ଜିଲ୍ଲା ସାମ୍ବାଦିକ ୟୁନିଅନର କାର୍ଯ୍ୟକାରିଣୀ ବୈଠକ
ଜଗତସିଂହପୁର:୨୩/୦୩:ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ୟୁନିଅନ(ଜେଜେଡୟୁଜେ)ର ସଦରମହକୁମାସ୍ଥିତ ସର୍କିଟ ହାଉସଠାରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ସଭାପତି ରମାକାନ୍ତ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ମୁଖ୍ୟଅତିଥିଭାବେ ଜଗତସିଂହପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ ଯୋଗଦେଇଥିବା ବେଳେ ବିଶିଷ୍ଟ ଅତିଥିଭାବେ ସମାଜସେବୀ ନକୁଳ ଚନ୍ଦ୍ର ବିଶ୍ୱାଳ ଏବଂ ସମ୍ନାନିତ ଅତିଥିଭାବେ ପୋୖରାଧ୍ୟକ୍ଷା ଅର୍ଚ୍ଚନା ସିଂହ ଯୋଗଦେଇଥିଲେ । ଏଥିସହ ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ଗୌରାଙ୍ଗ ଚରଣ ହୋତା ,ବରିଷ୍ଠ ଆଇନଜୀବୀ ଦୋଳଗୋବିନ୍ଦ ଦାଶ, ପୁର୍ବତନ ପୋୖରାଧ୍ୟକ୍ଷ ମଧୁସୂଦନ ସାହୁ ,ବରିଷ୍ଠ ରାଜନୀତିଜ୍ଞ ଦୀପ୍ତି ଦାସ ,ଶିକ୍ଷାବିତ ତଥା ବିଶିଷ୍ଟ ପରିବେଶବିତ ଉତ୍କଳ ରଞ୍ଜନ ମହାନ୍ତି ,ନାଟ୍ୟକାର କୈଳାଶ ମଲ୍ଲିକ ପ୍ରମୁଖ ଯୋଗଦେଇ ସାମ୍ପ୍ରତିକ ସମୟରେ ସାମ୍ବାଦିକତା ସମ୍ମୁଖୀନ ହେଉଥିବା ବହୁମୁଖୀ ଆହ୍ୱାନ ସମ୍ପର୍କରେ ଆଲୋଚନା କରିଥିଲେ । ପରେ ୟୁନିଅନର ଶତାଧିକ ସାମ୍ବାଦିକଙ୍କୁ ସଂଘ ପକ୍ଷରୁ ପରିଚୟପତ୍ର ବଣ୍ଟନ ଏବଂ ନୂତନ ସଦସ୍ୟଙ୍କୁ ସ୍ୱାଗତ କରାଯାଇଥିଲା । ରାଜ୍ୟସଭାପତି ପ୍ରସନ୍ନ କୁମାର ମହାନ୍ତି ଭରଚୁଆଲ ମୋଡ଼ରେ ସାମ୍ବାଦିକମାନଙ୍କ ଉଦେଶରେ ଉଦବୋଧନ ଦେବାସହ ଉପସ୍ଥିତି ଅତିଥୀମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ସାଧାରଣ ସମ୍ପାଦକ ସୁବ୍ରତ କୁମାର ନାୟକ ,କୋଷାଧ୍ୟକ୍ଷ ପ୍ରତାପ କୁମାର ସିଂହ ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ଜେନା ଓ ବରିଷ୍ଠ ସଦସ୍ୟ ରାମଚନ୍ଦ୍ର ସ୍ବାଇଁ ,ବୈଷ୍ଣବ ଚନ୍ଦ୍ର ରାଉଳ,ମଳୟ କୁମାର ପାଣି ପ୍ରମୁଖ ପରିଚାଳନା କରିଥିଲେ
ଜଗସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ରୁ ମଳୟ କୁମାର ପାଣିଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ନିୟୁଜ।
