ମିଶ୍ରଣ ନେଇ ସହର ତଳି କ୍ରିୟାନୁଷ୍ଠାନ କମିଟିର କୁଷସ୍ଥଳି ପଞ୍ଚାୟତ ସ୍ଥିତ ସେଭେନ ହିଲ୍ସ ସିଟି ନାଗରିକ ଉନ୍ନୟନ କମିଟି ସହ ବୈଠକ
ମିଶ୍ରଣ ନେଇ ସହର ତଳି କ୍ରିୟାନୁଷ୍ଠାନ କମିଟିର କୁଷସ୍ଥଳି ପଞ୍ଚାୟତ ସ୍ଥିତ ସେଭେନ ହିଲ୍ସ ସିଟି ନାଗରିକ ଉନ୍ନୟନ କମିଟି ସହ ବୈଠକ ।
ବ୍ରହ୍ମପୁର — ୨୦୦୮ ଗେଜେଟ ନୋଟିଫିକେସନରେ ସ୍ଥାନିତ ୧୮ ପଞ୍ଚାୟତର ବ୍ରହ୍ମପୁର ମହାନଗର ନିଗମରେ ସାମିଲ ନେଇ ସମ୍ପୃକ୍ତ ପଞ୍ଚାୟତ ଗୁଡ଼ିକର ମିଶ୍ରଣ ସମ୍ବନ୍ଧୀୟ ରେଜୋଲୁସନ ହସ୍ତଗତ ସକାଶେ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ଦ୍ଵାରା ଆରମ୍ଭ କରାଯାଇଥିବା ଅଭିଯାନ କ୍ରମରେ ନାଗରିକ କମିଟି ମାନଙ୍କ ସହ ବୈଠକ ଜାରି ରହିଛି। ଆଜି କୁଷସ୍ଥଳି ପଞ୍ଚାୟତର ପଲ୍ଲୀ ଗୁମୁଳା ସ୍ଥିତ ସେଭେନ ହିଲ୍ସ ସିଟି ନାଗରିକ ଉନ୍ନୟନ କମିଟିର ଆମନ୍ତ୍ରଣ କ୍ରମେ ସେଭେନ ହିଲ୍ସ ସିଟି ପରିସରରେ ସେଠାକାର ଅଧିବାସୀଙ୍କ ଦ୍ୱାରା ଗଠିତ ୱେଲଫର ଆସୋସିଏସନ କର୍ମକର୍ତ୍ତାଙ୍କ ସହ ଉକ୍ତ ଅଞ୍ଚଳକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ କରିବା ଉଦ୍ଧେଶ୍ୟରେ ସହର ତଳି ଅଞ୍ଚଳ କ୍ରିୟାନୁଷ୍ଠାନ କମିଟି ସହିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ଆଜି କମିଟିର ଏକ ପ୍ରତନିଧି ମଣ୍ଡଳୀ ଅନୁଷ୍ଠିତ ଉକ୍ତ ଯୁଗ୍ମ ବୈଠକରେ ସହର ସନ୍ନିକଟ ଅଞ୍ଚଳଗୁଡିକୁ ବିଏମସିରେ ମିଶ୍ରଣ ନେଇ କ୍ରିୟାନୁଷ୍ଠାନ କମିଟି ଦ୍ୱାରା ଅଦ୍ୟାବଧି ଗ୍ରହଣ କରାଯାଇଥିବା ପଦକ୍ଷେପ ନେଇ ବିସ୍ତୃତ ଆଲୋକପାତ କରାଯାଇଥିଲା । ସେଭେନ ହିଲ୍ସ ସିଟି ୱେଲଫର ଆସୋସିଏସନ କର୍ମକର୍ତ୍ତାମାନେ ତାଙ୍କ ଅଞ୍ଚଳ ସହର ସନ୍ନିକଟ ଅଞ୍ଚଳ ହୋଇଥିଲେ ସୁଦ୍ଧା ନାଗରିକଙ୍କ ସର୍ବନିମ୍ନ ସ୍ଵାଛନ୍ଦ ଜୀବନ ଯାପନ ନିମନ୍ତେ ଆବଶ୍ୟକ ହେଉଥିବା ମୌଳିକ ସୁବିଧା ଓ ସେବା ପାଇବା ନିମନ୍ତେ ସମ୍ମୁଖୀନ ହେଉଥିବା ପ୍ରତିବନ୍ଧକ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏ ପରିପ୍ରେକ୍ଷିରେ ସ୍ଥାନୀୟ ଅଧିବାସୀମାନେ କ୍ରିୟାନୁଷ୍ଠାନ କମିଟି ଦ୍ୱାରା ଚାଲିଥିବା ଇଛା ସଙ୍କଳ୍ପ ପତ୍ର ସଂଗ୍ରହ ଅଭିଯାନରେ ନିଜକୁ ସାମିଲ କରି ତାଙ୍କ ଅଞ୍ଚଳକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ ନେଇ ଏକ ଇଚ୍ଛା ସଙ୍କଳ୍ପ ପତ୍ର ପାରିତ କରି କ୍ରିୟାନୁଷ୍ଠାନ କମିଟିକୂ ହସ୍ତାନ୍ତର କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ସ୍ଥାନୀୟ ଅଧିବାସୀମାନେ କ୍ରିୟାନୁଷ୍ଠାନ କମିଟିକୁ ଏ ନେଇ ପଦକ୍ଷେପ ନେବାକୁ ଅନୁରୋଧ କରିବା ସହ କମିଟିକୁ ପୂର୍ଣ୍ଣ ସମର୍ଥନ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏଠାରେ ସୂଚନାଯୋଗ୍ୟ ଯେ କମିଟି ତତଫରୁ ବ୍ରହ୍ମପୁର ମହାନଗର ନିଗମରେ ସହର ସନ୍ନିକଟ ଓ ପାର୍ଶ୍ଵବର୍ତ୍ତୀ ପଞ୍ଚାୟତକୁ ସାମିଲ କରି ବ୍ରହ୍ମପୁରକୁ ସମ୍ପୂର୍ଣ ମହାନଗର ନିଗମରେ ପରିଣତ କରାଯିବା ନିମନ୍ତେ ଦୀର୍ଘ ଦିନ ହେଲା ଯେଉଁ ପ୍ରଚେଷ୍ଟା ଜାରି ରହିଛି ତାହା ଉପାରେ ବିଭିନ୍ନ ଅଞ୍ଚଳର ଲୋକଙ୍କ ଅକୁଣ୍ଠ ସମର୍ଥନ ମିଳିବାରେ ଲାଗିଥିବାରୁ ଖୁବ୍ ଶୀଘ୍ର ସହର ତଳି ଅଞ୍ଚଳ ସବୁ ସାମିଲ ହେଇ ବ୍ରହ୍ମପୁର ମହାନଗର ନିଗମ ଏକ ବିକଶିତ ଓ ସମୃଦ୍ଧିଶାଳୀ ସହରରେ ପରିଣତ ହେବ ବୋଲି କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ପ୍ରକାଶ କରିଛନ୍ତି। ଆଜିର ବୈଠକରେ ସେଭେନ ହିଳ୍ସ ସିଟି ନାଗରିକ ପରିଷଦ ତରଫରୁ ସଭାପତି ନିର୍ମଳ ଚନ୍ଦ୍ର ନାୟକ, ଉପ ସଭାପତି ନରସିଂହ ସେଠୀ, କୋଷାଧ୍ୟକ୍ଷ ରାମୁ, କାର୍ଯ୍ୟକାରୀ ସଦସ୍ୟ ମନ୍ତ୍ରୀ ମନ୍ଦନ ସେଠୀ, ପି ମୋହନ ରାଓ, ଅଭିମନ୍ୟୁ ସାହୁ, ରାଜୀବ ରାଉଳ ଓ ଭିକ୍ଟୋରିଆ ପ୍ରମୁଖ ବହୁ ସଦସ୍ୟ ସାମିଲ ଥିଲା ବେଳେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜିର ପ୍ରତନିଧି ମଣ୍ଡଳୀରେ ସଭାପତିଙ୍କ ବ୍ୟତୀତ ଦେବୀ ପ୍ରସାଦ ଦାସ, ପ୍ରବୀଣ କୁମାର ପଟ୍ଟନାୟକ, ଲକ୍ଷ୍ମୀ ନାରାୟଣ ପାଢ଼ୀ, ଟି ସୁଦେଶ ପାତ୍ର, ଲକ୍ଷ୍ମୀ କାନ୍ତ ଜେନା, ଟୁନା ସେଠୀ, କାଳିଆ ପାତ୍ର, ରାମକ୍ରୀଷ୍ଣ ପାତ୍ର, ବିନୋଦ ଚନ୍ଦ୍ର ବିଷୋୟୀ, ଉପେନ୍ଦ୍ର ମାଝୀ, ଦିଗାମ୍ବର ସାମନ୍ତରାୟ, ସି ଏଚ୍ଚ ରାମ କ୍ରିଷ୍ଣା ଦାସ, ସନ୍ତୋଷ ସାହୁ ଓ କାହ୍ନୁ ଚରଣ ପତି ପ୍ରମୁଖ ସାମିଲ ଥିଲେ ।
