ୱବ୍‌ସାଇଟ୍‌ ‘ଆର୍ଟସ୍‌ ଅଫ୍‌ ଉଇଭିଙ୍ଗ୍‌’

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡ଼ିଶା ହସ୍ତତନ୍ତର ଅଭିନବ େୱବ୍‌ସାଇଟ୍‌ ‘ଆର୍ଟସ୍‌ ଅଫ୍‌ ଉଇଭିଙ୍ଗ୍‌’ର ଲୋକାର୍ପଣଓଡ଼ିଶା ହସ୍ତତନ୍ତର ବିଶ୍ୱସ୍ତରୀୟ ଉପଲବ୍ଧତା ପାଇଁ ଏକ ଅଭିନବ ପ୍ରୟାସଭୁବନେଶ୍ୱର, ୦୯/୦୩/୨୦୨୫ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡ଼ିଶା ହସ୍ତତନ୍ତର ଉତ୍କର୍ଷକୁ ବିଶ୍ୱ ବଜାରରେ ପହଞ୍ଚାଇବା, ହସ୍ତତନ୍ତ ସଂସ୍କୃତିର ସୁରକ୍ଷା, ସଂରକ୍ଷଣ ଏବଂ ବୁଣାକାରମାନଙ୍କୁ ସଶକ୍ତ କରିବା ଆଭିମୁଖ୍ୟ ନେଇ ଆରମ୍ଭ ହୋଇଥିବା ‘ଆର୍ଟସ୍‌ ଅଫ୍‌ ଉଇଭିଙ୍ଗ୍‌’ (ଅrଟ୍ଟଟ ଞ୍ଚଜ ଘeଚ୍ଚଠinଜ୍ଜ) ହସ୍ତତନ୍ତ େୱବ୍‌ସାଇଟ୍‌ ଲୋକାର୍ପିତ ହୋଇଛି । ସ୍ଥାନୀୟ ଭୁବନେଶ୍ୱର କ୍ଲବ୍‌ରେ ଆୟୋଜିତ ଏହି ଆକର୍ଷଣୀୟ ଲୋକାର୍ପଣ କାର୍ଯ୍ୟକ୍ରମରେ ସମାଜର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳା ଅଧିକାରୀ, ଶିକ୍ଷାବିତ୍‌, ଇଂଜିନିୟର, ଚିକିତ୍ସକ, କଳାକାର, ନୃତ୍ୟଶିଳ୍ପୀ ଏବଂ ଗୃହିଣୀମାନେ ଯୋଗଦେଇ ଓଡ଼ିଶା ହସ୍ତତନ୍ତର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଉତ୍ସବରେ ଅତିଥି ଭାବେ ଯୋଗଦେଇ ସୂଚନା ଓ ଲୋକସଂପର୍କ ବିଭାଗର ଉପନିର୍ଦ୍ଦେଶିକା ସୁଚେତା ପି୍ରୟଦର୍ଶିନୀ କହିଥିଲେ, ଆମେ ଓଡ଼ିଆଣୀମାନେ ଓଡ଼ିଶା ହସ୍ତତନ୍ତ ପରିଧାନରେ ସବୁଠାରୁ ଅଧିକ ଆକର୍ଷଣୀୟ ଲାଗିଥାନ୍ତି । ହସ୍ତତନ୍ତ ପରିଧାନ ବିନା ଓଡ଼ିଆ ନାରୀଙ୍କର ଶାଢ଼ିସମ୍ଭାର ପରିପୂର୍ଣ୍ଣ ହୁଏନି । ଶହ ଶହ ବର୍ଷଧରି ଆମ ବୁଣାକାରମାନେ ହସ୍ତତନ୍ତ ମାଧ୍ୟମରେ ଓଡ଼ିଆ କଳା-ସଂସ୍କୃତିକୁ ଉଜ୍ଜୀବିତ କରି ରଖିଛନ୍ତି । ସଂପ୍ରତି ଆଜିର ପ୍ରତିଯୋଗିତାମୂଳକ ବଜାରରେ ତିଷ୍ଠି ରହିବା ନିମନ୍ତେ ସେମାନଙ୍କୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ପ୍ରବାସୀ ଓଡ଼ିଆମାନଙ୍କ ମଧ୍ୟରେ ଓଡ଼ିଶା ହସ୍ତତନ୍ତର ଚାହିଦା ଓ ଆଦରକୁ ପରିପୂରଣ କରିବା ଦିଗରେ ଏହି େୱବ୍‌ସାଇଟ୍‌ ସହାୟକ ହେବ ବୋଲି ସେ ମତପ୍ରକାଶ କରିଥିଲେ । ‘ଆର୍ଟସ୍‌ ଅଫ୍‌ ଉଇଭିଙ୍ଗ୍‌’ର ପ୍ରତିଷ୍ଠାତା ଦୀଶା ଦାସ ଏହି େୱବ୍‌ସାଇଟ୍‌ ପରିକଳ୍ପନାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଉଚ୍ଚଶିକ୍ଷା ପାଇଁ ବହୁରାଷ୍ଟ୍ରୀୟ କମ୍ପାନୀର ଆଇଟି ଚାକିରି ଛାଡ଼ି ଆମେରିକାର ଜର୍ଜିଆଟେକ୍‌ ବିଶ୍ୱବିଦ୍ୟାଳୟରେ ଏମ୍‌ଏସ୍‌ କରୁଥିବା ସମୟରେ ହିଁ ସେଠାରେ ହେଉଥିବା ବିଭିନ୍ନ ସାମାଜିକ ଉତ୍ସବରେ ଓଡ଼ିଶା ହସ୍ତତନ୍ତ ପ୍ରତି ଲୋକଙ୍କ ମନରେ ଆଗ୍ରହ ଲକ୍ଷ୍ୟ କରିଥିଲେ । କିନ୍ତୁ ସେଠାର ଲୋକଙ୍କ ପାଖରେ ଉପଯୁକ୍ତ ତଥ୍ୟ, ସୂଚନା ଏବଂ ଶାଢ଼ିର ପ୍ରସ୍ତୁତି ଓ ଗୁଣବତ୍ତା ସମ୍ପର୍କରେ ଯଥେଷ୍ଟ ଜ୍ଞାନ ନ ଥିବା ଏବଂ ବିଦେଶରେ ହସତନ୍ତ ଶାଢ଼ି ସହଜରେ ଉପଲବ୍ଧ ହେଉ ନଥିବା ଅନୁଭବ କରିଥିଲେ । ତେଣୁ ଉଚ୍ଚଶିକ୍ଷା ପରେ କଣ୍ଟେଣ୍ଟ ରାଇଟିଂ ଏବଂ େୱବ୍‌-ଡିଜାଇନିଂରେ ବିଶେଷ ଜ୍ଞାନ ହାସଲ କରିଥିବା ଦୀଶା ଓଡ଼ିଶା ହସ୍ତତନ୍ତର ବିଶ୍ୱସ୍ତରୀୟ ଆଦୃତି ଏବଂ ଚାହିଦାକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି େୱବ୍‌ସାଇଟ୍‌ର ପରିକଳ୍ପନା କରିଥିଲେ । ଦୀର୍ଘ ୬ ମାସର କଠିନ ପରିଶ୍ରମ ପରେ ଏହି େୱବ୍‌ସାଇଟ୍‌ର ଲୋକାର୍ପଣ ହୋଇଛି ଏବଂ ଆଗାମୀ ଦିନରେ ଏହାକୁ ଅଧିକ ସଂପ୍ରସାରଣ କରିବା ପାଇଁ ସେ ଆପ୍ରାଣ ଉଦ୍ୟମ କରିବେ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ େୱବ୍‌ସାଇଟ୍‌ ଜରିଆରେ ଅନ୍‌ଲାଇନ୍‌ ଅର୍ଡର ଦେଇ ହସ୍ତତନ୍ତ ଶାଢ଼ି ନେଇଥିବା ପ୍ରଥମ ୨୦ ଜଣ ମହିଳାଙ୍କୁ ଆର୍ଟସ୍‌ ଅଫ୍‌ ଉଇଭିଙ୍ଗ୍‌ ଡିଭା ଭାବରେ ସମ୍ବର୍ଦ୍ଧିତ କରାଯିବା ସହ ହସ୍ତତନ୍ତ ବସ୍ତ୍ର ଉପହାର ପ୍ରଦାନ କରାଯାଇଥିଲା । ବିଗତ ଦିନରେ ସୁଶ୍ରୀ ଦୀଶା ଓଡ଼ିଶାର ବିଭିନ୍ନ ଅଞ୍ଚଳ ଗସ୍ତ କରି ବୁଣାକାରମାନଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ କରିବା ଏବଂ ସେମାନଙ୍କଠାରୁ ଆହରଣ କରିଥିବା ବୟନ ପ୍ରଣାଳୀ ସଂପର୍କିତ ଜ୍ଞାନକୁ ଭିଡ଼ିଓ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା । ହସ୍ତତନ୍ତପ୍ରେମୀମାନେ hଟ୍ଟଟ୍ଟଞ୍ଛଟ://ଚ୍ଚrଟ୍ଟଟଞ୍ଚଜweଚ୍ଚଠinଜ୍ଜ.cଞ୍ଚm ଲିଙ୍କ୍‌ରେ ଯାଇ ଓଡ଼ିଶା ହସ୍ତତନ୍ତର ଅନନ୍ୟ ସଂଗ୍ରହଗୁଡ଼ିକୁ ଦେଖିପାରିବେ । ଏଥିରେ ବିଭିନ୍ନ ବର୍ଗର ଗ୍ରାହକଙ୍କ ଚାହିଦା ଅନୁଯାଇ ଛାୟା, ବଧୂ, ଡିିଭା ଏବଂ ଆଡ଼ମ୍ବର ଆଦି ୪ଟି ଭାଗରେ ଖଣ୍ଡୁଆ, ସମ୍ବଲପୁରୀ ଇକତ୍‌, ପଟ୍ଟଚିତ୍ର, ଟସର, କୋଟପାଡ଼, ହବସ୍‌ପୁରୀ ଏବଂ ବରହମ୍‌ପୁରୀ ପାଟ ଓ ସୂତା ଶାଢ଼ି ତଥା ପୋଷାକ ଉପଲବ୍ଧ ହେଉଛି । ବସ୍ତ୍ରସମୂହର ପ୍ରଦର୍ଶନ ପାଇଁ ଏଆଇ ମଡେଲର ସହାୟତା ନିଆଯାଉଛି ।‘ଆର୍ଟସ୍‌ ଅଫ୍‌ ଉଇଭିଙ୍ଗ୍‌’ର ଉପଦେଷ୍ଟା ଡକଫର ସୁଜାତା ଦାସ ଧନ୍ୟବାଦ ଅର୍ପଣ କରିବା ସହ ଓଡ଼ିଶା ହସ୍ତତନ୍ତର ପ୍ରଚାରପ୍ରସାର ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଶେଷରେ ହସ୍ତତନ୍ତ ପରିଧାନ କରି ଏହି ଲୋକାର୍ପଣରେ ଯୋଗଦେଇଥିବା ମହିଳାମାନଙ୍କ ଦ୍ୱାରା ର୍ୟାମ୍ପ ୱାକ୍‌ ଏବଂ ନୃତ୍ୟ-ସଂଗୀତ ପରିବେଷିତ ହୋଇଥିଲା । ଦୀଶା ଦାସପ୍ରତିଷ୍ଠାତା, ‘ଆର୍ଟସ୍‌ ଅଫ୍‌ ଉଇଭିଙ୍ଗ୍‌’ମୋ-୮୮୯୫୫୫୧୩୯୧

Leave a Reply

Your email address will not be published. Required fields are marked *