ଦୃତଗତି ଗାଡ଼ି ଚାଳନା,ବାଇକ୍ ମୁହାମୁହିଁ ହୋଇ ୧ ମୃତ୍ୟୁ ୫ ଗୁରୁତର

ମଙ୍ଗଳବାର ଅପରାହ୍ନ ୧୧.୩୦ ମିନିଟ ସମୟରେ ଦୃତଗତି ଗାଡ଼ି ଚାଳନାରେ ବାଇକ ଗାଡ଼ି ମୁହାଁମୁହିଁ ହୋଇ ଦୁର୍ଘଟଣା ଘଟି ଜଣେ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଖବର ରୁ ଜଣାପଡ଼ିଛି ଯେ ଫୁଲବାଣୀ ପଟୁ ଏକ ହିରୋହଣ୍ଡା HF DILAX ବାଇକ୍ ଯୋଗେ ୧୦ ବର୍ଷର ପୁଅକୁ ଓ ନିଜ ଶ୍ଵଶୁରକୁ ଧରି ଆଦର୍ଶ ବିଦ୍ୟାଳୟକୁ ଫୁଲବାଣୀ ସ୍ଥିତ ଶଗଡ଼ିଆ ସାହିର ରବି ନାୟକ ଜୈନିକ ବ୍ୟକ୍ତି ଯାଉଥିବା ସମୟରେଅପରପକ୍ଷ ଖଜୁରୀପଡ଼ା ପଟୁ ଏକ ବାଇକ ନମ୍ବର ଓଡି ୨୫ ଆର୍ ୧୨୬୭ ଯୋଗେ ୩ ଜଣ ଯୁବକ ଦୃତଗତିରେ ଆସୁଥିଲେ ପିରିକୁଡ଼ି ଓ ଜାମଝରି ଗ୍ରାମ ମଧ୍ୟମ ଜାଗା ରୁଜିପଡ଼ା ଛକ ଠାରେ ମୁହାଁମୁହିଁ ହୋଇ ଦୁର୍ଘଟଣା ଘଟି ସମସ୍ତେ ଛିଟିକି ହୋଇ ପଡ଼ିଥିଲେ। ଫଳରେ ସମସ୍ତେ ଗୁରୁତର ଆହତ ହୋଇଥିଲେ।ଫୁଲବାଣୀ ଆଦର୍ଶ ଟାଉନ୍ ଥାନାରେ ପୋଇସ୍ ବିଭାଗ ପକ୍ଷରୁ ଏକ ରକ୍ତଦାନ ଶିବିରରେ ରକ୍ତ ଦାନ କରି ଖଜୁରୀପଡ଼ା ଅଞ୍ଚଳର ଯୁବକ ପ୍ରିୟବ୍ରତ ବେହେରା ନିଜ ଘରକୁ ଫେରୁଥିବା ସମୟରେ ଦୁର୍ଘଟଣା ଟି ଦେଖି ରକ୍ତ ଦାନ ଶିବିରରେ ଯୋଗଦେଇଥିବା ଖଜୁରୀପଡ଼ା ଅଞ୍ଚଳର ସମାଜିକ କର୍ମୀ ତଥା ମାଁ ସୂରାଦେଇ ସେବାସଂଘ ସଭାପତି ବିକାଶ କୁମାର ଦିଗାଲକୁ ଖବର ଦେଇଥିଲା। ବିକାଶ ସାଙ୍ଗେ ସାଙ୍ଗେ ଟାଉନ୍ ଥାନାରେ ଜଣାଇବା ସହିତ ଫୁଲବାଣୀ ଅଗ୍ନିଶମ ବାହିନୀର କୁ ଓ ୧୦୮ ଗାଡ଼ିକୁ ଖବର କରି ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ମାନଙ୍କୁ ଉଦ୍ଧାର କରି ଖଜୁରୀପଡ଼ା ଅଗ୍ନିଶମ ବାହିନୀର ତିନୋଟି ଗାଡ଼ି ଯୋଗେ ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଗୁରୁତରଙ୍କ ମଧ୍ୟରୁ ବିନାୟକ ରାଜସ୍ୱ ଦୀପ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁର ଡ଼ାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇ ଥିଲା ହେଲେ ଭଞ୍ଜନଗର ନିକଟ ବାଟରେ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି ମୃତକ ବିନାୟକର ଗ୍ରାମ ଖଜୁରୀପଡ଼ା ଥାନ ଅନ୍ତର୍ଗତ ଅରାପାଜୁ ପଞ୍ଚାୟତର ରାକାଡ଼ି ପଦର ବୋଲି ଜଣା ପଡିଛି। ଗୁରୁତର ମାନଙ୍କ ମଧ୍ୟରେ ହେଲେ ରାକାଡି ପଦର ଗ୍ରାମର ସିଦ୍ଧାନ୍ତ ଗଣ୍ଡା,ରାହୁଲ ଗଣ୍ଡା ଓ ଫୁଲବାଣୀ ଶଗଡ଼ିଆ ସାହିର ରବି ନାୟକ ତାଙ୍କ ୧୦ ବର୍ଷର ପୁଅ ରୁଦ୍ରଦେବ ନାୟକ ଓ ଶଶୁର ବୁରୁପଦା ଗ୍ରାମର ସଦାନନ୍ଦ କହଁର ବୋଲି ଜଣାପଡିଛି। ରବି ନାୟକ କୁ ମଧ୍ୟ ବ୍ରହ୍ମପୁର ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଛି। ରୁଦ୍ର ନାୟକ ଓ ଅଜା ସଦାନନ୍ଦ ଙ୍କ ଚିକିତ୍ସାରେ ସୁଧାର ଆସିଛି ଟିକିଏ ସୁସ୍ଥ ଅଛନ୍ତି ବୋଲି ସୂଚନା ମିଳିଛି।ଖଜୁରୀପଡ଼ା ପୋଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି।

Leave a Reply

Your email address will not be published. Required fields are marked *