ବିଶ୍ବ ନାଟ୍ୟ ଦିବସ ପାଳନ

: ପୁରୀ ଆର୍ଟିଷ୍ଟ ଆସୋସିଏସନ୍ ଆନୁକୁଲ୍ୟରେ ଆସନ୍ତା ୨୭ ତାରିଖରେ ବିଶ୍ବ ନାଟ୍ୟ ଦିବସ ପାଳନ କରାଯିବ ।ଏହା ୧୧ ବର୍ଷରେ ପହଞ୍ଚିଛି।୨୭ ତାରିଖ ଦିନ ସକାଳେ ଶ୍ରୀମନ୍ଦିର ଠାରୁ ଜ୍ୟୋତି ସଂଗ୍ରହ କରାଯାଇ କଳାକାରଙ୍କୁ ନେଇ ଶୋଭାଯାତ୍ରା ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ପହଞ୍ଚିବ।ସେଠାରେ ବିଶ୍ଵ ନାଟ୍ୟ ଦିବସ ସମ୍ବର୍ଦ୍ଧିୟ ଆଲୋଚନା ହେବ।ଛାତ୍ର ଛାତ୍ରୀଙ୍କୁ ନେଇ ୨୫ ତାରିଖ ଦିନ ପ୍ରତିଭା ଅନ୍ୱେଷଣ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ ।୨୭ ତାରିଖ ଦିନ ନାଟକ କିଏ ,୨୮ ତାରିଖ ଦିନ ମଞ୍ଚମାୟା ଓ ୨୯ ତାରିଖ ଦିନ ଷ୍ଟାର ସନ୍ଧ୍ୟା ଅନୁଷ୍ଠିତ ହେବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।ଉତ୍କଳୀୟ ସାହିତ୍ୟ, କଳା,ସଂସ୍କୃତି ଓ ନାଟକ କ୍ଷେତ୍ରରେ ଜୀବନ ବ୍ୟାପୀ ଅବଦାନ ପାଇଁ ବରିଷ୍ଠ ଅଭିନେତା ଓ ନାଟ୍ୟ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ଦାଶ ଓ ଲୋକନାଥ ରଥଙ୍କୁ ସମ୍ବର୍ଦ୍ଧିତ କରାଯିବ ।ଏହି ସାମ୍ବାଦିକ ସମ୍ମିଳନୀରେ ପୁରୀ ଆର୍ଟିଷ୍ଟ ଆସୋସିଏସନ୍ ସଭାପତି ଭରତ ନାୟକ ,ସମ୍ପାଦକ ରାମକୃଷ୍ଣ ମହାପାତ୍ର ,ଉପଦେଷ୍ଟା ପ୍ରସନ୍ନ ମିଶ୍ର,ଚକ୍ରଧର ମହାପାତ୍ର,ରାଧେଶ୍ୟାମ ରଥ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *