ଫୁଲବାଣୀ ଆଦର୍ଶ ଟାଉନ୍ ଥାନା ଅଧିକାରୀ ଙ୍କ ଚେଷ୍ଟା ହେଲା ସଫଳ – ୧୨୬ ୟୁନିଟ୍ ରକ୍ତ ସଂଗୃହିତ
ଫୁଲବାଣୀ ଆଦର୍ଶ ଟାଉନ୍ ଥାନା ଅଧିକାରୀ ଙ୍କ ଚେଷ୍ଟା ହେଲା ସଫଳ – ୧୨୬ ୟୁନିଟ୍ ରକ୍ତ ସଂଗୃହିତ ।କନ୍ଧମାଳ , ଫୁଲବାଣୀ ତା ୧୮/୦୩/୨୦୨୫ ଫୁଲବାଣୀ ଆଦର୍ଶ ଟାଉନ୍ ଥାନା ଅଧୀନରେ କନ୍ଧମାଳ ଏସ ପି ଶ୍ରୀ ହରିଶ୍ ବିଶୀଙ୍କ ନିର୍ଦ୍ଦେଶ କ୍ରମେ ଥାନା ଅଧିକାରୀ ଶ୍ରୀ ସ୍ବରୂପ କିଶନ ଙ୍କ ଦୃଢ ଚେଷ୍ଟାରେ ଆଜି ସ୍ଥାନୀୟ ଥାନା ପରିସରରେ ଏକ ସେଶ୍ଛକୃତ ରକ୍ତଦାନ ଶିବିର ଆୟଜନ କରି ଥାନା ଅଧିକାରୀ ରାତ।ରାତି ସହରରେ ପ୍ରିୟ ଭାଜନ ହୋଇ ଯାଇଛନ୍ତି । ଦୀର୍ଘ ଏକ ମାସ କାଳ ସୁଚିନ୍ତ। କରି ସହର ର ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ କଲେଜ, ବିଭିନ୍ନ ସାହି କମିଟି, ପୋଲିସ, ହୋମଗାର୍ଡ, ବିଭିନ୍ନ କଲେଜ ର ଛାତ୍ର ଛାତି ମ।ନ ଙ୍କୁ ଯୋଜାଜଗ କରି ଜିଲ୍ଲାର ଅଗ୍ରଣୀ ସଂସ୍ଥା ଟିମ୍ ହ୍ୟୁମାନ ଟି, ରକ୍ତ ଭଣ୍ଡାର ଅଧିକାରୀ,ମିତ୍ର ଫାଉଣ୍ଡେ ସନ୍, ଫୁଲବାଣୀ ପୌରପରିଷଦର ୱାର୍ଡ କାଉନସିଲର ଓ କେତେକ ବୁଦ୍ଧିଜୀବି ଆସି ସ୍ବେଛାକୃତ ଭାବେ ରକ୍ତ ଦାନ କରିଥିଲେ, କନ୍ଧମାଳ ଜିଲ୍ଲାରେ ମୁଖ୍ୟ ଚିକିତ୍ସା ଳ ୟରେ ସଦ।ସର୍ବଦା ରକ୍ତର ଅଭାବ ଏହ।ରିପ୍ରବ। ହରେ ଅନେକ ରୋଗୀ ଯଥା – ପ୍ରସୂତି ମା, ସିକ୍ ଲିନ୍ ରୋଗୀ, ବୁଡା ବୁଢ଼ୀ ମାନେ ମୃତୁ ବରଣ କରୁଥିବା ଦେଖି ଶ୍ରୀ ସ୍ୱରୂପ କିଶନ ମହାଶୟ ଏହିସବୁ ସମସ୍ୟାକୁ ଦୂର କରିବା ପାଇଁ ନିଜେ ନିଜ ଚେଷ୍ଟାରେ ଉପରିସ୍ଥ ଅଧିକାରୀଙ୍କ ସହିତ ଆଲୋଚନା କରି ଏତେବଡ ମହାନ୍ କାର୍ଯ୍ୟ କନ୍ଧମାଳ ର ଲୋକ ମାନଙ୍କ ପାଇଁ କରି ପାରିଛନ୍ତି । ଏହି କାର୍ଯ୍ୟରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଏସପି ହରିଶ୍ ବିଶି ମହା ଶୟ, ଡିଏସପି ମାନସ ରଞ୍ଜନ ବାରିକ୍, ଏଡିପିଓ ସୁଭ୍ରାଜିତ୍ ବିଶ୍ଵାଳ, ଟାଉନ୍ ଥାନା ଏସ ଆଇ ଶ୍ରୀ ସରୋଜ ସାହୁ, ମୋନରଞ୍ଜନ୍ ଭୋଇ ଓ ଅନ୍ୟ ସହଯୋଗୀ ମାନେ ସହଯୋଗ କରିଥିଲେ ।ଶ୍ରୀ ସ୍ୱରୂପ କିଶନ ଫୁଲବାଣୀ ଟାଉନ୍ ଠାରେ ଯୋଗଦାନ କରିବା ଦିନଠାରୁ ସହର ପାଇଁ କିଛିନ। କିଛି ନୁଆଚିନ୍ତ। କରି ସହରକୁ ଶାନ୍ତି ଶୃଙ୍ଖଳାରେ ରହିବା ସହିତ ସୁସ୍ଥ ସହର କରିବାରେ ଆପ୍ରାଣ ଚେଷ୍ଟା କରିବାରେ ଲାଗିଛନ୍ତି । ତାଙ୍କରି ଏହିସବୁ ମହତ କାର୍ଯ୍ୟ ଯୋଗୁଁ ସହରେ ସେ ଧନ୍ୟବାଦର ପାତ୍ର ହେବାରେ ଲାଗିଛନ୍ତି । ଜଣେ ପୋଲିସ କର୍ମ ଚାରି ହୋଇ ସୁଧା ସାଧାରଣ ଜନତା ଙ୍କ ପାଇଁ ବହୁତ ଉନ୍ନତ ମୂଳକ କାମ କରୁଥିବା ଦେଖିବାକୁ ମିଳୁଛି । ପ୍ରଥମ ଥର ଥାନା ପରିସରରେ ସ୍ବେଛ।କୃତ ରକ୍ତ ଦାନ ଶିବିର ଆୟଜନ କରି ଇତିହାସ ସୃଷ୍ଟି କରିବାରେ ଲାଗିଛନ୍ତି ।ଫୁଲବାଣୀ ସହର ତରଫରୁ ତାଙ୍କୁ ବିଭିନ୍ନ କମିଟି, ମନ୍ଦିର କମିଟି ବିଭିନ୍ନ ସାହି ଓକିଲ ସଂଘ, ରାଜନୀତିକ ,ବୁଦ୍ଧି ଜିବୀ ମହଲରେ ପ୍ରଶଂସା କରିବାଟା ଦେଖିବାକୁ ମିଳୁଛି ।
