ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ନିମାପଡା

( ) ମାର୍ଚ୍ଚ ୮ ଆନ୍ତର୍ଜାତୀୟ ମହିଳା ଦିବସକୁ ସାରା ଦେଶରେ ଧୂମଧାମରେ ପାଳନ କରାଯାଇଥିବା ବେଳେ ନିମାପଡ଼ା ମହାବିଦ୍ୟାଳୟ ୧୯୮୧ ବ୍ୟାଚର ବୟୋଜ୍ୟେଷ୍ଠ ମାନେ ନିଆରା ଢଙ୍ଗରେ ଏହି ଉତ୍ସବ ପାଳିଛନ୍ତି। ସୂଚନା ମୁତାବକ ନିମାପଡ଼ା ବ୍ଲକ ଧଳେଶ୍ୱର ଗ୍ରାମର ଧବଳେଶ୍ୱର ମହାଦେବଙ୍କ ପୀଠରେ ନିମାପଡ଼ା ମହାବିଦ୍ୟାଳୟ ୧୯୮୧ ବ୍ୟାଚର ଛାତ୍ରଛାତ୍ରୀମାନେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରିଥିଲେ। ପ୍ରାୟ ୬୦ରୁ ଉର୍ଦ୍ଧ୍ୱ ପୁରୁଷ ଓ ମହିଳା ବନ୍ଧୁମାନେ ଏକତ୍ରିତ ହୋଇ ମହିଳା ଦିବସର ତାତ୍ପର୍ଯ୍ୟ,ନାରୀ ସଶକ୍ତିକରଣ, କନ୍ୟା ସନ୍ତାନର ସୁରକ୍ଷା, ବାଲ୍ୟ ବିବାହକୁ ବିରୋଧ, ସମାଜରେ ନାରୀର ଅଖଣ୍ଡ ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିବା ନିମନ୍ତେ ନିଜନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଭାରତୀୟ ଗଣତନ୍ତ୍ରରେ ମହିଳା ମାନଙ୍କର ଉଚ୍ଚକୋଟୀର ଭୂମିକାକୁ ପ୍ରଶଂସା କରିଥିଲେ। ଏହି ଅବସରରେ ମମତା ମିଶ୍ର, ଦିପ୍ତୀ ନନ୍ଦ, ବିନୋଦିନୀ ଶତପଥୀ, ପୁଷ୍ପଶ୍ରୀ ପାଢ଼ୀ, ରିତା ମହାନ୍ତି, ଆରତୀ ପାତ୍ର,ସଞ୍ଜୁ,ଅନ୍ନପୂର୍ଣ୍ଣା ଆଦି ମହିଳା ବନ୍ଧୁମାନଙ୍କୁ ପୁଷ୍ପଗୁଚ୍ଛ, ପତିତପାବନଙ୍କ ମୂର୍ତ୍ତି ପ୍ରଦାନ କରି ସମ୍ବର୍ଦ୍ଧିତ କରା ଯାଇଥିଲା। ଭବିଷ୍ୟତରେ ଏହିଭଳି କାର୍ଯ୍ୟକ୍ରମ ଆୟୋଜନ କରି ସମସ୍ତେ ଏକତ୍ରିତ ହେବାପାଇଁ ନିଷ୍ପତ୍ତି ନିଆଯାଇଥିଲା। ଆଗାମୀ କାର୍ଯ୍ୟକ୍ରମ ପାଇଁ ପରିଚାଳକ ଭାବେ ସୁଧୀର ରଞ୍ଜନ ବରାଳ, ଚିଫ୍ କୋର୍ଡିନେଟର ଭାବେ ପବିତ୍ର ମୋହନ ସ୍ୱାଇଁ, ଆଞ୍ଚଳିକ ଭିତ୍ତିରେ ଗୋପ ଓ କୋଣାର୍କ ପାଇଁ ଲକ୍ଷ୍ମୀଧର ଓ ଗୋପୀ, କାକଟପୁର ଓ ଅସ୍ତରଙ୍ଗ ପାଇଁ ବିରଞ୍ଚି ଓ ନଟଙ୍କୁ, ନିମାପଡ଼ା ପାଇଁ ବନ ଓ ବାବାଜୀ, ପୁରୀ ପାଇଁ ବାମ ଓ ଶରତଙ୍କୁ, ପିପିଲି ଓ ଭୁବନେଶ୍ୱର ପାଇଁ ଅନାଦି ଓ ଅକ୍ଷୟଙ୍କୁ ଏବଂ ମହିଳା କୋର୍ଡିନେଟର ଭାବେ ମମତା ଓ ବିନୀଙ୍କୁ ମନୋନୀତ କରାଯାଇଥିଲା। ସମସ୍ତଙ୍କୁ ଏକସୁତ୍ରରେ ବାନ୍ଧି ଏଭଳି କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଜଗତ ପ୍ରସାଦ ସାବୁତ, ରବୀନ୍ଦ୍ର କୁମାର ପଣ୍ଡା, ପ୍ରାଣକୃଷ୍ଣ କାନୁନଗୋ ପ୍ରମୁଖଙ୍କୁ ସମସ୍ତେ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *