୨୩ରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା
୨୩ରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳାଗଡ଼ିଲା ପ୍ରଚାର ରଥଭଦ୍ରକ, ତା୧୯. ୦୩, ୨୫ରିଖ । ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଚଳିତ ମାର୍ଚ୍ଚ ମାସ ୨୩ ତାରିଖ ରବିବାର ଦିନ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହେବ । ଦକ୍ଷିଣେଶ୍ଵର କାଳି ମନ୍ଦିର ନିକଟସ୍ଥ ମଠସାହି ପଡ଼ିଆରେ ଆୟୋଜିତ ହେବାକୁ ଥିବା ଏହି ନିଯୁରି ମେଳାରେ ଅନେକ ପ୍ରତିଷ୍ଠିତ ବେସରକାରୀ ସଂସ୍ଥାର ନିଯୁକ୍ତିଦାତା ଓ ଦକ୍ଷତା ବିକାଶ ପ୍ରଦାନକାରୀ ସଂସ୍ଥା ଅଂଶଗ୍ରହଣ କରିବେ । ୧୮ ରୁ ୩୫ ବର୍ଷ ବୟସ ମଧ୍ୟରେ ଏବଂ ୫ମ ଶ୍ରେଣୀ ପାସ୍ ଠାରୁ ଉର୍ଦ୍ଧ୍ବ ସମସ୍ତ ପ୍ରାର୍ଥୀ ଓ ପ୍ରାର୍ଥୀଳୀ ନିଜ ନିଜର ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପତ୍ର, ଆଧାର କାର୍ଡ଼ ଓ ପାସ୍ପୋର୍ଟ ସାଇଜ୍ ଫଟୋ ସହିତ ଏହି ମେଳାରେ ଯୋଗ ଦେଇ ନିଶ୍ଚିତ ନିଯୁକ୍ତିର ସୁଯୋଗ ନେବାକୁ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି। ଏହାର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଜିଲ୍ଲା ଦକ୍ଷତା ବିକାଶ ଓ ନିଯୋଜନ କାର୍ଯ୍ୟାଳୟ ତରଫରୁ ପ୍ରସ୍ତୁତ ଦୁଇଟି ପ୍ରଚାର ରଥକୁ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଦିଲ୍ଲୀପ ଭାରତରାଏଙ୍କ ଦ୍ବାରା ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରାଯାଇଛି । ଅନ୍ୟତମ ସମ୍ମାନିତ ଅତିଭାବେ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧୁକାରିଣୀ ଅନିତା ନାୟକ ଏହି କାର୍ଯ୍ୟକ୍ରମର ଆୟୋଜନ ଓ ସଂଯୋଜନା କରିଥିଲେ । ବିଭାଗୀୟ ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମ ପରିଚାଳନାରେ ଆନୁସଂଗିକ ଦାୟିତ୍ୱ ନିର୍ବାହ କରିଥିଲେ ।
