ମଙ୍ଗଳାଙ୍କ ଚୈତ୍ର ମଙ୍ଗଳବlର ଦ୍ଵିତୀୟ ପାଳି
କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ଚୈତ୍ର ମାସ ମଙ୍ଗଳାବର ଦ୍ଵିତୀୟ ପାଳି ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମା ମଙ୍ଗଳା ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ସେବାୟତ ସଙ୍ଘ ମିଳିତ ସହଯୋଗରେ ଆୟୋଜିତ ଏହି ଯାତ୍ରାରେ ବିଭିନ୍ନ ନିତିକାନ୍ତି ସହ ସମାପନ ହୋଇଥିଲା। ଭୋରୁ ଦ୍ଵାର ଫିଟା ନୀତି, ମଙ୍ଗଳ ଆରତୀ, ସ୍ନାନ, ମାଜଣା ସହ ମାଙ୍କ ଚନ୍ଦନ ଲାଗି ବେଶ ହୋଇଥିଲା। ପରେ ପରେ ସୂର୍ଯ୍ୟ ପୁଜା, ବଲ୍ଲଭ ଧୂପ ଓ ସକାଳ ଧୂପ ପରେ ସାହାଣମେଲା କରାଯାଇ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା କରାଯାଇଥିଲା। ସୁରକ୍ଷିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଧାଡ଼ି ଦର୍ଶନ ବ୍ୟବସ୍ଥା, ଟେଣ୍ଡ ଓ ଫ୍ୟାନ ବ୍ୟବସ୍ଥା କରାଯାଇଥିଲା। ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ପାଇଁ ପୋଲିସ୍ ଫୋର୍ସ ମୁତୟନ ସହ ଅଗ୍ନିଶମ ବାହିନୀ ନିୟୋଜିତ ଥିଲେ। ସକାଳୁ ଦିନ ତମାମ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ ଲାଗି ରହିଥିଲା। ଭକ୍ତ ମାନେ ମାଙ୍କୁ ଦୁର୍ଲଭ ଦର୍ଶନ କରି ଆନନ୍ଦିତ ହୋଇଥିଲେ। ଅପରପକ୍ଷରେ ଗ୍ରାମରେ ମହିଳା ମାନେ ଏକତ୍ରିତ ହୋଈ ପନ୍ଥେଇ ପୂଜାର୍ଚ୍ଚନା କରି ମା ମଙ୍ଗଳାଙ୍କ ପାଇଁ ଓଷା କରିଥିଲେ। ଯାହା ଓଡ଼ିଆ ସଂସ୍କୃତି ଓ ପରମ୍ପରାର କଥା କହୁଥିଲା।
କାକଟପୁରରୁ ଜ୍ଞାନ ରଞ୍ଜନ ବିଶ୍ଵାଳ ଙ୍କ ରିପୋର୍ଟ୍
