ଜାତୀୟ ଆଇନସେବା ପ୍ରାଧିକରଣ
ଜାତୀୟ ଆଇନସେବା ପ୍ରାଧିକରଣ, ନୁଆ ଦିଲ୍ଲୀ ଓ ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶମତେ ଆଜି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଏକ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି । ମାନ୍ୟବର ଜିଲ୍ଲା ଓ ଦୌରା ଜଜ୍ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନସେବା ପ୍ରାଧିକରଣ, ଖୋର୍ଦ୍ଧା ଶ୍ରୀ ନିଶିଥ୍ ନିଶାଙ୍କ ଅଧ୍ୟକ୍ଷତାରେ ଲୋକ ଅଦାଲତ ଅନୁଷ୍ଠିତ ହୋଇ ପ୍ରୟ ସମସ୍ତ ପ୍ରକାରର ସାଲିସ୍ ଯୋଗ୍ୟ ଜମିଜମା, ଫୌଜଦାରୀ, ରାଜସ୍ଵ, ଦୁର୍ଘଟଣା ଜନିତ ମାମଲା ଓ ପାରିବାରିକ ବିବାହିକ ମାମଲା, ଶ୍ରମ ବିବାଦ ଏବଂ ଅନ୍ୟାନ୍ୟ ଜନ-ଉପଯୋଗୀ ମାମଲାମାନ ସର୍ବମୋଟ ୮୧,୦୧୦ ଗୋଟି ମାମଲା ର ଅଗତ କରାଯାଇ ସେଥି ମଧ୍ୟରୁ ୪୪୨୦୩ ଗୋଟି ମାମଲାର ଉଭୟ ପକ୍ଷଙ୍କ ଆପୋଷ ବୁଝାମଣାରେ ଫଇସଲା କରାଯାଇ ସର୍ବମୋଟ ୨୪,୨୩,୬୪,୦୭୯/- ଟଙ୍କା ଜୋରିମାନା/ ରାଜିନାମା / ରାଜସ୍ଵ ଆଦାୟ କରାଯାଇଅଛି 1 ଉକ୍ତ ଲୋକ ଅଦାଲତରେ ଭୁବନେଶ୍ବରରେ ଅବସ୍ଥାପିତ ଜିଲ୍ଲା କୋର୍ଟର ସମସ୍ତ ବିଚାର ବିଭାଗୀୟ ଅଧିକାରୀ ଓ ଅନ୍ୟାନ୍ୟ ବିଚାର ବିଭାଗୀୟ ଅଧିକାରୀଗଣ ନିଜ ନିଜ କୋର୍ଟ ଯଥା; ଖୋର୍ଦ୍ଧା, ବାଣପୁର, ଚିଲିକା, ଜଟଣୀ, ଟାଂଗୀ ଓ ବେଗୁନିଆ ଠାରେ ଉପସ୍ଥିତ ରହି ମାମଲା ମାନ ଫଇସଲା କରିଥିଲେ । ଉକ୍ତ ଲୋକଅଦାଲତର ସଚିବ ଶ୍ରୀମତି ସଲୋମି ସାହୁ ଉପସ୍ଥିତ ରହି ସମସ୍ତ ଲୋକଅଦାଲତର ଫଳାଫଳକୁ ଜିଲ୍ଲା ଓ ଦୌରା ଜଜଙ୍କ ପାଖରେ ଉପସ୍ଥାପନା କରିବା ସହ ଏହାର ସାମଗ୍ରୀକ ସଫଳତା ପାଇଁ ଖୋର୍ଦ୍ଧା ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ରାଜସ୍ଵ, ଆଚଂଳିକ ବ୍ୟାଙ୍କ ଶାଖା ପରିଚାଳକ, ଆଇନଜିବୀ, ବୀମା ଅଧିକାରୀ ଏବଂ ଅଦାଲତ କର୍ମଚାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତକୁ ଉଦ୍ଯାପନ କରିଥିଲେ
