ପାଞ୍ଚ ଲକ୍ଷର ଲକ୍ଷ୍ମୀ ବସ ଷ୍ଟାଣ୍ଡ

ପାଞ୍ଚ ଲକ୍ଷର ଲକ୍ଷ୍ମୀ ବସ ଷ୍ଟାଣ୍ଡ। ପାଞ୍ଚ ଦିନ ହୋଇନି ବ୍ୟବହାର। ଟଙ୍କା ଚଳୁ ହୋଇଥିବା ଅଭିଯୋଗ।ନିମାପଡା ପାଞ୍ଚ ଲକ୍ଷର ଲକ୍ଷ୍ମୀ ବସ ଷ୍ଟାଣ୍ଡ। ପାଞ୍ଚ ଦିନ ହୋଇନି ବ୍ୟବହାର। ଟଙ୍କା ଚଳୁ ହୋଇଥିବା ଅଭିଯୋଗ। ନଜର ପକାନ୍ତୁ ଏହି ଚିତ୍ର ଉପରେ। ନିମାପଡା ବ୍ଲକ ଅନ୍ତର୍ଗତ ଅରିଷଣ୍ଢ ଗ୍ରାମ ପଂଚାୟତ ଅରିଷଣ୍ଢ ଗ୍ରାମ ଛକରେ ଲକ୍ଷ୍ମୀ ବସଷ୍ଟାଣ୍ଡ ପାଞ୍ଚ ଲକ୍ଷ 20 ହଜାର 740 ଟଙ୍କା ବ୍ୟୟ ରେ ଏହି ବସ ଷ୍ଟପଟି ନିର୍ମାଣ କରାଯାଇଛି। ଲୋକ ବସିବା ପାଈଁ ଚେୟାର ମଧ୍ୟ ନାହିଁ। ଘରଟିର ଅବସ୍ଥା କହିଲେ ନ ସରେ। ଅଳିଆ ଆବର୍ଜନା ପୂର୍ଣ୍ଣ ଘରଟେ କରି ଦେଇ ଫଳକ ମାରି ଦେଇଛନ୍ତି ଲକ୍ଷ୍ମୀ ବସଷ୍ଟାଣ୍ଡ। ଏଠି ପ୍ରଶ୍ନ ଉଠୁଛି କାର୍ଯ୍ୟନିର୍ବାହୀ ଅଧିକାରୀ, ପଂଚାୟତ ଅଧିକାରୀ କିପରି ତଦାରଖ କରିଛନ୍ତି ଏଥିରୁ ସ୍ପଷ୍ଟ ଅନୁମେୟ। ଏହି ବସଷ୍ଟପ ବ୍ୟବସ୍ଥା ଏତେ ସୁନ୍ଦର ଏହାର ଅବସ୍ଥା ଦେଖିଲେ ଜଣା ପଡୁଛି। ପାଞ୍ଚ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଜନସାଧାରଣଙ୍କ ସୁବିଧା ନିମନ୍ତେ ଏହି ବସଷ୍ଟାଣ୍ଡ ନିର୍ମାଣ କରାଗଲା। ମାତ୍ର ଅନୁଦାନ ଅର୍ଥ ଚଳୁ କରି ଅଧାପନ୍ତରିଆ ଭାବେ ପକାଇ ଦେଲେ ଏହି ବସଷ୍ଟାଣ୍ଡଟିକୁ। ବାସ୍ତବରେ ଏହି ବସଷ୍ଟାଣ୍ଡ ପାଈଁ କେତେ ଟଙ୍କା ଖର୍ଚ୍ଚ କରାଯାଇଛି କେତେ ଟଙ୍କା ଆତ୍ମସାତ କରାଯାଇଛି ତଦନ୍ତ କରିବା ପାଈଁ ଗ୍ରାମବାସୀ ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *