ମିଡିଆ ଫେଡରେସନ ଅଫ୍ ଓଡିଶା ର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ.

ମିଡିଆ ଫେଡେରେସନ ଅଫ୍ ଓଡିଶାର ତପନ ସଭାପତି, ସିଦ୍ଧାର୍ଥ ସମ୍ପାଦକ, ଗୌର ଉପଦେଷ୍ଟା ଭାବେ ନିର୍ବାଚିତଭୁବନେଶ୍ବର, ମିଡିଆ ଫେଡରେସନ ଅଫ୍ ଓଡିଶା ର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି, ବରିଷ୍ଠ ସଦସ୍ୟ ଗୌର ଚନ୍ଦ୍ର ମହାପାତ୍ର ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ବୈଠକରେ ତପନ ବିହାରୀ ଭଞ୍ଜ, ସଭାପତି, ଅମଲେନ୍ଦୁ ସିହ୍ନା, ଉପସଭାପତି, ସିଦ୍ଧାର୍ଥ ଶଙ୍କର ମିଶ୍ର, ସମ୍ପାଦକ, ସନ୍ତୋଷ ତ୍ରିପାଠୀ, ଯୁଗ୍ମ ସମ୍ପାଦକ, ସମୀର ରାୟ, ସହକାରୀ ସମ୍ପାଦକ, ସୌଭାଗ୍ୟ ମହାନ୍ତି, କୋଷାଧ୍ଯକ୍ଷ ଓ ବାର ଜଣ ସଦସ୍ୟ କାର୍ୟକାରୀ କମିଟି କୁ ନିର୍ବାଚିତ ହୋଇଛନ୍ତି, ଗୌର ଚନ୍ଦ୍ର ମହାପାତ୍ର ଙ୍କୁ ପ୍ରତିଷ୍ଠାତା ଉପଦେଷ୍ଟା ଭାବେ ମନୋନୀତ କରାଯାଇଛି l ଫେଡେରେସନର ସଭାପତି ଶ୍ରୀ ଭଞ୍ଜ ଘୋଷାଣ କରିଛନ୍ତି ଯେ ଖୁବ୍ ଶୀଘ୍ର ନୂଆଦିଲ୍ଲୀସ୍ଥିତ ମିଡିଆ ଫେଡରେସନ ଅଫ୍ ଇଣ୍ଡିଆ ସହ ସହବନ୍ଧିତ ହେବ lଫେଡେରେସନର ସଭାପତି ଓ ସମ୍ପାଦକ ଏକ ମିଳିତ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ଯେ ସାମ୍ବାଦିକ ମାନଙ୍କୁ ଲୋକସେବା ଭବନକୁ ପ୍ରବେଶ ପାଇଁ ମାନନୀୟ ମୋହନ ମାଝୀ ସରକାର ଯେଉଁ ଏତିହାସିକ ପଦକ୍ଷେପ ନେଇଛନ୍ତି ତାହା ସ୍ୱାଗତ୍ ଜଣାଇବା ସହିତ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି l କିନ୍ତୁ ଏହି ପ୍ରବେଶ ପାଇଁ ଯେଉଁ ପାସ୍ ବ୍ୟବସ୍ଥା ରହିଛି ତାହା ଚିହ୍ନିଟ ପ୍ରକ୍ରିୟା ଅତିକମରେ ତିନି ମାସ ସମୟ ଲାଗି ଯାଉଛି, ସେହି ଚିହ୍ନଟ ପ୍ରକ୍ରିୟା କୁ ପନ୍ଦର ଦିନ ଭିତରେ ଶେଷ କରି ପାସ୍ ପ୍ରଦାନ ପାଇଁ ବ୍ୟବସ୍ଥା କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି, ଏଥି ସଙ୍ଗେ ସଙ୍ଗେ ସମସ୍ତ କାର୍ଯ୍ୟରତ ସାମ୍ବାଦିକଙ୍କ ସୁରକ୍ଷା ବ୍ୟବସ୍ଥା, ଅନ୍ୟ ରାଜ୍ୟ, ଭଳି ସାମ୍ବାଦିକ ମାନଙ୍କୁ ତୁରନ୍ତ ପେନସନ ପ୍ରଦାନ, ସାମ୍ବାଦିକଙ୍କ ପରିବାରଙ୍କୁ ସ୍ୱାସ୍ଥ୍ୟ ବୀମା ରେ ବାପା ଓ ମା ଙ୍କୁ ଅନ୍ତର୍ଭୁକ୍ତ କରିବା, ଯେଉଁ ନୂତନ ସାମ୍ବାଦିକ ମାନଙ୍କୁ ତୁରନ୍ତ ସ୍ୱାସ୍ଥ୍ୟ ବୀମା ପ୍ରଦାନ, ଵିଜ୍ଞାପନ ନୀତିରେ ସମସ୍ତ ଖବରକାଗଜକୁ ଵିଜ୍ଞାପନ ପ୍ରଦାନ, ଗୃହ ଓ ଗାଡି ରୁଣ ରେ ସୁଧ ଛାଡ଼, ଅନ୍ୟ ରାଜ୍ଯ ଭଳି ସମସ୍ତ ସାମ୍ବାଦିକ ମାନଙ୍କୁ ସ୍ୱୀକୃତି ପ୍ରଦାନ କରିବା, ସ୍ୱୀକୃତି ଅପେକ୍ଷାରେ ସମ୍ବାଦପତ୍ରକୁ ତୁରନ୍ତ ସ୍ୱୀକୃତି ପ୍ରଦାନ କରିବା ସଙ୍ଗେ ସଙ୍ଗେ ଜିଲ୍ଲା ସୂଚନା ଅଧିକାରୀ ମାନଙ୍କୁ ଯେଉଁ ପ୍ରସାରଣ ପାଇଁ ଚିଠି ଦ୍ଵାରା ଯେଉଁ ରିପୋର୍ଟ ମଗାଯାଉଛି ତାହାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ, ସରକାର ଏ ସବୁ ପ୍ରତି ଦୃଷ୍ଟି ଦେଇ ବିହୀତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି l

Leave a Reply

Your email address will not be published. Required fields are marked *