ପୁରୁଷୋତ୍ତମପୁର ବ୍ଲକ ଓ ଏନଏସି ରେ ଖଲ୍ଲିକୋଟ ବିଧାୟକ ଙ୍କ ଦୁଇ ନମିନି ନିଯୁକ୍ତି |
ଗଞ୍ଜାମ ଜିଲ୍ଲା ଖଲିକୋଟ ନିର୍ବାଚନ ମଣ୍ଡଳୀ ରେ ଥିବା ପୁରୁଷୋତ୍ତମପୁର ବ୍ଲକ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ର ବିଧାୟକ ପ୍ରତିନିଧି ଭାବେ ପୁରୁଷୋତ୍ତମପୁର ୱାର୍ଡ ନଂ -୮ ର ପୂର୍ବତନ କାଉନସିଲ ଶ୍ରୀ ସୁଦର୍ଶନ ବେହେରା ଏବଂ ଭାଟକୁମରଡା ଗ୍ରାମ ର ଶ୍ରୀ କୋରାନାଥ ସ୍ୱାଇଁ ମନୋନୀତ ହୋଇଛନ୍ତି,କୋରାନାଥ ପୁରୁଷୋତ୍ତମପୁର ବ୍ଲକ ବିଧାୟକ ପ୍ରତିନିଧି ଭାବେ ଦାଇତ୍ୱ ନେଇଥିବା ବେଳେ ସୁଦର୍ଶନ ପୂରଷୋତ୍ତମପୁର ଏନ ଏ ସି ବିଧାୟକ ପ୍ରତିନିଧି ଭାବେ ଦାଇତ୍ୱ ନେଇଛନ୍ତି l ଗତ ତା -୫ ମାର୍ଚ୍ଚ ୨୦୨୫ ରିଖ ରେ ଖଲିକୋଟ ବିଧାୟକ ଶ୍ରୀ ଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ସେଠୀ ଙ୍କ ଦ୍ଵାରା ବିଧାୟକ ପ୍ରତିନିଧି ଭାବେ ଦୁହେଁ ମନୋନୀତ ହୋଇଛନ୍ତି l

ଏହି ଖୁସି ଖବର ଶୁଣିଲା ପରେ ପୁରୁଷୋତ୍ତମପୁର ଏନ ଏ ସି ଏବଂ ବ୍ଲକ ରେ ଖୁସି ରେ ଲୋକେ ଉତ୍ସାହିତ ହେବାର ଦେଖିବାକୁ ମିଳୁଛି l ସୁଦର୍ଶନ ବେହେରା ଙ୍କ ରାଜନୈତିକ ଜୀବନ ୧୯୯୮ ମସିହାରେ ରେ ଆରମ୍ଭ ହୋଇଥିଲା l ୨୦୦୮ ମସିହାରୁ ୨୦୧୩ ମସିହା ପର୍ଯ୍ୟନ୍ତ ପୁରୁଷୋତ୍ତମପୁର ସହର ର ୱାର୍ଡ ନଂ-୮ ର ସେ କାଉନସିଲର ଥିଲେ l ସୁଦର୍ଶନ ଜଣେ ସମାଜସେବୀ,ଭଦ୍ର,ସରଳ,ପରୋପକାରୀ, ସଚୋଟ କର୍ତ୍ତବ୍ୟ ନିଷ୍ଠ,ନିସ୍ଵାର୍ଥ ପର ଏବଂ ମେଳାପି ବ୍ୟକ୍ତି ଭାବେ ସେ ପରିଚିତ l ସେ ପୁରୁଷୋତ୍ତମପୁର ସହରର ଉନ୍ନତି ଉପରେ ସଦାସର୍ବଦା ଗୁରୁତ୍ୱ ଦେଇ ଆସିଛନ୍ତି ଏବଂ କୋରାନାଥ ମଧ୍ୟ ସଦାବେଳେ ତାଙ୍କ ବ୍ଲକ ଏବଂ ଗ୍ରାମର ଉନ୍ନତି ସକାଶେ ସେ ସଦାବେଳେ ତପ୍ତର ରୁହନ୍ତି l ଏହି ଦୁଇଜଣ ନେତାଙ୍କ ବିଧାୟକ ପ୍ରତିନିଧି ଘୋଷଣା ହେବା ପରେ ପୁରୁଷୋତ୍ତମପୁର ବ୍ଲକ ଏବଂ ଏନ ଏ ସି ରେ ଜନ ସାଧାରଣଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଛି l କାରଣ ଏହି ଦୁଇ ନେତା ଆମ ବ୍ଲକ ଏବଂ ଏନ ଏ ସି ର ଉନ୍ନତି ମୂଳକ କାର୍ଯ୍ୟ କରିପାରିବେ ବୋଲି ବୁଦ୍ଧିଜୀବୀ ମାନେ ଆସ୍ଥା ପ୍ରକଟ କରିଛନ୍ତି l
