ରାଉଳପାଟଣା ପାଣିଛତ୍ର ରାସ୍ତା ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ଅଭିଯୋଗ

କୋଣାର୍କ,୨୪.୦୩ 🙁 )- କୋଣାର୍କ ଗ୍ରାମ୍ୟ ନିର୍ମାଣ ଉପଖଣ୍ଡ ଅଧୀନରେ ଥିବା ରାଉଳପାଟଣା ପାଣିଛତ୍ର ନୟାହାଟ ରାସ୍ତା ଉନ୍ନତିକରଣ କାର୍ଯ୍ୟର କଲଭେଟ ଓ ଗାର୍ଡୱାଲ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ନିର୍ମାଣ କରାଯାଉଛି ବୋଲି ସ୍ଥାନୀୟ ଗ୍ରାମବାସୀ ବିରୋଧ କରି ଅଭିଯୋଗ କରିଛନ୍ତି। ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ନିର୍ମାଣ ଓ ଶେଷ କରିବା ପାଇଁ ଯେଉଁ ଚୁକ୍ତି ହୋଇଛି ତାହାକୁ ଖାତିର କରୁନାହାନ୍ତି ଠିକାଦାର। ସେଥିପାଇଁ ଜଣସାଧାରଣ ଯାତାୟାତ ପାଇଁ ଅସୁବିଧା ହେଉଛି। ବିନା ସୂଚନା ଫଳକରେ ମଧ୍ୟ ହେଉଛି ନିର୍ମାଣ କାର୍ଯ୍ୟ। ବିନା ରଡ଼ରେ କରାଯାଉଛି କଂକ୍ରିଟ କାର୍ଯ୍ୟ ନା ଗାର୍ଡୱାଲରେ ରହିଛି ରଡ଼ ନା କଲଭେଟ ନିର୍ମାଣରେ ରହିଛି ରଡ଼। ତା ସହିତ ମାଟିକୁ ଅଳ୍ପ ଖୋଳି ନିର୍ମାଣ ହେଉଛି ଗାର୍ଡୱାଲ। ଗାର୍ଡୱାଲରେ ନାହିଁ ହୋଲ। ସିମେଣ୍ଟ ଗୋଡି ଓ ଵାଲି ର ଭାଗ ମାପ ନିମ୍ନମାନ କରି ନିର୍ମାଣ କାର୍ଯ୍ୟ କରାଯାଉଛି। ବିନା ଭାଇବେଟରେ ନିର୍ମାଣ ହେଉଛି କଂକ୍ରିଟ କାର୍ଯ୍ୟ। ଗାର୍ଡୱାଲରେ ଫିଲିଙ୍ଗ ପାଇଁ ବାଲି ଡଷ୍ଟ ମହରମ ଉଦ୍ଧିଷ୍ଟ ଥିବାବେଳେ ପୋଚା ପଙ୍କ ଫିଲିଙ୍ଗ କରାଯାଉଛି। ଯାହା ଫଳରେ ରାସ୍ତା ଦବିବା ସହିତ ୱାଲ ଭୁଶୁଡି ଯିବାର ସମ୍ଭାବନା ରହିଛି। ପ୍ରକଳ୍ପର କାର୍ଯାବଳି ଅନୁଯାୟୀ କୌଣସି କାର୍ଯ୍ୟ ହେଉନାହିଁ। ନିୟମାବଳୀ ଓ ନିର୍ମାଣକାର୍ଯ୍ୟକୁ ଯଦି ପରଖଯାଏ କାହା ସହିତ କାହାର ତାଳ ମେଳ ଖାଉନି। ଏଥିରୁ ପ୍ରକାଶ ଯେ ଗ୍ରାମ୍ୟ ନିର୍ମାଣ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜାଣତରେ ନିମ୍ନମାନର କାର୍ଯ୍ୟ ହେଉଛି। ଠିକାଦାର ଓ ଅଧିକାରୀଙ୍କ ମିଲିଭଗତରେ ଚାଲିଛି ନିର୍ମାଣ କାର୍ଯ୍ୟ। ଏଥିପାଇଁ ଜନସାଧାରଣ ଯାତାୟାତ ପାଇଁ ହେଉଥିବା ନିର୍ମାଣ କାର୍ଯ୍ୟ କେତେଦୂର ସୁରକ୍ଷା ଜନକ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏହି ନିମ୍ନମାନର କାର୍ଯ୍ୟ ପାଇଁ ବିଭିନ୍ନ ରାଜନୈତିକ ମହଲ, ବୁଦ୍ଧିଜୀବି ଓ ନୟାହାଟ ର ପୂର୍ବତନ ମଣ୍ଡଳ ସଭାପତି ଦୀନକୃଷ୍ଣ ମହାନ୍ତି ଓ ବର୍ତ୍ତମାନର ମଣ୍ଡଳ ସଭାପତି ରକ୍ତତପଳାନାୟକ ଘୋର ନିନ୍ଦା କରିବା ସହିତ କାର୍ଯ୍ୟକୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ରାସ୍ତାରୋକ କରାଯିବ ବୋଲି ମଣ୍ଡଳ ସଭାପତି ଚେତାବନୀ ଦେଇଛନ୍ତି। ସୁଚନା ଥାଉକି ୨୦୨୪ ମସିହା ଏପ୍ରିଲ ମାସରେ ସାମାଜିକ କର୍ମୀ ଜ୍ଞାନ ରଞ୍ଜନ ବିଶ୍ଵାଳ ରାସ୍ତା ଅବସ୍ଥା ଶୋଚନୀୟ ନେଇ ଏକ୍ସ୍ ମାଧ୍ୟମରେ ଅଭିଯୋଗ କରିଥିଲେ। ସେତେବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହାର କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯିବ ବୋଲି ପ୍ରତି ଉତ୍ତର ମିଳିଥିଲା। ବର୍ଷେ ପୁରିଥିଲେ ମଧ୍ଯ ଠିକାଦାର କେବଳ ଠାଏ ଠାଏ ଗାର୍ଡ ୱାଲ୍ ନିର୍ମାଣ କରୁଛନ୍ତି। ରାସ୍ତା କାର୍ଯ୍ୟ ଆରମ୍ଭ ହୋଇନି। ଗାର୍ଡ ୱାଲ୍ କାର୍ଯ୍ୟ ଆତ୍ୟନ୍ତ ନିମ୍ନ ମାନର ହେଉଥିବା ବେଳେ ରାସ୍ତା ରେ କଚଡା ପଙ୍କ ପକା ଯାଇ ପୂରଣ କରାଯାଉଅଛି। ଯାହା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ନିମ୍ନ ମାନର କାର୍ଯ୍ୟ ସହ ଅତ୍ୟନ୍ତ ଦୟନୀୟ କାର୍ଯ୍ୟ ପାଇଁ ଯନ୍ତ୍ରୀ ମଧ୍ଯ ଦାୟୀ ବୋଲି ଅଭିଯୋଗ ହେଉଛି। ଏନେଇ ଗ୍ରାମ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି।

Leave a Reply

Your email address will not be published. Required fields are marked *