ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ଭାରତୀୟ ମଜଦୂର ସଂଘ କନ୍ଧମାଳ ପକ୍ଷରୁ ଛଅ ଗୋଟି ଦାବୀପୂରଣ ପାଇଁ ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ।ଭାରତୀୟ ମଜଦୂର ସଂଘ ରାଜ୍ୟ ଶାଖାର ପରାମର୍ଶ କ୍ରମେ କନ୍ଧମାଳ ଶାଖା ପକ୍ଷରୁ ସ୍ଥାନୀୟ ମାଦିକୁନ୍ଦା ଛକରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଭାରତୀୟ ମଜଦୂର ସଂଘର କେନ୍ଦ୍ରୀୟ କମିଟିର ଫେବୃୟାରୀ ୧୨ତାରିଖ ଗୌହାଟି ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁସାରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଆଲୋଚନା ବଜେଟରେ ସ୍ଥାନ ପାଇନଥିବା ରୁ ଏହି ଆନ୍ଦୋଳନ ଦେଶବ୍ୟାପୀ ଅନୁଷ୍ଠିତ ହୋଇଛି। ଅଙ୍ଗନବାଡି ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିବା ଅଙ୍ଗନବାଡି,ଆଶା,ସହାୟିକା ,କୃଷି ଓ ନିର୍ମାଣ ଶ୍ରମିକ ତଥା ଆଉଟ ସୋର୍ସିଂ କର୍ମଚାରୀ ମାନଙ୍କୁ ସରକାରୀ ଚାକିରୀ ମାନ୍ୟତା ଦାବୀରେ ଆନ୍ଦୋଳନ ହୋଇଥିଲା।ବିଏମ ଏସର ଜିଲା ସଭାପତି ଅଶୋକ ପରିଡାଙ୍କ ସହ ଅଙ୍ଗନବାଡି ସଂଘର ସଭାନେତ୍ରୀ ଶର୍ମୀଷ୍ଠା ନାୟକ, ଆରତୀ ବେହେରା, ସଂମ୍ପାଦିକା ସାରଦ ପରିଛା,ଆଶା କର୍ମୀ ଇନ୍ଦିରା ନାୟକ, ଅମ୍ବିକା ବେହେରା ପ୍ରମୁଖ ଶୋଭାଯାତ୍ରାକୁ ପରିଚାଳନା କରିଥିଲେ।ଗତ ବଜେଟରେ ଆୟକର ଛାଡ ପରିମାଣ ବୃଦ୍ଧି, କ୍ଷୁଦ୍ର ଶିଳ୍ପ ଓ ବରିଷ୍ଠ ନାଗରିକଙ୍କୁ ସୁବିଧା ନେଇ ଧନ୍ୟବାଦ ଦିଆଯାଇଥିଲା।କିନ୍ତୁ ଇପିଏସ୯୫ ଅନୁସାରେ ଏକ ହଜାର ଟଙ୍କା ପେନସନ ନାରୀଙ୍କୁ ୫ହଜାର ପେନସନ ଦେବାକୁ ଦାବୀ କରାଯାଇଛି।ଇପିଏଫ ବେତନ ଭୋଗୀଙ୍କ ସିଲିଂ କରାଯାଇଥିବା ବେତନ ୧୫ହଜାରରୁ ୩୦ହଜାର ଟଙ୍କା କୁ ବୃଦ୍ଧି ଓ ଇଏସ ଆଇସି ବେତନ ସୀମା ୨୧ହଜାରରୁ ୪୨ହଜାର କୁ ବୃଦ୍ଧି କରିବାକୁ ଦାବୀ କରାଯାଇଛି।ସରକାର ବହୁତ ସରକାରୀ କମ୍ପାନୀ ର ସମ୍ପତ୍ତି ବିକ୍ରି କରୁଥିବା ରୁ ସେଥିରେ ରୋକ ଲଗାଇବାକୁ ଦାବି କରାଯାଇଛି।ସେହିଭଳି ବୀମା କ୍ଷେତ୍ରରେ ଶତପ୍ରତଶତ ବିଦେଶୀ ପୁଞ୍ଜି ନିବେଶ କୁ ବିରୋଧ କରି ଦାବୀପତ୍ର ପ୍ରଦାନ କରାଯାଇଛି।ଅସଂଗଠିତ କ୍ଷେତ୍ରରେ ସାମାଜିକ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ଦାବୀ ପତ୍ରରେ ଊଲେଖ ରହିଛି। ଜିଲାପାଳଙ୍କ ଅନୁପସ୍ଥିତିରେ ବିଭିନ୍ନ ବ୍ଲକ ପ୍ରତି ନିଧିମାନେ ଅତିରିକ୍ତ ଜିଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ।।ଜିଲ୍ଲାର ଅଙ୍ଗନବାଡି ଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅତିରିକ୍ତ ଜିଲାପାଳଙ୍କୁ ଅବଗତ କରାଇଥିଲେ। ଶେଷରେ ସଭାପତି ଶ୍ରୀମତୀ ଆରତୀ ବେହେରା ଦାବି ଗୁଡ଼ିକ ଶୀଘ୍ର ପୁରାଣ ନ ହେଲେ ରାଜା ରତକୁ ଓଲାହିବ। ପାଇଁ କହିଥିଲେ ।
