ଉଦଳା ନଗବଣୀ ଠାରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଙ୍କ ସତସଙ୍ଘ ଅନୁଷ୍ଠିତ
. ଉଦଳା ତା ୨୫. ୩. ୨୫ରିଖ ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ବର ୬ବାସିନ୍ଦା ଶ୍ରୀଯୁକ୍ତ ବୃନ୍ଦାବନ ବେହେରା ଙ୍କ ଗୃହଙ୍ଗନରେ ପବିତ୍ର ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ସତସଙ୍ଘ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି. ଗୃହ କର୍ତା ଶ୍ରୀ ବେହେରା ଙ୍କ ନାତି ଶ୍ରୀମାନ ଶିବନାରାୟଣ ବେହେରା ଙ୍କ ସୁଦୀର୍ଘ ନିରାମୟ ଜୀବନ ତଥା ଗୃହରେ ସର୍ବବିଧି ମଙ୍ଗଳ ଉଦେଶ୍ୟ ନେଇ ସତସଂଘର ବେଶେଷ ଆୟୋଜନ କରାଯାଇଥିଲା. ଏହି ସତସଙ୍ଘ ରେ ଠାକୁର ଙ୍କ ପବିତ୍ର ପଂଜାଧାରୀ ରୀତିକ ନରେନ୍ଦ୍ର ମୋହନ nayak ଅଧକ୍ଷତା କରୁଥିବା ବେଳେ ଅନ୍ୟତମ ପବିତ୍ରପଞ୍ଜାଧାରୀ ରୀତିକ ଭାବେନ୍ଦ୍ର କୁମାର ଦାସ ଯାଜନ କରୁଥିଲେ. ବିଶେଷକରି ବର୍ତମାନ ସମାଜ ରସା ତଳ ଗାମୀ ହେଉ ଥିବାବେଳେ ଶ୍ରୀ ଶ୍ରୀ ଠାକୁରଙ୍କ ବାଣୀ କିପରି ନୂତନ ଦିଗଦର୍ଶନ ଦେଇ ସୁସ୍ଥ ସମାଜ ଗଠନ ହେଇପାରିବ, ସେ ବିଷୟ ରେ ଆଲୋକପାତ କରିଥିଲେ. ସତସଂଘର ବିଧିବିଧାନ ଅନୁସାରେ ଭଜନ, କୀର୍ତନ ପରିବେଶକୁ ଭାବଗମ୍ଭୀର ଗ ଢ଼ୀ ତୋଳିଥିଲା. ଉକ୍ତ ସତସଙ୍ଘରେ ଅନୁନ ୩୦୦ ରୁ ଅଧିକ ଗୁରୁମା ଓ ଗୁରୁଭାଇ ମନେ ଯୋଗଦାନ କରିଥିଲେ. ସତସଙ୍ଘ ରେ ବୃନ୍ଦାବନ ବେହେରା ଙ୍କ ସୁପୁତ୍ର ଶ୍ରୀମାନ ସଞ୍ଜୟ କୁମାର ବେହେରା (ଝୁନା )ଓ ପୁତ୍ରବଧୂ ଗୁରୁମା ଆୟୁଷ୍ମାତି ପ୍ରତିମା ବେହେରା (ମିନୁ ) ଙ୍କ ମିଳିତ ଉଦ୍ୟମ ରେ ସତସଙ୍ଘ ପୂରଙ୍ଗରେ ପରିଣତ ହୋଇଥିଲା.
