ଅନ୍ତର୍ଜାତୀୟ ମହିଳା ଦିବସରେ ଦୂତୀୟ କିସ୍ତି ସୁଭଦ୍ରା ଟଙ୍କ।

ଫୁଲବାଣୀ ତା ୦୮/୦୪/୨୦୨୫ କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ସ୍ଥାନୀୟ ଫୁଲବାଣୀ କୋରାନେସନ୍ ଖେଳ ପଡିଆ ଠାରେ ଓଡିଶା ସରକାରଙ୍କର ମହିଳା ଓ ଶିଶୁ ବିକାଶ ତରଫରୁ ଆଜି ବ୍ରହ୍ମପୁରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଦ୍ଵାରା ବ୍ରହ୍ମପୁର ରୁ ସିଧା ପ୍ରସାରଣ ମାଧ୍ୟମରେ ଆଜି ସୁଭଦ୍ରା ଦୂତୀୟ କିସ୍ତି ଟଙ୍କା ପ୍ରଦନରର ଶୁଭାରମ୍ଭ ହୋଇଛି ।ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ,କନ୍ଧମାଳ ଶ୍ରୀ ରମେଶ ଚନ୍ଦ୍ର ଜେନା ଉଦ୍ ବଧନ ଦେଇ ରାଜ୍ୟ ସରକାର ମହିଳା ମାନଙ୍କୁ ରାଜନୈତିକ, ସାମାଜିକ ତଥା ଅର୍ଥନୈତିକ ସମାନତା ପ୍ରଦାନ ପାଇଁ ଯୋଜନା କରୁଛନ୍ତି ।ମହିଳା ସଶକ୍ତକରଣ ପାଇନେନେଇଥିବ। ପଦକ୍ଷପ ସୁଭଦ୍ରା ତୃତୀୟ କିସ୍ତି ପ୍ରଦାନ ଅବସରରେ ସେ କହିଲେ, ଏହି ସହାୟତା ରାଶିର ସୁବିନିଯୋଗ କରି ସେମାନେ ପରିବାର, ସମାଜ ଓ ରାଷ୍ଟ୍ର କୁ ଆଗେଇ ନେଇପାରିବେ ।ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ,କନ୍ଧମାଳ ଶ୍ରୀ ଶମ୍ଭୁ ନାଥ ନନ୍ଦୀ କହିଲେ,ପୁରୁଷ ଓ ମହିଳା ମାନଙ୍କ ମଧ୍ୟରେ ଥିବା ଅସମାନତା ଦୂର କରିବା ସହିତ ମହିଳା ମାନଙ୍କୁ ସଶକ୍ତ କରିବା ପାଇଁ ସରକାର ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଛନ୍ତି। ଗାଁ ର ମା ମାନେ ସ୍ବାବଲମ୍ବୀ ହେଲେ, ତାଙ୍କ ଆର୍ଥିକ ବିକାଶ ହେବ ସହିତ ପରିବାର ବିକାଶ ହେବା ଫଳରେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ । ମହିଳା ମାନେ ନିଜର ଶିକ୍ଷା ଓ ଦକ୍ଷତା ବୃଦ୍ଧି କରି ନିଜ ଭିତରେ ଥିବା ଲୁକାୟତ ପ୍ରତିଭାକୁ ଲୋକଳଚନକୁ ଅନିପରିଲେ ଏହି ଅସମାନତା ଦୁରହୋଇ ପାରିବ ।ମାନ୍ୟବର ଫୁଲବାଣୀ ବିଧାୟକ ପ୍ରତିନିଧି ଶ୍ରୀ ରମେଶ ଚନ୍ଦ୍ର ମହାନ୍ତି କହିଲେ , ପ୍ରତ୍ୟେକ ସଫଳ ବ୍ୟକ୍ତିଙ୍କ ପଛରେ ଜଣେ ମା ର ଭୂମିକା ନିଶ୍ଚୟ ଅଛି। ଏହି ଦିବସର ଉଦ୍ଦେଶ୍ୟ ହେଉଛି । ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ଏବଂ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା । ପୂର୍ବତନ ଜି, ଉଦୟଗିରି ବିଧାୟକ ଶ୍ରୀମତୀ ଜୟନ୍ତୀ ପ୍ରଧାନ କହିଲେ, ମହିଳା ସଶକ୍ତକରଣ ପାଇଁ ସରକାର ଙ୍କ ର ଯେଉଁ ସବୁ ଯୋଜନା ରହିଛି ବା ଆଗକୁ ହେବାର ଅଛି ସେସବୁ ଫାଇଦା ନେବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ବେହେରା ଏହି ସୁଭଦ୍ରା ସହାୟତା ରାଶିକୁ ସଠିକ୍ ଉପାୟରେ ବିନିଯୋଗ କରିବାକୁ ଏହାର ହିତାଧିକାରୀ ମାନଙ୍କୁ ନିବେଦନ କରିଥିଲେ । ଯେଉଁ ଗୋଗ୍ୟ ହିତାଧିକାରୀ ମାନେ କୌଣସି ଇକାରଣରୁ ଏହି ରାଶି ପାଇପରୁନହନ୍ତି ସେମାନେ ନିକଟସ୍ଥ ମୋ ସେବା କେନ୍ଦ୍ର କୁ ଯାଇ ଅଭିଯୋଗ କରନ୍ତୁ ନଚେତ୍ ଆ କ। ଣ୍ଟ କୁ ଡି ବିଟି ମୋଡକୁ ରୂପାନ୍ତରିତ କରନ୍ତୁ ବୋଲି ପରାମର୍ଶ ଦେଇଥିଲେ । ଜିଲ୍ଲା ସମାଜ ମଙ୍ଗଳ ବିଭାଗର ଦି ପି ସି ଶ୍ରୀ ସମ୍ବିତ ହୋତା କହିଲେ, କନ୍ଧମାଳ ଜିଲ୍ଲାର ୧ ଲକ୍ଷ ୪୮ହଜାର ସୁଭଦ୍ରା ହିତାଧିକାରୀ ଲକ୍ଷ ଧାର୍ଯ୍ୟ ଥିବାବେଳେ ୧ ଲକ୍ଷ ୯୫ ହଜାର ୫୭୩ଜଣ ହିତାଧିକାରୀଙ୍କୁ ସିଧା ସଳଖ ଅର୍ଥ ହସ୍ତାନ୍ତର କରାଯାଇ ପାରିବ ବୋଲି ଆଶା କରାଯାଉଛି । ଡିପିସି, ମିଶନ ଶକ୍ତି ଶ୍ରୀ ରାମ ତାଣ୍ଡି ପ୍ର।ରମ୍ଭିକ ସୂଚନା ପ୍ରଦାନ କରିଥିବା ସହିତ ଧନ୍ୟବାଦ୍ ଅର୍ପଣ କରିଥିଲେ । ଆଜିର ଏହି କାର୍ଯ୍ୟ କ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଫୁଲବାଣୀ ଶ୍ରୀ ସୌମ୍ୟ ରଞ୍ଜନ ପ।ତ୍ର ଙ୍କ ସମେତ ବିଭାଗୀୟ ପଦାଧିକାରୀ,ଜିଲ୍ଲାର ସମସ୍ତ ସିଦିପିଓ, ଅଙ୍ଗନୱାଡ଼ି କର୍ମୀ, ବ୍ୟାଙ୍କ୍ ମିତ୍ର,ଗଣ ମାଧ୍ୟମର ପ୍ରତିନିଧି, ସୁଭଦ୍ରା ହିତାଧିକାରୀଙ୍କ।ଏବଂ ଅନ୍ୟାନ୍ୟ ମହିଳା ମାନେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *