ବ୍ରିଜ ତଳକୁ ଖସିଲା ବାଇକ, ଜଣେ ଗୁରୁତର, ଦୁଇ ଆହତ ।
ବାଇକ ସହ ତିରିଶି ଫୁଟ ବ୍ରିଜ ତଳକୁ ଖସି ବର୍ତ୍ତିଗଲେ ପୁରା ପରିବାର।ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଖାରିଗୁଡା ଗାଁ ନିକଟ ବ୍ରିଜ ଉପରୁ ଖସିଲା ବାଇକ।ମା ଗୁରୁତର ବାପା ଓ ଝିଅ ଆହତ। ମା ରଞ୍ଜିତା ରଇତ ଗୁରୁତର ହୋଇଥିବା ବେଳେ ବାପା ସନାତନ ରଇତ ଓ ଚାରି ବର୍ଷର କୁନି ଝିଅ ଚନ୍ଦ୍ରିକା ରଇତ ସାମାନ୍ୟ ଆହତ ହୋଇଛନ୍ତି।ଗୁରୁତର ଓ ଆହତ ମାନଙ୍କ ଘର ବଡ଼ଗଡ଼ ଥାନା ବଟପଡିଆ ଗ୍ରାମରେହୋଇଥିବା ଜଣାପଡିଛି।ସୂଚନା ମୁତାବକ ସନାତନ ଏକ ବାଇକରେ ପତ୍ନୀ ଓ ଝିଅକୁ ଧରି ମାର୍କେଟିଙ୍ଗ କରିବା ପାଇଁ ସୋରଡ଼ା ସହରକୁ ଆସିଥିଲେ। କାମ ସାରି ଘରକୁ ଫେରିବା ବେଳେ ଖାରୀଗୁଡା ଗାଁ ନିକଟ ଜରାଉ ବ୍ରିଜ ଉପରେ ଦୁର୍ଘଟଣା ଘଟିଥିଲା।ଭରସାମ୍ୟ ହରାଇ ବାଇକ ସହ ବାପା,ମା ଓ ଝିଅ ତିନିଜଣ ଯାକ ତିରିଶି ଫୁଟ ତଳକୁ ଖସି ପଡ଼ିଥିଲେ।ବାପାଙ୍କ ପାଟିଶୁଣି ସ୍ଥାନୀୟ ଲୋକେ ବ୍ରିଜ ତଳକୁ ଯାଇ ଉଦ୍ଧାର କରିଥିଲେ। ପରେ ସୋରଡ଼ା ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଓ ଆହତ ଙ୍କୁ ଉଦ୍ଧାର କରି ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ସେଠାରେ ସମସ୍ତଙ୍କ ପ୍ରାଥମିକ ଚିକିତ୍ସା କରିବା ପରେ ମା ଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି ଡାକ୍ତର। ଅନ୍ୟପଟେ ବାଇକ କୁ ଜବତ କରି ଦୁର୍ଘଟଣା କିଭଳି ତାହାର ତଦନ୍ତ କରୁଛି ପୋଲିସ।
ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ
