ଇଣ୍ଡିଆ-ଜାପାନ ଫ୍ରେଣ୍ଡଶିପ ସେଣ୍ଟର ପକ୍ଷରୁ ହୋଲି ଖେଳିଲେ ଜାପାନୀ ପର୍ଯ୍ୟଟକ
ଇଣ୍ଡିଆ-ଜାପାନ ଫ୍ରେଣ୍ଡଶିପ ସେଣ୍ଟର ପକ୍ଷରୁ ହୋଲି ଖେଳିଲେ ଜାପାନୀ ପର୍ଯ୍ୟଟକ ପୁରୀ: ରଙ୍ଗର ପର୍ବ ହୋଲି। ଓଡ଼ିଶାର ପୁରପଲ୍ଲୀରେ ଏହି ଭାଇଚାରା ପର୍ବ ବେଶ୍ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି I ପରସ୍ପରକୁ ର ଙ୍ଗ ପର୍ବର ଶୁଭେଚ୍ଛା ଜଣାଇବା ସହ ଖେଳିଛନ୍ତି ହୋଲି। କେବଳ ଓଡ଼ିଆ ନୁହନ୍ତି ବିଦେଶୀ ପର୍ଯ୍ୟ ଟକ ବି ଏଥିରେ ସାମିଲ ହୋଇଛନ୍ତି । ଫ୍ରେଣ୍ଡଶିପ ସେଣ୍ଟର ଓ ପୁରୀ ବେଳାଭୂମିରେ ପଇଡ଼ ପି ହୋ ଲି ଖେଳିଛନ୍ତି ଜାପାନୀ ପର୍ଯ୍ୟଟକ। ଭାରତ- ଜା ପାନ ଫ୍ରେଣ୍ଡଶିପ ସେଣ୍ଟର ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବହୁ ଜାପାନୀ ପର୍ଯ୍ୟଟକ ହୋଲି ପର୍ବରେ ସାମିଲ ହୋଇ ନିଆରା ଅନୁଭୂତି ସାଉଣ୍ଟି ଛନ୍ତି I ପରସ୍ପର ଦେହରେ ରଙ୍ଗ, ଅବିର ଲଗାଇ ବା ସହ ଆଲିଙ୍ଗନ କରି ହୋଲି ପର୍ବର ଶୁଭେଚ୍ଛା ଜଣାଇଥିଲେ | ଏ ସମ୍ପର୍କରେ ସେଣ୍ଟରର ସଭାପ ତି ଶ୍ରୀମନ୍ତ କୁମାର ଦାଶ କୁହନ୍ତି, ହୋଲି ଓଡ଼ିଆ ଙ୍କ ଭାଇ ଚାରାର ପର୍ବ। ଏହି ଦିନରେ ସମସ୍ତେ ରାଗ ଅଭିମାନକୁ ଭୁଲି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏଥିରେ ଏକତ୍ରିତ ହୋଇଥାନ୍ତି। ହୋଲି ପର୍ବ ଏବଂ ଉକ୍ରଳୀୟ ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ଜାପାନୀ ଭାଷାରେ ସେମାନଙ୍କୁ ଅବଗତ କରାଇବା ପରେ ସେମାନେ ବେଶ୍ ଖୁସି ହୋଇ ସାତ ରଙ୍ଗ ର ମଜା ନେବା ସହ ଭରପୂର ଆନନ୍ଦ ଉପ ଭୋଗ କରିଥିଲେ | ଶନିବାର ସକାଳେ ପ୍ରଥମେ ସେଣ୍ଟର ପରିସରରୁ ବାହାରି ରାସ୍ତାରେ ସମସ୍ତ ଙ୍କ ସହିତ ରଙ୍ଗ ଖେଳି ଚକ୍ରତୀର୍ଥ ବେଳାଭୂମିରେ ପହଞ୍ଚି ଥିଲେ | ଓଡ଼ିଆ ଏବଂ ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ପର୍ଯ୍ୟଟକଙ୍କ ସହ ସାମିଲ ହୋଇ ହୋଲି ଖେଳି ସମୁଦ୍ର ସ୍ନାନର ମଜା ନେଇଥିଲେ ସୂଦୁର ଜାପାନ ନାଗରି କ | ସେମାନେ ପ୍ରାକୃତିକ ରଙ୍ଗରେ ହୋଲି ଖେଳିଥିଲେ। ଫଳରେ ଉଭୟ ଦେଶର ଭାଇଚାରା ଓ ସମ୍ପର୍କ ସୁଦୃଢ଼ ହେବା ସହ ପର୍ଯ୍ୟଟନର ବିକାଶ ହୋଇପାରିବ ବୋଲି ଶ୍ରୀ ଦାଶ ମତବ୍ୟକ୍ତ କରିଛନ୍ତି ।
