କାଳ ବୈଶାଖୀ ଯୋଗୁଁ ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ପଡ଼ିଲା ଗଛ
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍ ରେ ରେ କାଳ ବୈଶାଖୀର ତାଣ୍ଡବ ଲୀଳା ପ୍ରକୃତି ର ଦୃଶ୍ୟ। ସୋରଡ଼ା ବ୍ଲକ ର ବିଭିନ୍ନ ଜାଗାରେ କାଳ ବୈଶାଖୀ ର ତାଣ୍ଡବ ରୂପ ରେ ବିଭିନ୍ନ ଜାଗାରେ ଅନେକ ଗଛ ଭାଙ୍ଗି ବିଜୁଳି ତାର ଛିଣ୍ଡିଚି ଟ କେଉଁଠାରେ ରାସ୍ତା ରେ ପଡ଼ିଛି l ସୋରଡ଼ା ଠାରୁ ଦାରିଙ୍ଗବାଡି ସଂଯୋଗ କରୁଥିବା 59 ନମ୍ୱର୍ ଜାତୀୟ ରାଜପଥ ରେ ମଧ୍ୟ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି ଓ ଗଛ ପଡ଼ିଥିବାରୁ ସୋରଡ଼ା ର ବିଭିନ୍ନ ଅଞ୍ଚଳ ରେ ବିଦୁତ୍ ସରବରାହ ବାଧାପ୍ରାପ୍ତ ଉପୁଜିଥିବା ବେଳେ ଅଦିନିଆ ପବନ ଯୋଗୁଁ ଘରର ଚାଳଛପର ମଧ୍ୟ ଉଡ଼ାଇ ଦେଇଛି। ତେବେ ସଂପଦା ଠାରୁ ପିପଲପଙ୍କା ଏହି ଦୁଇ କିଲୋମିଟର ଭିତରେ ବିଭିନ୍ନ ସ୍ଥାନରେ ଗଛ ପଡ଼ିଛି । ଯାହା ଫଳରେ ବର୍ତ୍ତମାନ ସୋରଡ଼ା ରୁ ଦାରିଙ୍ଗବାଡି ରାସ୍ତା ରେ ଯାନବାହାନ ଚଳାଚଳ ବୋହୂ ଅସୁବିଧା ଦେଖିବାକୁ ମିଳିଥିବା ବେଳେ ଘଟଣା ସ୍ଥଳରେ ସୋରଡ଼ା ଅଗ୍ନିଶମ ବିଭାଗ ପହଞ୍ଚି ରାସ୍ତା ରୁ ଗଛଗୁଡ଼ିକୁ କାଟି ବାହାର କରୁଛନ୍ତି।
ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ
