ସହିଦ ଭଗତ ସିଂଙ୍କ 94 ତମ ବଳିଦାନ ଦିବସ
ତା : 23/03/2025ଅଖିଳ ଭାରତ ଯୁବ ସଙ୍ଘ( AIYF )ର ବ୍ରହ୍ମପୁର ଆଞଳିକ ପରିଷଦ ପାର୍କ ସାହି ଜିଲ୍ଲା କାର୍ଯାଳୟ ଠାରେ ସାଥି ମହେନ୍ଦ୍ର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେଇଥିଲା | ଏହି ବୈଠକରେ ସର୍ଵ ଭାରତୀୟ ଉପ ସଭାପତି ସାଥି ପ୍ରଦୀପ ସେଠି ଯୋଗ ଦେଇ ସହିଦ ଭଗତ ସିଂଙ୍କ 94ତମ ବଳିଦାନ ଦିବସ ସମ୍ପର୍କରେ ଆଲୋଚନା କଲା ବେଳେ କହିଲେ ଯୁବକ ମାନେ ଭଗତ ସିଂଙ୍କ ସମ୍ପର୍କରେ ଜାଣିବାକୁ ହେଲେ ତାଙ୍କ ଜୀବନି ସମ୍ପର୍କରେ ପଡ଼ିବାକୁ ହେବ |ବର୍ତମାନର ସରକାର ଦେଶ ପରାଧୀନ ସମୟରେ ବ୍ରିଟିଶର ଗୋଲାମୀ କରୁଥିଲେ ବର୍ତମାନ ପୁଞ୍ଜିପତିମାନଙ୍କ ଗୋଲାମୀ କରୁଛନ୍ତି |ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୁବ ମରଣା ନୀତି, ଦର ବୃଦ୍ଧି ଓ ମହିଳା ବିରୋଧରେ ଦୃଢ଼ ନିନ୍ଦା କରିଥିଲେ |ଏହା ସହ ରାଜ୍ୟ ଓ କେନ୍ଦ୍ର ସରକାର ନେଇ ଥିବା ଆଗାମୀ ଦିନର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ | କେନ୍ଦ୍ର ସରକାରଙ୍କ ଯୁବ ମରଣା ନୀତି ବିରୋଧରେ ଯୁବ ସଙ୍ଘର ଜିଲ୍ଲା ସମ୍ପାଦକ ସାଥି କାମଦେବ ନାହାକକେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଯିବ ମାରଣ ନୀତି ବିରୋଧରେ ତୀବ୍ର ନିନ୍ଦା କରିଥିଲେ |ବଳିଦାନ ଦିବସ ଅବସରରେ ବ୍ରହ୍ମପୁର ଜୋନ୍ ର AIYF ଅଖିଳ ଭାରତ ଯୁବ ସଂଘ ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ଏହି ସମ୍ମିଳନୀରେ ଭଗତ ସିଂ ଙ୍କ ବଳୀ ଦାନକୁ କେବେ ବି ବୃଥା ହେବାକୁ ଦିଆ ଜୀବ ନାହିଁ ବୋଲି ଉପସ୍ଥିତ ପ୍ରତିନିଧି ମନେ ଶପଥ ନେଇଥିଲେ ଭଗତ ସିଂ ଙ୍କ ସ୍ବପ୍ନ ସଫଳ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ।ଏହି ସମ୍ମିଳନୀରେ ସାଥି ମହେନ୍ଦ୍ର ପାତ୍ର ସଭପତି, କୃଷ୍ଣ ମହାରଣା ଉପସଭାପତି, ରୋହିତ ବିଷୋୟୀ ସମ୍ପଦକ, ଜିତେନ୍ଦ୍ର ଦୋରା ସହ ସମ୍ପାଦକ ଓ ପ୍ରଭାତୀ ନାୟକ କୋଷା ଦକ ସମେତ 11 ଜଣିଆ ପରିଷଦ ଗଠନ କରା ଯାଇ ଅଛି। ଆଗାମୀ ମାର୍ଚ୍ଚ 30 ତାରିଖରେ ବ୍ରହ୍ମପୁର ଠାରେ ଅନୁଷ୍ଠିତ ଜିଲ୍ଲା ସମ୍ମିଳନୀ କୁ ସବୁ ପ୍ରକାର ସାହାର୍ଯ୍ୟ ସହଯୋଗ କରି ସଫଳ କରିବା ପାଇଁ ନିଷ୍ପତି ନିଆ ଯାଇଛି l ଏହି ବୈଠକରେ ଅନ୍ୟ ମାନକ ମଧ୍ୟରେ ପ୍ରଫୁଲ୍ଲ ଜେନା,ମହେଶ ଗୌଡ଼, ସୂଜ୍ୟମନି ମହାରଣା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l
