ମହିଳା ଙ୍କୁ ଗାଳି ଓ ହତ୍ୟା ଧମକ ଥାନା ରେ ମାମଲା

ଗୋପ ୨୧/୦୩/୨୫/ ଗୋପ ଥାନା ଅଧୀନ ନୟାହାଟ ଫାଣ୍ଡି ସ୍ଥିତ ଚମାରକୁଣ୍ଡ ଗ୍ରାମରେ ଭାଉଜ କୁ ଗାଳି ଗୁଲଜ କରିଥିବା ଅଭିଯୋଗରେ ଦିଅର ଙ୍କ ନାମରେ ମାମଲା ରୁଜୁ ହୋଇଛି ନୟାହାଟ ଫାଣ୍ଡି ନରସିଂହପୁର ହାଟ ନିକଟ ଚମାରକୁଣ୍ଡ ଗ୍ରାମର ରୀନା ଭୋଇ ସ୍ବାମୀ ଙ୍କୁ ମୁତ୍ୟୁ ପରେ ଚମାକୁଣ୍ଡ ଗ୍ରାମରେ ରହି ଆସୁଥିଲେ ତାଙ୍କୁ ଦିଅର ଅକ୍ଷୟ ଭୋଇ ଶାଶୁ ବିଳାସୀ ଭୋଇ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିବା ସେ ଅଭିଯୋଗ କରିଛନ୍ତି ରିନା ଙ୍କ ବାପା ଅସୁସ୍ଥ ଥିବାରୁ ତାଙ୍କୁ ଧରମଭାଇ ମୃତ୍ୟୁଞ୍ଜୟ ମହାପାତ୍ର ଙ୍କ ସହାୟତା ରେ ନିକଟସ୍ଥ ମେଡିକାଲ ଙ୍କୁ ଆଣିବା ସମୟରେ ଦିଅର ଅକ୍ଷୟ , ଏହାକୁ ବିରୋଧ କରିବାସହ ଟେଲିଫୋନ ମାଧ୍ୟମରେ ଅଶାଳୀନ ଭାଷା ରେ ଗାଳି ଗୁଲଜ କରିବା ସହ ଧରମଭାଇ ଓ ରିନା ଙ୍କୁ ଜୀବନ ରୁ ମାରି ଦେବାକୁ ଧମକ ଦେଇଥିଲେ ଏନେଇ ରିନା ଥାନା ରେ ଅଭିଯୋଗ କରିଛନ୍ତି ଅଭିଯୋଗ ଙ୍କୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି l

Leave a Reply

Your email address will not be published. Required fields are marked *