ନିମାପଡା ପ୍ରେସ କ୍ଳବ ପକ୍ଷରୁ ପଖାଳ ଦିବସ ପାଳିତ।
ନିମାପଡା , ଆଜି ହେଉଛି ବିଶ୍ୱ ପଖାଳ ଦିବସ। ଆମର ପ୍ରିୟ ଖାଦ୍ୟ ପଖାଳକୁ ସାରା ବିଶ୍ୱ ଆଜି ଆପଣାଇ ବିଶ୍ୱ ମଧ୍ୟ ପଖାଳ ଦିବସ ପାଳନ କରୁଛି। ଆମର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କର ପ୍ରିୟ ଖାଦ୍ୟ ହେଉଛି ପଖାଳ। ଜଗନ୍ନାଥଙ୍କ ବଡ଼ସିଂହାରରେ ଦହି ପଖାଳ ଭୋଗ ଲାଗି କରାଯାଇଥାଏ । ଏହି ସୁସ୍ୟାଦୁ ପଖାଳ ପାଇଁ ଓଡ଼ିଆ ଜାତି ଗର୍ବିତ। ସମ୍ପ୍ରତି କରୋନା ସମୟରେ ବୈଜ୍ଞାନିକ ମାନେ ମଧ୍ୟ ଗବେଷଣା କରି ପଖାଳ ତୋରାଣିରେ ରୋଗ ପ୍ରତିରୋଧକ ଶକ୍ତି ଥିବାର ପ୍ରମାଣ କରିଛନ୍ତି। ଆଜି ନିମାପଡାରେ ପାଳିତ ହୋଇଛି ବିଶ୍ୱ ପଖାଳ ଦିବସ। ସ୍ଥାନୀୟ ଶହୀଦ ଭବନ ପରିସରରେ ନିମାପଡା ପ୍ରେସ କ୍ଳବ ଦ୍ୱାରା ଆୟୋଜିତ ହୋଇଥିଲା ପଖାଳ ଦିବସ। ଦହି ପଖାଳ ସାଙ୍ଗକୁ ପାରମ୍ପାରିକ ଓଡ଼ିଆ ଘରର ଖାଦ୍ୟ ବଡି ଚୁରା, ଆଳୁ ଚଟଣି, ଶାଗ ଭଜା, ବାଇଗଣ ପୋଡା, ଶୁଖୁଆ ଚଟଣି, ସଜନା ଛୁଇଁ ଭଜା, ଇତ୍ୟାଦି ଗାଁ ଗହଳିର ଖାଦ୍ୟ ସବୁ ପ୍ରସ୍ତୁତ କରାଯାଇଥିଲା। ପୂର୍ବତନ ଶିକ୍ଷା ମନ୍ତ୍ରୀ ତଥା ବିଜେପି ମୁଖପାତ୍ର ସମୀର ରଞ୍ଜନ ଦାସ, ତହସିଲଦାର ମାନସ ପ୍ରଧାନ, ଆଡିସିନାଲ ତହସିଲଦାର ନିରଞ୍ଜନ ସ୍ୱାଇଁ,ବିଡ଼ିଓ ଅଭିଜିତ ଷଡ଼ଙ୍ଗୀ, ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟର ସୁନୀଲ ନନ୍ଦ, ପାନୀୟ ଜଳ ଯୋଗାଣ ଅଧିକାରୀ ପ୍ରବୀର କୁମାର ବଳ,ୱାଟକୋ ମାନେଜର ପ୍ରଫୁଲ୍ଲ କୁମାର ବେହେରା,ଡ଼କ୍ଟର ଆଶୁତୋଷ ଜେନା, ଫାର୍ମାସିଷ୍ଟ ଆଇ. ତ୍ରିନାଥ ପାତ୍ର ଥାନା, ନିମାପଡା ଥାନା ଅଧିକାରୀ ବାମଦେବ ସ୍ୱାଇଁ, ଚାରିଛକ ଥାନା ଅଧିକାରିଣୀ ମମତା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ପଖାଳର ମଜା ନେବା ସହ ବିଶ୍ୱ ଦରବାରରେ ଓଡ଼ିଆ ଖାଦ୍ୟ ପଖାଳ ଅଧିକରୁ ଅଧିକ ଆଗାମୀ ଦିନରେ ଆଦୃତ ହେବ ବୋଲି ମତପ୍ରକାଶ କରିଛନ୍ତି।
