ପୁରୀ ନାମ ପରିବର୍ତ୍ତନର କୌଣସି ଆବଶ୍ୟକ ନାହିଁ, ଏ ସମ୍ପର୍କରେ ଆଜି ଜ଼ିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବୀ ପ୍ରଦାନ କରାଯାଇଛି


ଉକ୍ତ ଦାବୀ ପତ୍ରରେ ବିଭିନ୍ନ ଅନୁଷ୍ଠାନ ଦର୍ଶାଇଛନ୍ତି ଯେ,
ପୁରୀ ସମଗ୍ର ବିଶ୍ୱରେ ପରିଚିତ ଓ ପୁରୀ ନାମ କେଉଁ କାଳରୁ ରହିଛି,ଜଗନ୍ନାଥକୁ ନେଇ ପୁରୀ ସମଗ୍ର ବିଶ୍ୱରେ ପରିଚିତ । ଶ୍ରୀକ୍ଷେତ୍ର, ଶଙ୍ଖକ୍ଷେତ୍ର, ବିମଳାକ୍ଷେତ୍ର, ଦଶାବତାରକ୍ଷେତ୍ର ରୂପେ ବିଭିନ୍ନ ପୁରାଣ ବର୍ଣନା କରାଯାଇଛି ।
ଏହିପରି ପୁରୀର ନାମ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ରହିଥିଲେ ମଧ୍ୟ ବର୍ତମାନ ଏହା ” ପୁରୀ ” ନାମରେ ପ୍ରସିଦ୍ଧି ଲାଭ କରିଛି ।ଏହି କ୍ଷେତ୍ରକୁ ପୁରୀ କହିବା ମୂଳରେ ପ୍ରଥମ କାରଣ ହେଉଛି ଯେ ଏହି କ୍ଷେତ୍ରରେ ସମସ୍ତ ଦ୍ରବ୍ୟ ପରିପୂର୍ଣ ହୋଇ ରହିବା ସହ ଏହା ଚର୍ତୁବର୍ଗ ଫଳ ପ୍ରଦାନ କରେ । ତେଣୁ ଚନ୍ଦ୍ରଚୁଡାମଣି ରାଜା ହରିଚନ୍ଦନ ଜଗଦେବ ପୁରୀ ସମ୍ବର୍ଦ୍ଧନା ଏହିପରି ଉକ୍ତି କହିଛନ୍ତି :-

“ଧର୍ମ ଅର୍ଥ କାମ ମୋକ୍ଷ ଚତୁବର୍ଗ ଯହିଁ,
ମର୍ତ୍ୟମଧେ ବୈକୁଣ୍ଠ ଅବତର୍ଣ୍ଣ ତହିଁ “

ବିଭିନ୍ନ ପୁରାଣ, ସଂହିତା, ଗୀତା, ଯାମଳ ଆଦି ଗ୍ରନ୍ଥରେ ଏହି ପୁରୀର ବିଭିନ୍ନ ନାମ ବିଷୟରେ ଅନେକ କିମ୍ବଦନ୍ତୀ ମଧ୍ୟ୍ୟ ରହିଛି ।
ବ୍ରହ୍ମପୁରାଣରେ ମଧ୍ୟ୍ୟ ଏହି କ୍ଷେତ୍ରକୁ ପୁରୁଷୋତ୍ତମ କ୍ଷେତ୍ର ଭଳି ପବିତ୍ର କ୍ଷେତ୍ର ପୃଥିବୀରେ ଦୁଲଭ ।

ମୋଟ ଉପରେ କହିବାକୁ ଗଲେ ଏହା ପୁରୁଷୋତ୍ତମ କ୍ଷେତ୍ର ବା “ପୁରୀ ” ନିଜର ମାହାତ୍ମା ତଥା ପଵିତ୍ରତା ଲାଗି ଯୁଗେ ଯୁଗେ ପ୍ରତିଷ୍ଠା ଲାଭ କରିବା ସଙ୍ଗେ ସଙ୍ଗେ ପ୍ରସିଦ୍ଧି ଲାଭ କରିଛି ତେଣୁ ପୁରୀ ନାମକୁ ପରିବର୍ତନର କୋଣସି ଆବଶ୍ୟକ ନାହିଁ ।
ପୁରୀ ନାମକୁ ନେଇ ରାଜନୀତି ବନ୍ଦ କରାଯାଉ ।

ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘର ଆବାହକ ଅନିଲ କୁମାର,ସାହୁ,ସଭାପତି ବିଶ୍ୱଜିତ ପ୍ରଧାନ, କର୍ଣ୍ଣବୀର ମହାପାତ୍ର,ସୁରେଶ ମହାପାତ୍ର, ଶକ୍ତିଧର ବିଶୋଇ,
ହିମାଂଶୁ ମହାନ୍ତି,ଉର୍ଜାବାନ ଓଡିଶାର ସଭାପତି ସନ୍ତୋଷ ସେନାପତି, ସମ୍ପାଦିକା ନିହାରିକା ତ୍ରିପାଠୀ, ସୀତାରାମ ସେନାପତି, ଦେବେନ୍ଦ୍ର ସୁବୁଦ୍ଧି,ଜିତେନ୍ଦ୍ର ପାତ୍ର
ଓ ଆଶ୍ସୋସିଏସନ ଅଫ twitter ଆଟିଭିଷ୍ଟ୍ରର ଅନୁଷ୍ଠାନର
ଦେବାଶିଷ ଦାଶ,ଦେବରାଜ ଦାସ,ସତ୍ୟନାରାୟଣ ସାହୁ
ଶୁଭଶ୍ରୀ ବେହେରା,ଦେବେନ୍ଦ୍ର ସୁବୁଦ୍ଧି,ଆଦିତ୍ୟ ନାରାୟଣ ବାରିକ୍,ସୁଧାଂଶୁ ଜେନା,ପ୍ରଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *