ବିଶ୍ଵ ଜଳ ଦିବସ ପାଳିତ
ଭଦ୍ରକ, ତା-୨୨,୦୩,୨୫ରିଖ ପ୍ରକୃତିର ଦାନ କଳ ଆମ ପାଇଁ ଏକ ଅମୂଲ୍ୟ ସମ୍ପଦ । ଜଳ ବିନା ଜୀଇଁବା ଅସମ୍ଭବ । ଆମର ଦୈନିନ୍ଦିନ ଜୀବନରେ ଜଳର ବ୍ୟବହାର କେତେ ଅପରିହାର୍ଯ୍ୟ ଆମେ ସମରେ ଜାଣୁ । କେବଳ ସେତିକି ନୁହେଁ ଋଷ କାର୍ଯ୍ୟଠାରୁ ଆରମ୍ଭ କରି କଳ କାରଖାନା, ନିର୍ମାଣ କାର୍ଯ୍ୟ ଆଦି ସମସ୍ତ କ୍ଷେତ୍ର ରେ ଜଳର ଆବଶ୍ୟକ ରହିଛି । ନଦନଦୀ, ଗଡିଆ, ପୋଖରୀ, ସମୁଦ୍ର ଭଳି ପ୍ରକୃତି କୋଳରେ ଅନେକ ଜଳ ଉତ୍ସ ଥିଲେ ବି ଆଜି ଜନ ବିସ୍ପୋରଣ ହେଉ କି ଦୂଷିତ ପରିବେଶ ପାଇଁ ବର୍ଷାର ଅଭାବ କି ଜଳ ବ୍ୟବହାରର ଦୂରୂପଯୋଗ ଆଦି ବିଭିନ୍ନ କାରଣରୁ ଜଳର ଅଭାବ ପରିଲକ୍ଷିତ ହେଉଛି । ଭୂତଳ ଜଳ ସ୍ତର ଦିନ କ ଦିନ ହ୍ରାସ ହେବାର ଲାଗିଛି । ପୁଣି ସ୍ବଚ୍ଛ ଜଳ ବିନା ସୁସ୍ଥ ଶରୀର ମଧ୍ୟ ସମ୍ଭବ ନୁହେଁ । ତେଣୁ ନିଜ ଗହିଦା ମେଣ୍ଟାଇବା ସହ ଉତ୍ତର ପିଢ଼ୀଙ୍କ ରହିବା ପାଇଁ ଜଳ ସଂରକ୍ଷଣ କରିବା ଏବଂ ସମସ୍ତ ଜଳ ଉସକୁ ପ୍ରଦୂଷଣ ମୁର୍ତ୍ତି ରଖୁବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ଭଦ୍ରକ ଜିଲ୍ଲା ପ୍ରଶାସନ ଓ ଏନ୍. ସି. ସି. କାର୍ଯ୍ୟଳୟ ର ମିଳିତ ଆନୁକୂଲ୍ୟରେ ପାଳିତ ହୋଇଥିବା ବିଶ୍ଵଜଳ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏ ନିଜ ବକ୍ତବ୍ୟ କରିଆରେ ପ୍ରକାଶ କରିଥିଲେ ।ପୂର୍ବାହ୍ନ ୧୦ ଘଟିକାରେ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ୨(୦) ନାଲାଲ୍ ୟୁନିଟ୍ ଏନ୍.ସି.ସି. ର ବିଦ୍ୟାର୍ଥ ମାନଙ୍କୁ ନେଇ ଏକ ଶୋଭାଯାତ୍ରା ଓ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଶୋଭାଯାତ୍ରା ପୂର୍ବରୁ ବିଦ୍ୟାର୍ଥ ମାନେ ସାଳନ୍ଦୀ ନଦୀ କୂଳର ସାହାପୁର ଘାଟରେ ସଫେଇ କାର୍ଯ୍ୟକ୍ରମ କରିଥିଲେ । ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦୁ କୁମାର ସାମଲ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଏନ୍.ସି.ସି. ନାଭାଲ ୟୁନିଟ୍ ର ଯୁବ ଜମାଣ୍ଡିଂ ଅଧିକାରୀ ସୁଦୀପ କୁମର ସାହୁ ପ୍ରମୁଖଙ୍କ ସହ ଗଣମାଧ୍ୟମ ପ୍ରତିନିଧ ମାନେ ଯୋଗ ଦେଇଥିଲେ । ଏହି ଦିବସ ପାଳନ ଉପଲକ୍ଷେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମଧ୍ୟ ଏକ ସଚେତନତା ବୈଠିକ ଅନୁଷ୍ଠିତ ହୋଇଥୁଲା, ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠିକରେ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏନ୍.ସି.ସି କମାଣ୍ଡିଂ ଅଧିକାରୀ, ଆର ଡବ୍ଲ୍ୟୁ ଏସ୍.ଏସ୍.ର ଏସ୍ .ଡି.ଓ ମୁକୁଳ ଚନ୍ଦ୍ର ଦାସ ପ୍ରମୁଖ ଏହି ବୈଠିକରେ ଯୋଗ ଦେଇ ଜଳ ସଂରକ୍ଷଣ ଓ ମୁକ୍ତ ଜଳ ର ଆବଶ୍ୟକତା ଉପରେ ଆଲୋକ ପାତ କରିଥିଲେ ।
