ୟୁ ଟ୍ୟୁବ୍ ଚାନେଲ ଡି ଏମ୍ ଭି , ଜଟଣୀରେ ୨ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଜଟଣୀ ତା୨୩-୦୩-୨୫ ଜଟଣୀପୌର ପରିଷଦ ସ୍ଥିତ ବାଛରା ମେଳଣ ପଡ଼ିଆ ପ୍ରାଙ୍ଗଣ ରେ ଯୁବ ୟୁଟ୍ୟବର ଶ୍ରୀ ଦେବାଶିଷ ମହାପାତ୍ର ଙ୍କ ଲୋକକଳା ବିହିତ ୟୁ ଟ୍ୟୁବ୍ ଚ୍ୟାନେଲ ର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି l ଏଥିରେ ପ୍ରାୟ ୬୦୦ ରୁ ଅଧିକ ରାମଲୀଳା କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଉତ୍ତରୀୟ ଓ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା..।. ଏହି ଅବସରରେ ଜଟଣୀର 50 ଗୋଟି ଗଣେଶ ପୂଜା କମିଟି ଓ ୬୦ ଜଣ ସାମ୍ବାଦିକ ଭାଇ ଭଉଣୀ ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା l ମୁଖ୍ୟ ଅତିଥି ଭାବେ ବାଛରାଗ୍ରାମର ଶ୍ରୀ ଶ୍ରୀ କୋଦଣ୍ଡଧାରୀ ନାଟ୍ୟ ସଙ୍ଘର ମୁଖ୍ୟ ପୁରୋଧା ତଥା ନିଖିଳ ଓଡିଶା ପାଇକ ସଙ୍ଘ ର ସଭାପତି ଗୁରୁ ଶ୍ରୀ କାଶୀନାଥ ନାୟକ ମହୋଦୟ ଯୋଗ ଦେଉଥିବା ବେଳେ ଜଟଣୀ ଭସାଣି କମିଟି ଅଧ୍ୟକ୍ଷ ତଥା ଜଟଣୀ ମୁନିସିପାଲିଟି ର ପୂର୍ବତନ ପୌରାଧକ୍ଷ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ରାଉତରାୟ ମହୋଦୟ, ଅଲ ଓଡିଶା କଳାକାର ସଙ୍ଘ ର ସଭାପତି ଶ୍ରୀ ଦିଲ୍ଲୀପ କୁମାର ସାହୁ ମହୋଦୟ ଓ ୟୁ ଟ୍ୟୁବ୍ ଚ୍ୟାନେଲ ର ପ୍ରତିଷ୍ଠାତା ତଥା ସହ ପ୍ରତିଷ୍ଠାତା ଶ୍ରୀ ଦେବାଶିଷ ମହାପାତ୍ରଙ୍କର ମାଆ କୁମୁଦିନୀ ଦାଶ ମହୋଦୟା ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗଦେଇ ଗଣେଶ ପୂଜା କମିଟି ସାମ୍ବାଦିକ ବନ୍ଧୁ ଓ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ l ଏହି ଅବସରରେ ରଜ ମହାସଂଗ୍ରାମ ଲଙ୍କାପୋଡ଼ି ପ୍ରତିଯୋଗିତା ,ସୀତା ଚୋରି ପ୍ରତିଯୋଗିତା ଓ ରାବଣବଧ ରାମାଭିଷେକ ପ୍ରତିଯୋଗୀତା ଗୁଡିକର ପୁରସ୍କାର ବଣ୍ଟନ ସହିତ ପ୍ରାୟ ୩୨ ଗୋଟି ରାମଲୀଳା କମିଟି କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଯୁବ ୟୁଟ୍ୟୁବର ଦେବାଶିଷ ଙ୍କ କହିବା ଅନୁସାରେ ଆଗାମୀଦିନରେ ନୟାଗଡ଼, ଖୋର୍ଦ୍ଧା,ପୁରୀ ଓ କଟକ ଜିଲ୍ଲାର ସମସ୍ତ ରାମଲୀଳା ଓ ଲୋକକଳା ଲିପ୍ତ କଳାକାର ମାନଙ୍କୁ ଏକାଠି ଯୋଡ଼ାଯାଇ ଏକ କଳାକାର ମହାସଂଘ ଗଠନର ଲକ୍ଷ୍ୟ ରଖାଯାଇଅଛି । ଶେଷରେ ଶ୍ରୀ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଜଟଣୀରୁ ସ୍ଵତନ୍ତ୍ର ପ୍ରତିନିଧି ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *