ବନ୍ଧୁଘର ସାହିତ୍ଯ ପିଣ୍ଡାର ୨୦୨୫
ବନ୍ଧୁଘର ସାହିତ୍ଯ ପିଣ୍ଡାର ୨୦୨୫ ମାର୍ଚ୍ଚର ଆଜି ପ୍ରଫେସର ବସନ୍ତ କୁମାର ଦାସଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ହୋଇଯାଇଛି। ମନୋବିଜ୍ଞାନର ପ୍ରଫେସର ଡକ୍ଟର ଫକୀରମୋହନ ସାହୁ ହୃଦ୍ ବିଜ୍ଞାନ ଉପରେ କହିବାକୁ ଯାଇ ମନ ଓ ହୃଦୟ ଭିତରେ ଥିବା ସାମ୍ଯ ଓ ଅସାମ୍ଯ ବିଷୟରେ ଆଲୋଚନା କରିଲେ। ହୃଦୟର ଭୂମିକା ମନଠାରୁ ମଣିଷ ପାଇଁ ଅଧିକ ବୋଲି ସେ କହିଥିଲେ। ଆନନ୍ଦ ପହି, କେଦାରନାଥ ଆଚାର୍ଯ୍ଯ, ମାନସ ମଲ୍ଲିକ, ସୁରେନ୍ଦ୍ର ସାହୁ ପ୍ରଭୃତି ଆଲୋଚନାରେ ଭାଗ ନେଇଥିଲେ। ଲକି ବେହେରା, ଶ୍ରୀଯୁକ୍ତ ସତ୍ଯାନାଶ, ଡକ୍ଟର ରମାକାନ୍ତ ମହାପାତ୍ର, ପ୍ରିୟବ୍ରତ ପଣ୍ଡା ବ୍ଯଙ୍ଗ କବିତା ଆବୃତ୍ତି କରିଥିଲେ। ଡକ୍ଟର ପ୍ରତିଭା ମହାରଥୀ ଓ ପ୍ରଦୀପ୍ତ ସୁନ୍ଦର ମହାରଣା ଗଳ୍ପ ପାଠ କରିଥିଲେ। କବି ସନ୍ତୋଷ ମିଶ୍ର ସ୍ବରଚିତ କବିତା ଆବୃତ୍ତି କରିଥିଲେ। ଡକ୍ଟର ଧ୍ରୁବଚରଣ ମିଶ୍ର,କେଦାରନାଥ ଆଚାର୍ଯ୍ଯ,ପ୍ରଭାତରଞ୍ଜନ ଗିରି,ବିପିନ ବିହାରୀ ଦଳାଇ, ଜାନକୀବଲ୍ଲଭ ଦାସ,ମୀନାକ୍ଷୀ ରାଉତରାୟ, ପୀତବାସ ରାଉତରାୟ, ବୈଜ୍ଞାନିକ କାର୍ତ୍ତିକ ସ୍ୱାଇଁ, ସୁଶ୍ରୀ କ୍ରିଷ୍ଣା ମହାପାତ୍ର, ପ୍ରବାସିନୀ ମିଶ୍ର, ପୁଷ୍ପାଞ୍ଜଳି ନାୟକ,ଅଶୋକ ମହାନ୍ତି,ପ୍ରଦୀପ ମହାନ୍ତି ଆଦି ଯୋଗଦେଇଥିଲେ । ବୈଷ୍ଣବ ମହାନ୍ତି, ବିଚିତ୍ରାନନ୍ଦ ମିଶ୍ର ଓ ପ୍ରଭାତରଞ୍ଜନ ବେଉରା ସଭା ପରିଚାଳନା କରିଥିଲେ।
