ନିମାପଡା ଗୁହାଳପଡା ଗ୍ରାମରେ ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ
ନିମାପଡା ଗୁହାଳପଡା ଗ୍ରାମରେ ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ
ନିମାପଡା () ନିମାପଡା ଏନସି ଅନ୍ତର୍ଗତ ଗୁହାଳପଡା ଗ୍ରାମରେ ପ୍ରତି ବର୍ଷ ପରି ଚଳିତ ବର୍ଷ ଅଷ୍ଟପ୍ରହରୀ ନାମ ଯଂଜ୍ଞ ସଂକୀର୍ତନ ଅନୁଷ୍ଠିତ ହୋଇଯାଇଛି। ଅଷ୍ଟ ପ୍ରହରୀ ପାଇଁ ଅଧିବାସ ଦିନ ନୀତି ନିୟମ ଅନୁସାରେ ନାମ କୀର୍ତ୍ତନ କରି ସ୍ୱତନ୍ତ୍ର ଶୋଭାଯାତ୍ରାରେ କଳସ ପାଣି ଆଣି କୁଞ୍ଜରେ ସ୍ଥାପନ କରାଯାଇଥିଲା।
ସ୍ଥାନୀୟ ବୁଦ୍ଧନାଥ ମନ୍ଦିର ପ୍ରାଙ୍ଗଣରେ ଗ୍ରାମବାସୀଙ୍କ ଦ୍ୱାରା ଆୟୋଜିତ ଏହି ଅଷ୍ଟପ୍ରହରୀ ନାମ ଯଜ୍ଞରେ 16 ସୁନାମଧନ୍ୟ ସଙ୍କୀର୍ତନ ମଣ୍ଡଳୀ ଯୋଗ ଦେଇଥିଲେ। ତିନି ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରବିବାର ଦିନ ଅଧିବାସ କଳସ ସ୍ଥାପନ କରାଯାଇଥିଲା।ସୋମବାର ଦିନ ଅଷ୍ଟ ପ୍ରହର ନାମ ଯଂଜ୍ଞ ସଂକୀର୍ତନ ଆରମ୍ଭ କରାଯାଇ ମଙ୍ଗଳବାର ଦିନ ଦଧିଭାଣ୍ଡ ଭଞ୍ଜନ ଏବଂ ନଗର କୀର୍ତ୍ତନ କାର୍ଯ୍ୟକ୍ରମ କରାଯାଇଥିଲା। ଷୋଳ ମଣ୍ଡଳ ସଂକୀର୍ତନ ମଣ୍ଡଳୀଙ୍କ ଦ୍ୱାରା ଅଷ୍ଟପ୍ରହରୀ ସଂକୀର୍ତନ କରାଯାଇଥିଲା।ଗୁହାଳପଡା ଗ୍ରାମବାସୀ ବହୁ ଆଡ଼ମ୍ବର ସହକାରେ ଏହି ଅଷ୍ଟପ୍ରହରୀ କାର୍ଯ୍ୟକ୍ରମ କରୁଥିବା ବେଳେ ଆଗାମୀ ଦିନରେ ଆହୁରି ସରସ ସୁନ୍ଦର କରାଯିବ ବୋଲି ଗ୍ରାମ କମିଟି ପ୍ରକାଶ କରିଛନ୍ତି।ମୁଖ୍ୟ ଅଥିତି ଭାବରେ ସମୀର ରଞ୍ଜନ ଦାସ ଜୀବନାନନ୍ଦ ମହାପାତ୍ର, ବେଣୁଧର ସ୍ୱାଇଁ ଯୋଗ ଦେଇଥିଲେ। ଗ୍ରାମର ପ୍ରେମାନନ୍ଦ ନାୟକ ଗୋପାଳ ସ୍ୱାଇଁ,ବାପୁ ପଣ୍ଡା ବ୍ରହ୍ମାନନ୍ଦ ରାଉତ , ଜୟନ୍ତ କୁମାର ନାୟକ ପ୍ରମୁଖ ସହଯୋଗ କରିଥିଲେ। ପ୍ରଦୀପ୍ତ ପଣ୍ଡା କର୍ତ୍ତା ଭାବରେ କାର୍ଯ୍ୟ ତୁଲାଇ ଥିବା ବେଳେ ପ୍ରକାଶ ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
