ଆମବ୍ୟାଙ୍କ (ସି.ଏସ.ପି ପ୍ଲସ )କର୍ମଚାରୀଙ୍କର ରାଜ୍ୟ ସ୍ତରୀୟ ବୈଠକ
କିଶନନଗର , ଓଡିଶା ସରକାରଙ୍କର ଆମ ବ୍ୟାଙ୍କ ଯୋଜନା ଅଧୀନରେ କାର୍ଯ୍ୟ କରୁଥିବା ପଂଚାୟତ ସ୍ତରୀୟ (ସି. ଏସ. ପି. ପ୍ଲସ )ର କର୍ମ କର୍ତା ମାନଙ୍କର ଜଗତସିଂହପୁର ଜିଲ୍ଲା ର ଗୋରଖ ନାଥ ପୀଠ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି ଏହି ବୈଠକ ରେ ପ୍ରାୟ 10ଟି ଜିଲ୍ଲା ର ବିଭିନ୍ନ ବ୍ୟାଙ୍କ ଅଧୀନରେ କାର୍ଯ୍ୟ କରୁଥିବା କର୍ମ କର୍ତା ମାନେ ଯୋଗ ଦେଇଥିଲେ ସୂଚନା ଥାଉ କି ଏହି ଯୋଜନା ମାଧ୍ୟମରେ ସରକାରଙ୍କ ସମସ୍ତ ସରକାରୀ ଯୋଜନା (ଡି.ବି.ଟି )ମାଧ୍ୟମରେ ପ୍ରଦାନ କରାଯିବା ସହିତ ଦିବ୍ୟାଙ୍ଗ, ଭିନ୍ନକ୍ଷମ, ଗର୍ଭବତୀ, ଏବଂ ବରିଷ୍ଠ ନାଗରିକ ମାନେ ବହୁତ ଉପକୃତ ହେଉଛନ୍ତି ଏହି ବୈଠକ ରେ ସରକାର ଙ୍କ ତରଫରୁ ପଉନ ପୁନିକ ଖର୍ଚ୍ଚ ବାବଦ କୁ ମାସିକ 11000 (ଏଗାର ହଜାର )ଟଙ୍କା ପ୍ରାୟ 10ମାସ ହେଲା ସରକାର ପ୍ରଦାନ କରିନାହାନ୍ତି ଏଥି ପାଇଁ ବୈଠକରେ ଅସନ୍ତୁଷ୍ଟ ପ୍ରକାଶ ପାଇଥିଲା ଏହି ବାବଦ ରେ ବାରମ୍ବାର ସରକାରଙ୍କୁ ଜଣାଇଲେ ସୁଦ୍ଧା ଅଦ୍ୟା ବଧି ଏହି ଖର୍ଚ୍ଚ ରାଶି କୁ କର୍ମ କର୍ତା ମାନଙ୍କୁ ପ୍ରଦାନ କରାଯାଇନାହିଁ ! ଖୋଦ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଅଧୀନ ରେ ଅର୍ଥ ବିଭାଗ ଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଏହି ବାବଦରେ ଜନଶୁଣାଣୀ ମାଧ୍ୟମ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅବଗତି କରାଯାଇଛି ଏହି ମାସ ଶେଷ ସୁଦ୍ଧା ଯଦି ଖର୍ଚ୍ଚ ରାଶି ପ୍ରଦାନ ନ କରାଯାଏ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବାପାଇଁ ସର୍ବସଂମତି କ୍ରମେ ସ୍ଥିର କରାଗଲା l
