ୍ଟା କଣ୍ଟାର ପ୍ରତି ମିନିଟରେ
କର୍ତ୍ତବ୍ୟ ଡାକରା ଦିଏ।
ଶ୍ରାବଣରେ ଭିଜି ମାର୍ଗଶିରେ ଥରି
ଯାଇ ନାହଁ କାମେ ଥକି,
ସମ୍ପଦେ ଉତଫୁଲ ହୋଇନାହିଁ କେବେ
ବିପଦେ ଯାଇନ ଶଙ୍କି।
ତମେ ଅଟ ଅତି ସରଳ କୋମଳ
କେତେ ଖୁସି ରୁହ ସତେ,
ମାନ ଅପମାନ ଜୟ ପରାଜୟ
ଆସୁ ଏ ଜୀବନେ ଯେତେ।
ଷଡ଼ଙ୍ଗୀ, ଢେଙ୍କାନାଳ
ମୋ : ୯୯୩୮୩୦୩୦୪୬>
