ରେଡ଼ିଓ ନମସ୍କାର ତରଫରୁ ବିଶ୍ୱ ପଖାଳ ଦିବସ ପାଳିତ ।

କୋଣାର୍କ – ବିଶ୍ୱ ପଖାଳ ଦିବସ, ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାର୍ଚ୍ଚ 20 ତାରିଖରେ ଓଡିଶା ର ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର ରେଡ଼ିଓ ନମସ୍କାର ପକ୍ଷରୁ କୁରୁଜଙ୍ଗ ଗ୍ରାମ ପଂଚାୟତ ଅନ୍ତର୍ଗତ ବାମେରା ଗ୍ରାମରେ ଅନୁଷ୍ଠିତ ହୋଇଥିଲା ଏହି ପଖାଳ ଦିବସ ପାଳନ ଅବସରରେ ଗ୍ରାମର ସମସ୍ତ ମହିଳାମାନେ ପଖାଳ ସହ ବିଭିନ୍ନ ପ୍ରକାର ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ । ଯେପରି ଶାଗ ଭଜା , କଖାରୁ ଫୁଲ ପିଠଉ , ଆଳୁ ଭଜା ,ଆଳୁ ବାଇଗଣ କସା ,ବଢି ଚୁରା, ଭେଣ୍ଡି ଆଳୁ ଭଜା ,ଧନିଆ ଚଟଣି, କଲରା ଭଜା,ଗୋଟା କଲରା ଭଜା , ଟମାଟୋ ଚଟଣି,ଅ।ମ୍ବ ଚଟଣି ,ଚିପ୍ସ୍ ଭଳି ଶହେରୁ ଅଧିକ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ। ସଭା ପ୍ରାରମ୍ଭରେ ହିଂସା କୁ କରିବା ନାଁ ର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏଥିରେ ଅତିଥି ରୂପେ ନୂଆଦିଲ୍ଲୀ ସ୍ମାର୍ଟ ଅନୁଷ୍ଠାନ ପକ୍ଷରୁ ଯୋଗ ଦେଇଥିଲେ ଦୁଇ ପର୍ଯ୍ୟବେକ୍ଷକ ମାନସୀ ଚୋଧୁରୀ ,ଶୋଭା ଡୋଗ୍ରା,ପୁରୀ ଜିଲ୍ଲା ସଖୀ ୱାନ୍ ଷ୍ଟପ ସେଣ୍ଟର ର କେଶ୍ ୱାର୍କର ଇତିବାଳା ପ୍ରଧାନ,ଆକାଂକ୍ଷା ମିଶ୍ର, ସୁଶାନ୍ତି ଜେନା ।

ଏହି କାର୍ଯ୍ୟକ୍ରମରେ ରେଡ଼ିଓ ନମସ୍କାର ର ସଂଯୋଜିକା ଏସ୍ କାଜଲ, କୁରୁଜଙ୍ଗ ଗ୍ରାମପଂଚାୟତ ମହିଳା ମହାସଂଘ ର ସଭାନେତ୍ରୀ ଝରଣା ପରିଡା ପ୍ରମୁଖ ଯୋଗଦେଇ ମହିଳା ମାନଙ୍କୁ ଘରୋଇ ହିଂସା,ବାଲ୍ୟ ବିବାହ ନିରୋଧ ଅ।ଇନ, ଶିଶୁ ସୁରକ୍ଷା, ଆଇନ ,ବୃଦ୍ଧ ଓ ବୃଦ୍ଧାଙ୍କ ସହାୟତା ସଂପର୍କିତ ଦରକାରୀ ସୂଚନା ଇତ୍ୟାଦି ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନତା କରାଯାଇଥିଲା । ପରେ ପରେ ମହିଳାମାନଙ୍କ ସ୍ନେହ ,ଶ୍ରଦ୍ଧାର ସହ ପ୍ରସ୍ତୁତ ଓଡିଆ ପଖାଳ କଂସା ଅତିଥି ମାନଙ୍କୁ ପରସି ଦିଆଯାଇଥିଲା , ଏହି ଭଳି କାର୍ଯ୍ୟକ୍ରମକୁ ଗ୍ରାମାଞ୍ଚଳରେ ପ୍ରତିବର୍ଷ ରେଡ଼ିଓ ନମସ୍କାର ପାଳନ କରିବା ସହ ଗ୍ରାମାଞ୍ଚଳରେ ବିଭିନ୍ନ ସଚେତନତା ମୂଳକ ପଦକ୍ଷପ ଜାରି ରଖିଛି । ଯାହାକି ବିଭିନ୍ନ ସମୟରେ ଓଡିଶାର ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ନମସ୍କାର (କୋଣାର୍କ) କୁ ଜାତୀୟ ସ୍ତରରେ ସମ୍ମାନୀତ ହେବାର ସୁଯୋଗ ପାଇଛି । ଏହି କାର୍ଯ୍ୟକ୍ରମ କୁ ସୂଚାରୁ ରୂପେ ସଂପାଦାନ କରିଥିଲେ ରେଡ଼ିଓ ନମସ୍କାର କାର୍ଯ୍ୟନିର୍ବହୀ ଅଧିକାରୀ ରୋଜାଲିନି ପ୍ରଧାନ,ରାନୁ ସେଠୀ , ବୈଶାଖୀ ଗୁରୁ, ବିଶ୍ୱ ରଞ୍ଜନ ବିଶ୍ବଶ୍ରୀ, ଋତୁରାଜ ସ୍ବାଇଁ ।

Leave a Reply

Your email address will not be published. Required fields are marked *