ମହିଳାଙ୍କ ତ୍ୟାଗ ଓ ସ୍ୱୀକୃତି କୁ ସମ୍ମାନ ଜଣାଇ କ୍ରାନ୍ତି ପାଳନ କଲା ଆନ୍ତର୍ଜାତୀୟ ମହିଳା ଦିବସ

ମହିଳାଙ୍କ ତ୍ୟାଗ ଓ ସ୍ୱୀକୃତି କୁ ସମ୍ମାନ ଜଣାଇ କ୍ରାନ୍ତି ପାଳନ କଲା ଆନ୍ତର୍ଜାତୀୟ ମହିଳା ଦିବସ । ବ୍ରହ୍ମପୁର ତା ୦୮.୦୩.୨୦୨୫ ରିଖ ମହିଳାମାନଙ୍କର ତ୍ୟାଗ, ସେବା ଓ ବଳିଦାନର ଦିବସ । ମହିଳାଙ୍କ ତ୍ୟାଗ ଓ ସ୍ୱୀକୃତି କୁ ସମ୍ମାନ ଜଣାଇ ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖ କୁ ଆନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଇଥାଏ । ପୁରା ବିଶ୍ୱରେ ମହିଳା ମାନଙ୍କର ଜୀବନରେ ସୁଧାର ଆଣିବା ପାଇଁ ଓ ସେମାନଙ୍କ ପ୍ରତି ବିଷୟକୁ ନେଇ ସଚେତନ ସୃଷ୍ଟି କରିବା ସହ ସମସ୍ତ ମହିଳାଙ୍କ ମୁହଁରେ ହସ ଫୁଟାଇବା ପାଇଁ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ କ୍ରାନ୍ତି ବ୍ରହ୍ମପୁର ଓ ସରକାରୀ ଆଇ ଟି ଆଇ ମିଳିତ ସହଯୋଗରେ ଆନ୍ତର୍ଜାତୀୟ ମହିଳା ଦିବସ ମହା ଆଡ଼ମ୍ବରେ ପାଳିତ ହୋଇଯାଇଛି।ବ୍ରହ୍ମପୁର ସରକାରୀ ଆଇ ଟି ଆଇ ଛାତ୍ରୀ ନିବାସ ଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ମହିଳା ଦିବସରେ ସମସ୍ତ ଅତିଥି ମାନଙ୍କ ଗହଣରେ ବୃନ୍ଦାବତୀଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି କାର୍ଯକ୍ରମ କୁ ଶୁଭାରମ୍ଭ କରାଯାଇଥିଲା। ମୁଖ୍ୟଅତିଥି ରୁପେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଅର୍ଥନୀତି ବିଭାଗ ଅବସରପ୍ରାପ୍ତ ପ୍ରଫେସର ଡ଼ ସନ୍ଧ୍ୟା ରାଣି ଦାସ ଯୋଗ ଦେଇଥିବା ବେଳେ, ସମ୍ମାନୀତ ଅତିଥି ରୂପେ ସରକାରୀ ଉଚ୍ଚ ବିଦ୍ୟାଳୟ ମେଡିକାଲ୍ କ୍ୟାମ୍ପସ ର ପ୍ରଧାନ ଶିକ୍ଷୟତ୍ରୀ ଡ ପ୍ରଭାତୀ କୁମାରୀ ମହାପାତ୍ର, ସିଦ୍ଧ ଭୈରବୀ ଉଚ୍ଚ ମହାବିଦ୍ୟାଳୟ ର ସ୍କାଉତ୍ ଓ ଗାଇଡ ରେଞ୍ଜର ମୋନାଲିସା ଦାସ ଓ ବ୍ରହ୍ମପୁର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର ସହାୟକ ପରିବେଶ ବୈଜ୍ଞାନିକ ମିସ୍ ପୁନମ ବେହେରା ପ୍ରମୁଖ ଯୋଗଦେଇ ମହିଳା ଦିବସର ଉଦ୍ଦେଶ୍ୟ ଓ ଆବଶ୍ୟକତା ସହ ସମସ୍ତ ମହିଳା ଏବଂ ବାଳିକାମାନଙ୍କ ପାଇଁ: ଅଧିକାର। ସମାନତା। ସଶକ୍ତିକରଣ ଉପରେ ଉପସ୍ଥିତ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ।ସମସ୍ତ ମହିଳାଙ୍କୁ ସ୍ଵାଭିମାନୀ ହେବାକୁ ଗୁରୁତ୍ୱ ଦେବା ସହ ନିଷ୍ଠାପର ଉପଯୋଗ ଓ କାର୍ଯ୍ୟକାରିତା ଉପରେ ନିଜର ମତାମତ ରଖିଥିଲେ। କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ଼ଃ ଦେବାନନ୍ଦ ଦାଶ ଅଧ୍ୟକ୍ଷତା କରି ତାଙ୍କ ବକ୍ତବ୍ୟରେ କହିଥିଲେ ଆଜିର ଆନ୍ତର୍ଜାତୀୟ ମହିଳା ଦିବସରେ ନାରୀକୁ ସମ୍ମାନ ଦେଇ ବିଶ୍ୱରେ ନାରୀ ଶକ୍ତିକୁ ଦୃଢତାର ସହ ସହଯୋଗ କରିବା ପାଇଁ ଚେଷ୍ଟା କରିବା ଆମର ମୂଳ ଲକ୍ଷ୍ୟ। ଆଇ ଟି ଆଇ ର ଏ ଟି ଓ ସୁଚିତ୍ରା ମିଶ୍ର ଓ ସୁନନ୍ଦା ବେହେରାଙ୍କୁ ଟ୍ରଫି ଦେଇ ସମ୍ମାନିତ କରାଯିବା ସହ ଯୁବ ସାମ୍ବାଦିକା ଇତିଶ୍ରୀ ପାତ୍ର ଙ୍କୁ ତାଙ୍କରି କାର୍ଯ୍ୟ ଦକ୍ଷତା ପାଇଁ ସମ୍ମାନିତ କରାଯାଇଥିଲା।ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିବା ୪୦୦ ଜଣ ଆଇ ଟି ଆଇ ଛାତ୍ରୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା। କ୍ରାନ୍ତି ଅନୁଷ୍ଠାନର କୁନି କଳାକାର ସହ ମହିଳା ସଦସ୍ୟ ଓ ଅତିଥି ମାନଙ୍କ ଦ୍ଵାରା ଆକର୍ଷଣୀୟ ନୃତ୍ୟ ସହ ସଙ୍ଗୀତ ପରିବେଷଣ କରାଯାଇଥିଲା। ଏଥିରେ କ୍ରାନ୍ତି ଅନୁଷ୍ଠାନର ନିର୍ମଳା ଦାଶ, ସ୍ନିଗ୍ଧା ରାଣୀ ମହାରଣା ଓ ମିନତି ପଟ୍ଟନାୟକ ଓ ଆଇ ଟି ଆଇ ର ସଦସ୍ୟଙ୍କ ସମେତ କ୍ରାନ୍ତି ଅନୁଷ୍ଠାନର ସମସ୍ତ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ। ଶେଷରେ ନିର୍ମଳା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।ଡଃ ଦେବାନନ୍ଦ ଦାଶକାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକକ୍ରାନ୍ତି,

Leave a Reply

Your email address will not be published. Required fields are marked *