ଘର ତାଲା ଭାଙ୍ଗି ଟଙ୍କା ସୁନା ଗହଣା ଚୋରି ଟିକିରି
ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ସ୍ଥିତ ଦୋରା ସାହିର ତଳ ସାହିରେ ରହୁଥିବା ସୁଶାନ୍ତ ନାଗ ଙ୍କ ଘର ରୁ ଗତକାଲି ରାତ୍ରୀ ସମୟ ଦୁର୍ବୁତ୍ତ ମାନେ ଘର ପଛରୁ ତାଲା ଭାଙ୍ଗି ଲକ୍ଷେ ଅଶେ ହଜାର ଟଙ୍କା ସହ ଚାରି ତୁଳା ସୁନା ଚୋରି କରି ନେଇଥିବାଜଣାପଡିଛି । ସୁଚନା ଥାଉକି ସୁଶାନ୍ତି ଶନିବାର ସଦ୍ୟା ପାଞ୍ଚଟା ସମୟରେ ନିଲାବାଡି ଯାତ୍ରା ଦେଖିବା ପାଇଁ ପରିବାର ସହ ଯାଇଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୁତ୍ତ ମାନେ ଚୋରି କରିଛନ୍ତି ପ୍ରଥମେ ଘର ଦ୍ବାର ରେ ଲାଗିଥିବା ସିସିଟିଭି କ୍ୟାମେରା ତା’ରଚିଡ଼େଇ ଦେଇ ପରେ ଘରର ପଛପଟେ ଯାଇ ତାଲା ଭାଙ୍ଗି ଚୋର କରିଥିଲେ । ଏହାପରେ ଗତକାଲି ସନ୍ଧ୍ୟାରେ ଚାରିଟା ସମୟରେ ଘରକୁ ଫେରି ଆସିଥିଲେ ଏହା ପରେ ସେ ଜାଣିବାକୁ ପାଇଥିଲେ ତାଙ୍କ ଘର ରୁ ଚୋରି ହୋଇଛି ବୋଲି ଏ ନେଇ । ଘରର ସିସିଟିଭି ଦେଖୁଲା ବେଳେକେହି ଦୁଇ ଦୁର୍ବୁତ୍ତ ତାଲା ଭାଙ୍ଗିବା ଘରକୁ ପଶି ସୁନା ଗହଣା ସହ କିଛି ଟଙ୍କା ନେଇ ଯାଇଛନ୍ତି। ଏହାପରେ ରାତ୍ରୀ ୯.୩୦ ସମୟରେ ଟିକିର ଥାନା କୁ ଜଣାଇଥିଲେ ଏହା ପରେ ଟିକିଲି ଥାନା ଅଧିକାରୀ ବିଶ୍ବବଦୀନି ବାଗ ନେତୁତ୍ଵରେ ଘଟଣା ସ୍ଥଳକୁ ASI ମହେଶ୍ବର ପାଇକ ଯାଇ ଘଟଣାତଦନ୍ତ କରୁଥିବା ସୂଚନା ମିଳିଛି। ଏହା ପରେ ଆଜି ସଦାନି କୁକୁର ଆଣି ତଦନ୍ତ କରିଥିବା ସୂଚନା ମିଳିଛି l
କାଶୀପୁର ରୁ ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ
