ପଖାଳ ଦିବସ
ଓଡ଼ିଆ ଘରର ପଖାଳ ଭାରି ବଢ଼ିଆ
🖊️ କବିରତ୍ନ ନୂତନ କୁମାର ବେହେରା
ଶୁଣ ଭାଇ ଶୁଣ… ଶୁଣି ଜାଣ ପଖାଳର ଗୁଣ
ମୁଖ୍ୟତଃ ସାଥି ତାର ପିଆଜ କଞ୍ଚା ଲଙ୍କା ଲୁଣ
ଶାଗଭଜା ବଡ଼ି ଚୁରା ଚୁନା ମାଛ ଭଜା ଥିଲେ
ସକାଳେ ପଖାଳ ଖାଇବାକୁ ଲାଗେ ଆହୁରି ଭଲ
କଷି କାକୁଡ଼ି ସହିତ ଦହି ମନ ନିଏ ମୋହି
ପାଟିକୁ ରୁଚିକର ଲାଗଇ ଭାରି ସୁଆଦିଆ
ଓଡ଼ିଆ ଘରର ପଖାଳ ଭାରି ବଢ଼ିଆ
ପଖାଳ ଦେହ ପାଇଁ ହୋଇଥାଏ ହିତକର
ଓଡ଼ିଆ ଘରେ ଗରିବ ମଧ୍ୟବିତ୍ତ ଧନୀ
ସମସ୍ତଙ୍କର ପଖାଳ ହୋଇଥାଏ ଅତି ପ୍ରିୟ
ସୁସ୍ଥ ସବଳ ନିରୋଗ ଶରୀର ଲାଗି ଉପାଦେୟ
ଆଧୁନିକ ଯୁଗେ ବାହାର ଖାଦ୍ୟର ଚାହିଦା
ବଜାରରେ ଦିନକୁ ଦିନ ବଢ଼ି ଚାଲେ ବହୁତ
ଚାଉମିନ୍ ପିଜା ବରଗଡ଼ ଗୁପୁଚୁପ୍ ତେଲ ଭାଜି
ନାନା ଖାଦ୍ୟ ପାଟିକୁ ସୁଆଦ ହେହକୁ ଖରାପ
ଅନେକ ରୋଗର କାରଣ ହୁଏ କରୁ ଅନୁତାପ
ସକାଳେ ପଖାଳ କଂସାଏ ଖାଇ କୃଷକ ଭାଇ
ବିଲରେ ଚାଷକାମ କରେ ଦିନ ତମାମ
ଦିନ ମଜୁରିଆ ଶ୍ରମିକ ଭାଇ କରେ ପରିଶ୍ରମ
ପାଖାଳର ବଳ ହେହକୁ ରଖେ ସତେଜ
ମନକୁ ରଖେ ପ୍ରଫୁଲ୍ଲ କଥା କହୁ ମଉଜିଆ
ଓଡ଼ିଆ ଘରର ପଖାଳ ଭାରି ବଢ଼ିଆ
ପଖାଳ ଦିବସେ ପଖାଳର ପ୍ରଚାର ପ୍ରସାର
ସାମାଜିକ ଗଣମାଧ୍ୟମରେ ଚାଲେ ବହୁତ
ହିସାବ କିଏ ରଖୁଛି ପଡୁଛି କି ପ୍ରଭାବ ତାର
ପଖାଳ ଖାଏ ଯିଏ ଜାଣେ ସେ ତା’ ମରମ
କଥା କହି ବୁଝାଇଲେ ଲାଗେ ଉପସମ
ବାସ୍ତବ କ୍ଷେତ୍ରରେ ତାହା ଗ୍ରହଣ ହୁଏ କ୍ଵଚିତ
ଥିଲେ ବି ସୁବିଧା ସୁଯୋଗ ଆଜି ତା’ ନାପସନ୍ଦ
ପୁଷ୍ଟିକର ଭାବି ଖିଆ ହୁଏ ସବୁ ମହଲା ଯୁକ୍ତ
ଯା’ର ପରିଣାମ ପରିଶେଷେ ଆଣେ ଅବସାଦ
ସେ କାଳ ପଖାଳ ଏ କାଳରେ ନାହିଁ ଆଉ
କଥାରେ କଥାରେ ପଖାଳର ଗୁଣ ଝୁରି ହେଉ
ଗୁରୁପାକ ଖାଦ୍ୟ ଜୋରଦାର ହୁଏ ଖିଆପାଆ
ଭୁଲିଯାଉ ଓଡ଼ିଆ ଘରର ପଖାଳ ଭାରି ବଢ଼ିଆ।
କୋହି,ବାରିପଦା,ମୟୂରଭଞ୍ଜ,
