ନାରୀ ଅନେକ ଅମୃତ ସନ୍ଧାନର ଗନ୍ତାଘର

ନାରୀ ଅନେକ ଅମୃତ ସନ୍ଧାନର ଗନ୍ତାଘର ଜଟଣୀ ତା ୦୯-୦୩-୨୫ ଡେ଼ଲାଙ୍ଗ ବ୍ଲକ ଅନ୍ତର୍ଗତ ସ୍ବେଚ୍ଛାସେବୀ ଅନୁଷ୍ଠାନ ଅମ୍ରିତ ପରିବାର ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ପିଢ଼ ପାଟଣା ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି।ନାରୀ ଅନେକ ଅମୃତ ସମ୍ଭାବନାର ଗନ୍ତାଘର ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ ।ନାରୀର ଆତ୍ମ ସମୀକ୍ଷା, ଆତ୍ମ ସଚେତନତା ,ସୁଦୃଢ଼ ମାନସିକତା ସମାଜକୁ ପ୍ରତ୍ୟେକ କ୍ଷେତ୍ରରେ ଚଳଚଞ୍ଚଳ ,ଗତିଶୀଳ, ଶାନ୍ତଶୀଳ କରିପାରିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଛନ୍ତି।ପିଢ ପାଟଣା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା କବି ଦିଗମ୍ବର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ସମାଜ ସେଵୀ ଲକ୍ଷ୍ମୀ ନାରାୟଣ ପାଠୀ, ଗାନ୍ଧୀ ତତ୍ତ୍ଵ ପ୍ରଚାରକ ତଥା ସୁସଙ୍ଗଠକ ଅନାମ ମଲ୍ଲିକ, ଶିକ୍ଷାବିତ୍ ତଥା ସୁସାହିତ୍ୟିକ କାଶୀନାଥ ମହାପାତ୍ର,ମୁନିଦା ସ୍କୁଲ୍ ର ପ୍ରଧାନ ଶିକ୍ଷକ ଅଶୋକ ପ୍ରଧାନ, ସମାଜ ସେବୀ ସୁରେଶ ମନ୍ତ୍ରୀ, ଡେ଼ଲାଙ୍ଗ ୟୁଜିୟୁପି ସ୍କୁଲ୍ ର ପ୍ରଧାନ ଶିକ୍ଷକ ଅଭୟ ଚରଣ ସାହୁ, କବୟିତ୍ରୀ ପାର୍ବତୀ ମହାପାତ୍ର, ସୁଗୃହିଣୀ ମାଧବୀକା ମିଶ୍ର ପ୍ରମୁଖ ଯୋଗଦେଇ ନାରୀର ଆର୍ଥିକ ସ୍ବାଧୀନତା,ନାରୀ ସଶକ୍ତିକରଣ, ମହିଳା ସ୍ବାବଲମ୍ବନ,ନାରୀ ଅତ୍ୟାଚାର ,ନିର୍ଯ୍ୟାତନା ରୋକିବାରେ ଉଭୟ ନାରୀ , ପୁରୁଷ ଓ ସମାଜର ଭୂମିକା, ନାରୀ ସ୍ବାଧିନତା ଓ ନାରୀ ସଂଯମତା ଉପରେ ଗୁରୁତ୍ୱାରୋପ କରି ବିଭିନ୍ନ ସମୟରେ ସମାଜରେ ନାରୀମାନଙ୍କ ମୁଖ୍ୟ ଭୂମିକା ଓ ଏହାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।ନାରୀ ସମାଜ ପ୍ରତି ଥିବା ସାମାଜିକ କୁସଂସ୍କାର ଓ ଅନ୍ଧବିଶ୍ୱାସ ପରିହାର କରିବା ଏବଂ ନାରୀମାନଙ୍କ ସଂସ୍କୃତି ସମ୍ପନ୍ନ ଦୃଷ୍ଟି କୋଣ ଉପରେ ଆଲୋକପାତ କରିଥିଲେ। ଜଟଣୀରୁ ସ୍ଵତନ୍ତ୍ର ପ୍ରତିନିଧି ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *