ବ୍ରହ୍ମପୁର ଇମ୍ପେରିଆଲ୍ କଲେଜର ୧୭ ତମ ବାର୍ଷିକ ଉତ୍ସବ
ବ୍ରହ୍ମପୁର ଇମ୍ପେରିଆଲ୍ କଲେଜର ୧୭ ତମ ବାର୍ଷିକ ଉତ୍ସବ ଇଗ୍ନିଶିଏନ ୨୦୨୫ କାର୍ଯ୍ୟକ୍ରମ ଗଞ୍ଜାମ କଳା ପରିଷଦରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି l କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପ୍ରିନ୍ସିପାଲ୍ ତଥା ନିର୍ଦ୍ଦେଶକ ସତ୍ୟ ନାରାୟଣ ସାହୁ ଅଧ୍ୟକ୍ଷତା କରିଥିଲେ l କାର୍ଯ୍ୟକ୍ରମରେମୁଖ୍ୟ ଅତିଥି ରୂପେ ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ସିଦ୍ଧାର୍ଥ ଶଙ୍କର ପାଢ଼ୀ ଯୋଗ ଦେଇଥିଲେ l ସମ୍ମାନୀତ ଅତିଥି ଭାବରେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡକ୍ଟର ସାରଦା ପ୍ରସାଦ ସାହୁ,ଯୁବୋଦୟ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟସନ୍ ର ଚେୟାରମ୍ୟାନ୍ ଅଭିରାମ ଦାଶ ଯୋଗଦେଇଥିଲେ l ମୁଖ୍ୟ ବକ୍ତା ଭାବେ ଡକ୍ଟର ଜଗନ୍ନାଥ ପଣ୍ଡା ଯୋଗଦେଇଥିଲେ l ଇମ୍ପିରିୟଲ୍ କଲେଜର ସୁଦର୍ଶନ ଅଗସ୍ତି, ଜଗନ୍ନାଥ ପାଣି, ଦୀପକ ଚୌଧୁରୀ, ଦୁଷ୍ମନ୍ତ ପାଢ଼ୀ, ରଞ୍ଜିତା ପାଣିଗ୍ରାହି, ଗୀତାଞ୍ଜଳି ବେହେରା, ଏବଂ ପପିତା ମହାରାଣା ସମେତ ଶିକ୍ଷାନୁଷ୍ଠାନ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l ପରିଶେଷରେ ଅନୁଷ୍ଠାନର ବିଦ୍ୟାର୍ଥୀ ଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ କରାଯାଇଥିଲା l
