ଆନ୍ତର୍ଜାତିକ ମହିଳା ଦିବସ ପାଳିତ।
ରାଇକିଆ, କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବଡବାରବା ପଂଚାୟତ ବାଳିକା ଶିକ୍ଷ୍ୟା କେନ୍ଦ୍ରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। l ଏହି ଅବସରରେ ଇମ୍ପାକ୍ଟ ସି .ସି. ଡବ୍ଲ ବାଳିକା ଶିକ୍ଷା କେନ୍ଦ୍ର ର ଦାଇତ୍ୱ ରେ ଥିବା ସରୋଜ ପ୍ରଧାନ ଙ୍କ ଅଧକ୍ଷତାରେ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବଡବାରବା ନାୟବ ସରପଞ୍ଚ ରମ୍ଭି ନାୟକ ଙ୍କ ସମେତ ବଡବାରବା ପଂଚାୟତ ଅଙ୍ଗନବାଡ଼ି କର୍ମୀ ପ୍ରମୋଦିନି ସାହୁ , ପାର୍ତ୍ତିଗୁଡା ଅଙ୍ଗନବାଡି କର୍ମୀ ,ଆଶା କର୍ମୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ମହିଳା ଦିବସ ର ଉଦେଶ୍ୟ ସହିତ ମହିଳା ହିଂସା ରୋକିବା ଦିଗରେ ଆଲୋଚନା କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟା ରେ ମହିଳା ଉପସ୍ଥିତ ରହିଥିଲେ l ଏହି ଦିବସ କୁ ଧୁମଧାମରେ ପାଳନ କରିବା ସକାଶେ ମହିଳା ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା।
