ତୀର୍ଥକ୍ଷେତ୍ର ମୋର
ତୀର୍ଥକ୍ଷେତ୍ର ମୋର
ତୀର୍ଥକ୍ଷେତ୍ର ମୋର ପୁଣ୍ୟ ଆଧାରିତ ଚାରିଧାମ ମୋକ୍ଷପ୍ରଦ
ତୀର୍ଥକ୍ଷେତ୍ର ମୋର ମାନ୍ୟ ଉଚ୍ଚାରିତ ଆତ୍ମାରାମ ଆଶୀର୍ବାଦ ।
ତୀର୍ଥକ୍ଷେତ୍ର ମୋର ଆଶା ପ୍ରଶଂସିତ ଆନନ୍ଦର ଗଙ୍ଗାଡୁବ
ତୀର୍ଥକ୍ଷେତ୍ର ମୋର ଭାଷା ପ୍ରକାଶିତ ଗୋବିନ୍ଦର ଦିବ୍ୟଭାବ ।
ତୀର୍ଥକ୍ଷେତ୍ର ମୋର ମୁଖ ଦରଶନ ନାରାୟଣ ବଇରଖ
ତୀର୍ଥକ୍ଷେତ୍ର ମୋର ସୁଖ ଚଇତନ ପ୍ରାଣଗୁଣ ତଦାରଖ ।
ତୀର୍ଥକ୍ଷେତ୍ର ମୋର ସାହା ବଇଭବ ଆଶାତୀତ ବ୍ୟାକୁଳତା
ତୀର୍ଥକ୍ଷେତ୍ର ମୋର ରାହା ଅନୁଭବ ସ୍ଥିରଚିତ୍ତ ସଫଳତା ।
ତୀର୍ଥକ୍ଷେତ୍ର ମୋର ମନ ଅଭିଧାନ ପରୀକ୍ଷିତ ଶବ୍ଦଭେଦ
ତୀର୍ଥକ୍ଷେତ୍ର ମୋର ଜ୍ଞାନ ସମ୍ବିଧାନ ସଂରକ୍ଷିତ ଚତୁ୍ର୍ବେଦ ।
ତୀର୍ଥକ୍ଷେତ୍ର ମୋର ସତ୍ୟ ସନ୍ଧାନର ଉଲ୍ଲିଖିତ ଚୁକ୍ତିପତ୍ର
ତୀର୍ଥକ୍ଷେତ୍ର ମୋର ନିତ୍ୟ ନୂତନର ଆଲୋଚିତ ଭକ୍ତିସୂତ୍ର ।
ତୀର୍ଥକ୍ଷେତ୍ର ମୋର ଆତ୍ମା ପଞ୍ଚଭୂତ ପ୍ରାୟୋଜିତ ଅଭିଜ୍ଞାନ
ତୀର୍ଥକ୍ଷେତ୍ର ମୋର କାୟା ଅନୁଭୂତ ଅନୁଗତ ସଦଜ୍ଞାନ ।
ତାରାପ୍ରସାଦ ଜେନ
ରାଜ ରଣପୁର, ଜିଲ୍ଲା-ନୟାଗଡ଼, ଓଡ଼ିଶା
ଦୂରଭାଷ- ୯୩୪୮୦୫୪୩୦୦
