ନାବାଳିକା କୁ ଗଣ ଦୁଷ୍କର୍ମ
କନ୍ଧମାଳ , ଟିକାବାଲି ଅଞ୍ଚଳ ର ନାବାଳିକା ରୀନୁ ମହାପାତ୍ର ଫେବୃଆରୀ ମାସ ୨୭ /୦୩/୩୦୨୫ ତାରିଖରେ ଟିଉସନ୍ ଯାଇ ଘରକୁ ନ ନଫେରିବାରୁ ପରିବାର ଲୋକେ ଖୋଜା ଖୋଜି ପରେ ଟିକାବାଲି ଥାନାରେ ଗୋଟଏ ଲିଖିତ ଅଭିଯୋଗ କରିଥିଲେ l ଟିକାବାଲି ପୋଲିସ ଏହି ଅଭିଯୋଜ କୁ ଭିତ୍ତିକରି (୩୮/୨୫) କେଶ୍ ରୁଜୁ କରି ଏହାର ତଦନ୍ତ ଜର ଜାର କରିଥିଲେ । କିନ୍ତୁ ଦୀର୍ଘକ ଦିନ ପରେ ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଗାଜଲବାଡ଼ି ପଞ୍ଚାୟତ ର କୋଟାମଣି ପାହାଡ ତଳ ଜଙ୍ଗଲରୁ ଜଣେ ଅଜଣା ବ୍ୟକ୍ତିଙ୍କ ଖପୁରୀ,କଙ୍କାଳ, ହାଡ ଜବତ ହେବା ସହ ଅଧପଡ। ଦୁଇ ଗୋଟି ମୋବାଇଲ୍ , ପ୍ୟାଣ୍ଟ୍, ବେକର୍ ମାଳି ଜବତ ହେବା ଘଟଣା ରେ ସୋରଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ସାଇଁ ଟି ଫିକ୍ ଟିମ୍ ମଧ୍ୟ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ।ତେବେ ନରକଙ୍କାଳା ଟି ଗୋଟିଏ ନାବାଳିକା ର ବୋଲି ଜଣା ପଡ଼ିଥିଲା l ଟିକାବାଲି ଅଞ୍ଚଳର ନାବାଳିକା କୁ ହତ୍ୟା ଘଟଣା ଘଟଣା ଜଣା ପଡିଥିଲା l ଟିକାବାଲି ପୋଲିସ ଏହି ସଂକ୍ରାନ୍ତ ତ ରେ ଚାରିଜଣ ଜଣଙ୍କୁ ଗିରଫ କରିଥିଲା l ଏହି ଘଟଣା କୁ ନେଇ ପରିବାର ଲୋକେ ନ୍ୟାୟ ଦାବି କରିଥିବା ବେଳେ ଟିକାବାଲି ଅଞ୍ଚଳ ଲୋକେ ଦୋଷୀକୁ କଠୋର ଦଣ୍ଡ ଓ ଆଇନ୍ ଶୃଙ୍ଖଳା କୁ ସଜାଡ଼ିବା ପାଇଁ ଆଜି ଟିକାବାଲି ୧୨ ଘଣ୍ଟା ବନ୍ଦ ଡାକରା ଦେବା ସହ ଗାଡି ଚଳାଚଳ ଓ ଦୋକାନ ବଜାର ବନ୍ଦ କରିଛନ୍ତି l
