ଗଞ୍ଜାମ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳାରେ ୨୯୭୬ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର

ଛତ୍ରପୁର ତା. ୨୧ .୦୩.୨୦୨୫ ଗଞ୍ଜାମ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ନିଯୁକ୍ତି ମେଳାଟିକୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଉଦ୍ଘାଟନ କରି ଚୟନ ହୋଇଥିବା କେତେକ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରି ନିଜ ବକ୍ତବ୍ୟରେ ଅବଗତ କରାଇଥିଲେ ଯେ, ଏତେ ସଂଖ୍ୟକ ଯୁବକ ଯୁବତୀ ଏହି ନିଯୁକ୍ତି ମେଳାରେ ଯୋଗ ଦେଇଥିବା ହେତୁ ଏହା ସଫଳ ହୋଇଛି । ଏହି ନିଯୁକ୍ତି ମେଳାରେ ୫୫୬୪ ଜଣ ଯୁବକ ଯୁବତୀ ନାମ ପଞ୍ଜିକରଣ କରିଥିଲେ । ସେଥି ମଧ୍ୟରୁ ୨୯୭୬ ଜଣ ଯୁବକ ଯୁବତୀଙ୍କୁ କର୍ମ ନିଯୁକ୍ତି ଦିଆଯାଇଥିବା ବେଳେ ୧୦୯୯ ଜଣଙ୍କୁ ତାଲିମ୍ ପ୍ରଦାନ ନିମନ୍ତେ ଚୟନ କରାଯାଇଛି ଏବଂ ୩୧୯ ଜଣଙ୍କୁ ସେହି ଠାରେ ନିଯୁକ୍ତି ପତ୍ର ପ୍ରଦାନ କତରାଯାଇଥିଲା । ପ୍ରାୟ ୬୪ ଟି କମ୍ପାନୀ କର୍ମ ନିଯୁକ୍ତି ଦେବା ସକାଶେ ଅଂଶ ଗ୍ରହଣ କରିଥିଲେ । ଅନେକ ଯୁବକ ଯୁବତୀଙ୍କୁ ଚୟନ କରାଯାଇ ପ୍ରଶିକ୍ଷଣ ଦେଇ ନିଯୁକ୍ତି ପ୍ରଦାନ କରାଯିବ ।

ବହୁଳ ଭାବରେ ନିଯୁକ୍ତି ସକାଶେ ଆସିଥିବା ହେତୁ ଆଗାମୀ ଦିନରେ ଏଭଳି ନିଯୁକ୍ତି ମେଳାକୁ ବ୍ୟାପକ ଭାବରେ ଆୟୋଜନ କରାଯିବ । ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ବାଇଁ, ଉପାଧ୍ୟକ୍ଷା ଏସ୍. ରାଜେଶ୍ବରୀ ଦୋରା, ଜିଲ୍ଲା ମୁଖ୍ଯ ଉନ୍ନୟନ ଅଧିକାରୀ ତଚଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ମଧୁମିତା, ଉପ ଜିଲ୍ଲାପାଳ ଶିବାଶୀଷ ବରାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଛତ୍ରପୁର, ଉପ ନିର୍ଦ୍ଦେଶକ, ସ୍କିଲ ଡେଭଲପମେଣ୍ଟ କମ୍ ଏମ୍ପୟମେଣ୍ଟ ଗଞ୍ଜାମ, ବ୍ରହ୍ମପୁର ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଓରମାସ୍ ଓ ବ୍ଲକ୍ ଉନ୍ନୟନ ଅଧିକାରୀ ଛତ୍ରପୁର ନିଯୁକ୍ତି ମେଳା ନିମନ୍ତେ ସହଯୋଗ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗଞ୍ଜାମ, ଛତ୍ରପୁର

Leave a Reply

Your email address will not be published. Required fields are marked *