ମଦ ବ୍ୟବସାୟିଙ୍କ ଘରେ IT ରେଡ।
ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଘରେ IT ରେଡ। ଆୟକର ଫାଙ୍କିଥିବା ଅଭିଯୋଗରେ ରେଡ ମାରିଛି IT। ଅନୁଗୁଳ କରଡ଼ ଗାଡ଼ିଆର ଜଣାଶୁଣା ମଦ ବ୍ୟବସାୟୀ ହେଉଛନ୍ତି ବିକ୍ରମ ସାହୁ। ତାଙ୍କର ଏକାଧିକ ସଂସ୍ଥାରେ ଆୟକର ବିଭାଗ ପକ୍ଷରୁ ବଡ଼ ଧରଣର ଚଢ଼ଉ ଜାରି ରହିଛି। ମଦଭାଟି ଓ ପେଟ୍ରୋଲ ଟାଙ୍କିରେ ବି ସକାଳୁ ଚଢ଼ଉ ଚାଲିଛି। ଏବେ ବିକ୍ରମ ସାହୁଙ୍କ ଶକ୍ତି ଇଣ୍ଟରନାସନାଲ ହୋଟେଲ ଗ୍ରୁପ ସମେତ ଢେଙ୍କାନାଳ ଜିଲ୍ଲା ରାୟନୃସିଂହପୁର ପଞ୍ଚାୟତ ଅନ୍ତର୍ଗତ ମାଛିଆ ଗାଁ ସ୍ଥିତ ଶକ୍ତି ମଲ୍ଟଏୟାର ଏଣ୍ଡ ଲିମୋନେଡ ମଦ ବଟଲିଙ୍ଗ ପ୍ଲାଣ୍ଟ ଭଳି ୨୫ଟି ଜାଗାରେ ଚାଲିଛି ଚଢ଼ଉ। ପାରଳାଖେମୁଣ୍ଡିରେ ଥିବା ତାଙ୍କ ସମୁଦିଙ୍କ ଘରେ ବି ଚଢାଉ ହେଉଥିବାର ସୂଚନା ରହିଛି। ଏହାଛଡ଼ା ଢେଙ୍କାନାଳ, ତାଳଚେର, କାମାକ୍ଷାନଗର, ଭୁବନେଶ୍ବର ଓ ପୁରୀରେ ବି ଏହି ଚଢ଼ାଉ ଜାରି ରହିଛି । ପୂର୍ବରୁ ୨୦୨୩ ମସିହା ଡିସେମ୍ବର ମାସରେ ମଧ୍ୟ ଆୟକର ବିଭାଗ ରେଡ କରିଥିଲା।
