ଭିଜିଲାନ୍ସ ଜାଲରେ କାର୍ଯ୍ୟନିର୍ବାହୀ ଅଧିକାରୀ
ଜଟଣୀ ମୁନିସିପାଲଟି ଅଫିସ ର କାର୍ଯ୍ୟରତ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟ ମଣୀ ପାଟଯୋଶୀ ଙ୍କ ସୋରଡା ସ୍ଥିତ ପୈତୃକ ବାସଭବନ ର ତିନୋଟି ଘରେ ଭିଜିଲେନ୍ସ ଚଢ଼ାଉ ।କଟକ ରୁ ଆସିଥିବା ଭିଜିଲାନ୍ସ ଟିମ ତିନୋଟି ଘର ର ମାପ କରିବା ସହିତ ଯାଞ୍ଚ କରିଛନ୍ତି ।ସୋରଡା ରେ ଥିବା ତିନୋଟି ଘର ସୂର୍ଯ୍ୟମଣି ଭଡା ଦେଇଛନ୍ତି ।ସୂର୍ଯ୍ୟମଣି ସୋରଡା ସେ ଜନ୍ମ ଗ୍ରହଣ କରିଥିଲେ ।ସୋରଡା ବାସଭବନ ରେ ଜଣେ ଡିଏସ୍ପି ,ଜଣେ ଏଏସ୍ଆଇ,ଓ ଅନ୍ୟ ଚାରିଜଣ ଚଢ଼ାଉ ରେ ସାମିଲ ହେଇଛନ୍ତ।ଏହା ସହିତ ଧରାକୋଟ ବ୍ଲକ ସିଙ୍ଗିପୁର ଗ୍ରାମ ଭଉଣୀ ଘରେ ମଧ୍ୟ ରେଡ଼ ଚାଲିଥିବା ବେଳେ ବ୍ରହ୍ମପୁର, ଜଟଣୀ ଭଳି ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିବା ସୂଚନା । ମୋଟ 9 ଗୋଟି ସ୍ଥାନରେ ଚଢାଉ ହୋଇଥିବା ସୂଚନା
ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ
