ଜାଗରଣ କାର୍ଯ୍ୟକ୍ରମ
ଭାଗବତଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ବାଲିଆ ଝୁଲା ଗୋପୀନାଥ ଓ ବାଲିଆ ଲୋକାନାଥ ଙ୍କ ପ୍ରାଙ୍ଗଣରେ ପଦ୍ମଶ୍ରୀ ପୁର୍ଣ୍ଣମାସୀ ଜାନୀଙ୍କ ଦିବ୍ୟ ସନ୍ଦେଶ ତଥା ଟାଡିସରୁ ମିଶନ ପକ୍ଷରୁ ଶ୍ରୀଭାଗବତ ଜାଗରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଆ ଭାଗବତ ପ୍ରଚାରକ ବାବା ଦିବାକର ଦାସ, ଟାଡିସରୁ ମିଶନ ର ଉପଦେଷ୍ଟା ଡ଼ା ବନୋଜ କୁମାର ରାୟ, ସୌଭାଗିନୀ ରାୟ ଙ୍କ ସହତ ବାଲିଆ ଓ ଗୋପୀନାଥ ପଂଚାୟତ ର ଶତାଧିକ ମହିଳା ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ତେବେ ଭାଷା ଭିତ୍ତିକ ରାଜ୍ୟ ଓଡ଼ିଶାରେ ସମସ୍ତ ଓଡ଼ିଆ ନିଜ ଭାଷାକୁ ସର୍ବତ୍ର ପରିଚିତ କରିବା, ଓଡ଼ିଆ ମାତୃଭାଷା କୁ ସମୃଦ୍ଧ କରିବା ଏବଂ ପ୍ରତିଦିନ ଭାଗବତ ପାଠ କରିବା, ବୁଝିବା ଓ ସମସ୍ତଙ୍କୁ ଏଥିରେ ଅନୁପ୍ରାଣିତ କରିବା ଏହାର ଉଦ୍ଦେଶ୍ୟ ବୋଲି ଟାଡିସରୁ ମିଶନ ପକ୍ଷରୁ କୁହାଯାଇଛି ।
