ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୂର୍ଗତ ଡକ୍ଟର ଦେବେନ୍ଦ୍ର ପ୍ରଧାନ ଙ୍କ ର ଶ୍ରଦ୍ଧାଞ୍ଜଳି ସଭା

** ଆନନ୍ଦପୁର ବିଜେପି କୃଷକ ମୋର୍ଚ୍ଚା ତରଫରୁ ଆନନ୍ଦପୁର ବଡଦାଣ୍ଡସ୍ଥିତ ଆନନ୍ଦ ଭବନ ଠାରେ ପ୍ରଫେସର ରମାକାନ୍ତ ନାୟକ କଂ ସଂଯୋଜନା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଡକ୍ଟର ଦେବେନ୍ଦ୍ର ପ୍ରଧାନ ଙ୍କ ପ୍ରଚେଷ୍ଟାରେ ଓଡିଶା ରେ ବିଜେପି ସଂଗଠନ ମଜବୁତ ହେବା ସହିତ ତୃଣମୂଳ ସ୍ତର ପର୍ଯ୍ୟନ୍ତ ବିଜେପି ସଂଗଠନ ଶକ୍ତିଶାଳୀ ହେଇପାରିଛି। ଆଗରୁ ଓଡିଶା ରେ ମାତ୍ର ଜାତୀୟ ରାଜପଥ କଲିକତା ଠାରୁ ଚେନ୍ନାଇ ଓ କଲିକତା ଠାରୁ ମୁମ୍ବାଇ ଦୁଇଟି ଥିଲା। କିନ୍ତୁ କେନ୍ଦ୍ର ରେ ଅଟଲଜୀ ସରକାର ଆସିବା ପରେ ଭୂପୃଷ୍ଠ ପରିବହନ ମନ୍ତ୍ରୀ ରୂପେ ଡକ୍ଟର ଦେବେନ୍ଦ୍ର ପ୍ରଧାନ ଦାୟିତ୍ଵ ଗ୍ରହଣ କରିବା ପରେ ଓଡିଶା ରେ ସମସ୍ତ ଜିଲ୍ଲାରେ ଜାତୀୟ ରାଜପଥ ର ବିସ୍ତାର ହେଇଥିଲା। କୃଷି ମନ୍ତ୍ରୀ ରୂପେ ମଧ୍ୟ ଓଡିଶା ରେ କୃଷି ର ଭିତ୍ତିଭୂମି ର ବ୍ୟାପକ ବିକାଶ କରିଥିଲେ ବୋଲି ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ତାକଂର ଭାଷଣରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ରାମଚନ୍ଦ୍ରପୁର ର ପୂର୍ବତନ ବିଧାୟକ ଶ୍ରୀ କ୍ଷୀରୋଦ ପ୍ରସାଦ ସ୍ୱାଇଁ, ଆନନ୍ଦପୁର କଲେଜ ର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ରମାକାନ୍ତ ନାୟକ, ଆନନ୍ଦପୁର ମୁନିସିପାଲିଟି ର ଉପନଗରପାଳ ଶ୍ରୀ ଦୁର୍ଗା ଚରଣ ଦଲେଇ, ବିଜେପି ଜିଲ୍ଳା ଉପସଭାପତି ଶ୍ରୀ ନିରାକାର ଦଳେଇ, ବିଜେପି ର ବରିଷ୍ଠ ନେତା ଶ୍ରୀଧର ସାହୁ, ସୁବ୍ରତ ମହାନ୍ତି, ପ୍ରଶାନ୍ତ କୁମାର ମହାପାତ୍ର, ପ୍ରାଣବନ୍ଧୁ ସାହୁ, ପଦ୍ମ ଲୋଚନ ପାଣିଗ୍ରାହୀ, ନରେନ୍ଦ୍ର ପଣ୍ଡା, ନାରାୟଣ ବାରିକ, ସରୋଜ କୁମାର ସାହୁ, ଆଶିସ କୁମାର ବେହେରା, ଘାଶିନାଥ ନାୟକ, ଯଦୁମଣି ମିଶ୍ର, ଟିକିନା ଦାଶ, ସର୍ବେଶ୍ଵର ଦଲେଇ, ରବିନାରାୟଣ ଧଡା, ରବିନ୍ଦ୍ର କୁମାର ସାହୁ, ରବିନାରାୟଣ ହେତା, ବିନୋଦ ମିଶ୍ର, ତ୍ରିଲୋଚନ ଦାଶ, ବାଇଧର ସାହୁ, ଅରୁଣ କୁମାର ମିଶ୍ର, ଗଗନ ଭଟ୍ଟାଚାର୍ଯ୍ୟ, ଗଣେଶ ସିଂ, ଘନଶ୍ୟାମ ମୁଦୁଲି, ସଚିନ ମଲ୍ଲିକ, ରଘୁନାଥ ପଣ୍ଡିତ, ମୁରଲୀ ମିଶ୍ର, ନୀଳମାଧବ ସାହୁ, ଅଶୋକ କୁମାର ସାହୁ, ଅଜଂନ ତ୍ରିପାଠୀ, ସୁଦର୍ଶନ ସାହୁ,ଶ୍ରୀମତୀ ବବିତା ଶତପଥୀ, ଲଲିତା ସେଠୀ, ପ୍ରଣୟନୀ ବରାଲ, ମଞ୍ଜୁଲତା ସାହୁ, ବିଣାପାଣୀ ମହାରଣା, ବିଣାପାଣୀ ସାହୁ, ଲକ୍ଷ୍ମୀପ୍ରିୟା ସାହୁ, ରଶ୍ମିତା ଧଡା, ଲକ୍ଷ୍ମୀପ୍ରିୟା ଧଡା ପ୍ରମୁଖ ଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଙ୍କ ସମେତ ଶତାଧିକ କାର୍ଯ୍ୟକତା ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *