ସରକାର ମୋକଦ୍ଦମାଖୋର ନହୋଇ ୱାର୍କଚାର୍ଜଡ୍ ବର୍ଗର କର୍ମଚାରୀଙ୍କୁ ପେନ୍‌ସନ୍ ପ୍ରଦାନ ନିମନ୍ତେ ନିଷ୍ପରି

ସରକାର ମୋକଦ୍ଦମାଖୋର ନହୋଇ ୱାର୍କଚାର୍ଜଡ୍ ବର୍ଗର କର୍ମଚାରୀଙ୍କୁ ପେନ୍‌ସନ୍ ପ୍ରଦାନ ନିମନ୍ତେ ନିଷ୍ପରି ନିଅନ୍ତୁ : ଅବହେଳା ପ୍ରଦର୍ଶନ କଲେ ଅପ୍ରେଲ୍ ୨୧ରେ ଆନ୍ଦୋଳନ ଧମକଭୁବନେଶ୍ଵର, ତା ୨୩୩ : ପେନ୍‌ସନ୍ ସମ୍ବନ୍ଧୀୟ ମାମଲା ମାନ୍ୟବର ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ବିଚାର ଥିବା ଦର୍ଶାଇ ବିନା ପେସନରେ ୱର୍କଚାଳନ, ଓର୍କଚାର୍ଜନର ନିୟମିତ ନିଯୁକ୍ତି ପାଇ ସହକାରୀ ଚାକିରୀ ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କୁ ପେନ୍ସନନଦେବା ପାଇଁ ରାଜ୍ୟ ସରକାର କର୍ମଚାରୀ ସଂଗଠନକୁ ପତ୍ର ସଂଖ୍ୟା- ୧୯୧୩୮, ତାରିଖ ୨୧,୧୧, ୨୦୨୪ରେ ଜଣାଇଛନ୍ତି ।ରାଜ୍ୟ ସରକାରଙ୍କ ଏପରି ନକରାତ୍ମକ ମନୋଭାବକୁ “ ଓଡ଼ିଶା ପୂର୍ବ ଅବସରପ୍ରାପ୍ତ ୱାର୍କଚାର୍ଜଡ୍ । ରେଗୁଲାର କର୍ମଚାରୀ ସଂଘ” ନିନ୍ଦାକରିଛି | ସଂଘ ସଭାପତି କଲ୍ୟାଣ ମହାରଣା ଓ ସାଧାରଣ ସମ୍ପାଦକ ଗଗନ ଭଞ୍ଜ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଅବସରପ୍ରାପ୍ତସ୍ଵର୍ଗ ଚାର୍ଜିତ ଓ ସ୍ଵର୍କ ଚାର୍ଟତରୁ ନିର୍ଧାମିତ ହୋଇଥିବା କର୍ମଚାରୀମାନଙ୍କୁ ପେନ୍‌ସନ୍ ପ୍ରଦାନ ସପକ୍ଷରେ ମାନ୍ୟବର ହାଇକୋର୍ଟ ଓ ସୁପ୍ରିମକୋର୍ଟରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି । ଅନେକ ମାମଲାରେ ରାଜ୍ୟ ସରକାର ମାନ୍ୟବର ସୁପ୍ରିମକୋର୍ଟରେ ହାରିବା ପରେ ପକ୍ଷଭୁକ୍ତଥବା କର୍ମଚାରୀଙ୍କୁ ପେନ୍‌ସନ୍ ପ୍ରଦାନ କରିଛନ୍ତି । ରାଜ୍ୟ ସରକାର ୱାର୍କଚାର୍ଜଡ୍ କର୍ମଚାରୀଙ୍କୁ ପେନସନ୍ ପ୍ରଦାନ କରିବା ପରେ ସମାନସ୍ଥିତିରେଥବା ୱାର୍କଚାର୍ଜଡ୍ ଓ ୱାର୍କଚାର୍ଜଡ୍ ରୁ ନିୟମିତ ନିଯୁକ୍ତି ପାଇ ଅବସର ଗ୍ରହଣ କରିଥିବା ଅନେକ କର୍ମଚାରୀ ଏହାର ଉଦାହରଣ ଦେଇମାନ୍ୟବର ହାଇକୋର୍ଟରେ ପେନ୍‌ସନ୍‌ ପାଇବା ପାଇଁ ମାମଲା ରୁଜୁ କଲେ । ଭିନ୍ନ ଭିନ୍ନ ମାମଲାକୁ ମାନ୍ୟବର ହାଇକୋର୍ଟ ବିଚାର କରିକର୍ମଚାରୀଙ୍କୁ ପେନସନ୍ ପ୍ରଦାନ ସପକ୍ଷରେ ରାଜ୍ୟ ସରକାରଙ୍କୁ ଆଦେଶ ଦେଲେ । ରାଜ୍ୟ ସରକାର ଉକ୍ତ ଆଦେଶକୁ ଚାଲେଞ୍ଜ କରିମାନ୍ୟବର ହାଇକୋର୍ଟରେ ରିଟ୍ ଅପିଲ୍ ଓ ମାନ୍ୟବର ସୁପ୍ରିମକୋର୍ଟରେ ଏସ୍.ଏଲ୍.ପି. ମାମଲା ରୁଜୁ କରୁଛନ୍ତି । କୋର୍ଟରେ ମାମଲାବିଚାରାଧ୍ଵନ ଅଛି ବୋଲି ରାଜ୍ୟ ସରକାର କର୍ମଚାରୀ ସଂଗଠନକୁ ପତ୍ର ଲେଖି ପେନ୍‌ସନ୍ ନ ଦେବା ପାଇଁ ଅବସରପ୍ରାପ୍ତ କର୍ମଚାରୀଙ୍କମନରେ ହତାଶାର ଭାବ ସୃଷ୍ଟି କରୁଛନ୍ତି । ଆଉ ମଧ୍ଯ ଯେଉଁ କର୍ମଚାରୀମାନେ ପେନସନ୍ ପାଇଛନ୍ତି, ସେହି କର୍ମଚାରୀଙ୍କ ପରି ଆବେଦନକାରୀସମାନସ୍ଥିତିର କର୍ମଚାରୀ ନୁହଁନ୍ତି ଦର୍ଶାଇ ରାଜ୍ୟ ଆଇନ୍ ବିଭାଗ ରିଟ୍ ଅପିଲ୍ କରିବା ପାଇଁ ସୁପାରିଶ କରୁଛି । ଗୋଟିଏ ନିୟମରେ ବନ୍ଧାଏହି କର୍ମଚାରୀଙ୍କ ପ୍ରତି ଆଇନ୍ ବିଭାଗ ଭିନ୍ନଭିନ୍ନ ମନ୍ତବ୍ୟ ଦେଇ ରିଟ୍ ଅପିଲ୍ ପାଇଁ ଅନ୍ୟାୟ ଭାବେ ସୁପାରିଶ କରିବା ଯୋଗୁଁ ସଂଘ କଡ଼ାସମାଲୋଚନା କରିଛି । ଜନମଙ୍ଗଳ ରାଷ୍ଟ୍ରରେ ସରକାର ବିଚାରଶୀଳ ମନୋଭାବ ପୋଷଣ ନକରି ରାଜକୋଷରୁ ଅର୍ଥ ଖର୍ଚ୍ଚ କରି ମାମଲାଲଢିବା ପାଇଁ କୋର୍ଟରେ ଚାଲେଞ୍ଜ କରିବା ଓ ଅପରପକ୍ଷରେ ୨୫ ରୁ ୪୦ ବର୍ଷ ଧରି ସରକାରଙ୍କୁ ସେବା ଦେଇଆସିଥୁବା କର୍ମଚାରୀଙ୍କୁପେନ୍‌ସନ୍ ପ୍ରଦାନ ନକରିବା ନେଇ ସରକାରଙ୍କ କଠୋର ପଦକ୍ଷେପକୁ କର୍ମଚାରୀ ସଂଗଠନ ନାପସନ୍ଦ କରିଛି | ସଂଘର କର୍ମକର୍ତ୍ତାମାନେଦାବି କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଓ ଆଇନ୍‌ମନ୍ତ୍ରୀ ମାମଲାଖୋର ନ ହୋଇ ୩୫ ରୁ ୪୦ ବର୍ଷ ଧରି ସରକାରଙ୍କୁ ସେବା ଦେଇଆସିଥୁବା ଅବସରପ୍ରାପ୍ତ ଗରୀବ ବର୍ଗର ୱାର୍କଚାର୍ଜ ଓ ୱର୍କଚାର୍ଜରୁ ନିୟମିତ କର୍ମଚାରୀଙ୍କୁ ପେନ୍‌ସନ୍ ପ୍ରଦାନ ନିମନ୍ତେ ଏକଜଳସ୍ତରୀୟ ଆଲୋଚନାରେ ନିଷ୍ପରି ନିଅନ୍ତୁ । କର୍ମଚାରୀମାନେ ପରିଣତ ବୟସରେ ବଞ୍ଚିଲେ କେମିତି, ସରକାର ଗୁରୁତ୍ୱାରୋପକରି ଏକ ନିଷ୍ପତିସୂଚକ ପଦକ୍ଷେପ ଗ୍ରହଣ କରି ପେନ୍‌ସନ୍‌ ପ୍ରଦାନ କରନ୍ତୁ । ଏହାଛଡ଼ା ଡିଏଲ୍‌ଆର ନିଯୁକ୍ତି ସମୟରୁଧ୍ଵନିଚାଳିତକୁରୂପାନ୍ତରିତ ପର୍ଯ୍ୟନ୍ତ ଶ୍ରୀଫ୍ଲାଇଟି ଓ ଅବ୍ୟବହୃତ ଛୁଟି ଦରମା ପ୍ରଦାନ ନିମନ୍ତେ ଅଚାଶୀଘ୍ର ଆଦେଶ ପ୍ରଦାନ ପାଇଁ ସଂଘ ଦାବି କରିଛି। ସରକାର ପେନ୍‌ସନ୍‌ ପ୍ରଦାନ ପାଇଁ କୌଣସି ନିଷ୍ପତିକୁ ନ ଆସିଲେ ଆସନ୍ତା ଅପ୍ରେଲ୍‌ ୨୧ରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣକରିବେ ବୋଲି ସଂଘ ଧମକ ଦେଇଛି ।ସାମ୍ବାଦିକ ସମ୍ମିଳନୀରେ ସର୍ବଶ୍ରୀ ଅରଣ ପରିଡ଼ା, ନିରଞ୍ଜନ ବାହିନୀପତି, ଅଶୋକ ଚୌଧୁରୀ, ବମଳାକାନ୍ତ ଦାସ, ପ୍ରତାପସେନାପତି, ସଂଜୟ କୁମାର ମିଶ୍ର, ଜମିଭୂତ ରହେମାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *