ପ୍ରେମ ବିବାହକୁ ୫ମାସ, ଅଢ଼େଇ ମାସର ଗର୍ଭବତୀ ଥାଇ ସ୍ବାମୀଙ୍କୁ ଛାଡ଼ି ସ୍ତ୍ରୀ ନିଖୋଜ

ଗଢି ଉଠିଲା ପ୍ରେମ ସମ୍ପର୍କ ପରେ ବିବାହ ହେଲା ଆଉ ମହିଳା ଜଣଙ୍କ ଅଢ଼େଇ ମାସର ଗର୍ଭବତୀ ହୋଇ ମଧ୍ୟ ସ୍ବାମୀଙ୍କୁ ଛାଡ଼ି ନିଶବ୍ଦ ରାତ୍ରୀରେ କେଉଁଆଡେ ନିଖୋଜ ହୋଇଗଲେ l ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ବାହାଦଲପୁର ଗ୍ରାମର ଗୌରାଙ୍ଗ ଯେନାଙ୍କ ପୁଅ ପ୍ରକାଶ ଯେନା କେନ୍ଦୁଝର ଜିଲ୍ଲା ସୋସୋ ଥାନା ମଉଦା ଗ୍ରାମର ମଙ୍ଗୁଳି ଚରଣ ଯେନାଙ୍କ ଝିଅ ମିରାରାଣୀଙ୍କୁ ଗତ ୫ମାସ ପୂର୍ବେ ପ୍ରେମ ବିବାହ କରିଥିଲେ l ବିବାହର କିଛି ମାସ ଶ୍ଵଶୁର ଘରେ ହସ ଖୁସିରେ କଟିବା ପରେ ମହିଳା ଜଣଙ୍କ ଅଢ଼େଇ ମାସର ଗର୍ଭବତୀ ମଧ୍ୟ ହୋଇଥିଲେ l ହେଲେ ସମସ୍ତେ ବେଶ୍ ଖୁସି ଥିବା ବେଳେ ଗତ ରବିବାର ରାତ୍ରୀରେ ଘରେ ସମସ୍ତେ ଶୋଇଥିବା ବେଳେ ମହିଳା ଜଣଙ୍କ କାହାକୁ କିଛି ନଜଣାଇ କେଉଁଆଡେ ନିଖୋଜ ହୋଇଯାଇଛନ୍ତି l ତେବେ ସ୍ଵାମୀଙ୍କ ଅଭିଯୋଗ ଅନୁଯାୟୀ ବିବାହ ସମୟରେ କନ୍ୟାଙ୍କ ପରିବାର ଲୋକେ ସହମତି ପ୍ରକାଶ ନକରିବା ସହ ଭଣ୍ଡାରିପୋଖରୀ ଥାନାରେ ଏତଲା ଦେଇଥିଲେ l କନ୍ୟାଙ୍କ ପକ୍ଷରୁ ଏତଲା ପାଇ ଭଣ୍ଡାରିପୋଖରୀ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ବିବାହକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲା l ମାତ୍ର ଯୁବତୀ ଜଣଙ୍କ ନିଜ ଇଚ୍ଛାନୁଯାୟୀ ବିବାହ କରୁଥିବା ପୋଲିସ୍ ସାମ୍ନାରେ ପ୍ରକାଶ କରିବାପରେ ପୋଲିସ୍ ବିବାହରେ କୌଣସି ହସ୍ତକ୍ଷେପ କରିନଥିଲା ବେଳେ ବାହାଘର ମଧ୍ୟ ସଫଳ ହେଲା ଆଉ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ l ହେଲେ କାହିଁକି ହଠାତ୍ ଏମିତି ଘଟିଲା ତାକୁ ନେଇ ଏବେ ସମସ୍ତେ ଚିନ୍ତାରେ l ମହିଳା ଜଣଙ୍କ ବିଳମ୍ବିତ ରାତ୍ରୀରୁ କାହାକୁ କିଛି ନଜଣାଇ ନିଖୋଜ ହେବା ପରେ ସ୍ବାମୀ ପ୍ରକାଶ ଏବଂ ତାଙ୍କ ପରିବାର ଲୋକେ ବିଭିନ୍ନ ସ୍ଥାନରେ ବୋହୂ ମୀରାରାଣୀଙ୍କୁ ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କର କୌଣସି ସନ୍ଧାନ ନପାଇ ଶେଷରେ ଉପାୟଶୂନ୍ୟ ହୋଇ ଏନେଇ ଭଣ୍ଡାରିପୋଖରୀ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି l ସେପଟେ ଆଜକୁ ୮ଦିନ ବିତି ଯାଇଥିଲେ ସୁଦ୍ଧା ମହିଳାଙ୍କର କୌଣସି ସନ୍ଧାନ ମିଳି ପାରିନି ଆଉ ଯାହାକୁ ନେଇ ଏବେ ସମସ୍ତେ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି l

Leave a Reply

Your email address will not be published. Required fields are marked *