ନଦୀ ପଠା ରୁ ମିଳିଲା କଟା ମୁଣ୍ଡ ଶବ
ନୃସିଂହ ଚରଣ ଦାଶ, ରାଇକିଆ, ତା 25/3/25 କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ବଢ଼ିମୁଣ୍ଡା ଗ୍ରାମ ପଞ୍ଚାୟତ ର ବରସାହି ନଦୀ ନିକଟରେ ମୁଣ୍ଡ ବିହିନ ଶବ କୁ ଉଦ୍ଧାର କରିଛି ଟିକାବାଲି ପୋଲିସ ।ସୁଚନା ଅନୁଯାୟୀ ବଢିମୁଣ୍ଡା ଗ୍ରାମ ର ପବିତ୍ର ପ୍ରଧାନ ଗତକାଲି ଦିନ ୧୨ଟା ସମୟ ରେ ଛେଳି ଚରାଇବା ସକାଶେ ନଦୀ ନିକଟକୁ ଯାଇଥିଲେ। । ଦିନ ୩ ଘଣ୍ଟିକା ସମୟ ରେ ଫୋନ ଯୋଗେ ଘର ଲୋକଙ୍କ ସହ କଥାବାର୍ତ୍ତା ମଧ୍ୟ ହୋଇଥିଲେ କିନ୍ତୁ ସନ୍ଧ୍ୟା ରେ ଛେଳି ଘର କୁ ଫେରିଥିଲେ ସୁଦ୍ଧା ୭ଟା ପଯ୍ୟନ୍ତ ପବିତ୍ର ଘରକୁ ଫେରି ନ ଥିଲେ ଯାହା ଫଳ ରେ ପରିବାର ଲୋକ ବିଭିନ୍ନ ଜାଗାରେ ଖୋଜା ଖୋଜି ଆରମ୍ଭ କରିଥିବା ବେଳେ ନଦୀ ପଠା କ୍ଷେତ ରେ କଟା ମୁଣ୍ଡ ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ଟିକାବାଲି ପୋଲିସ୍ ଘଟଣା ସ୍ଥଳ ରେ ପହଞ୍ଚି ଶବ କୁ ଜବତ କରିଥିବା ବେଳେ ଆଜି ଏସପି ହରିଶ୍ ବିଶି,ଏସଡିପିଓ ବିଜୟ କୁମାର ବିଶି ଙ୍କ ସହିତ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ କରୁଥିବା ଦେଖିବାକୁ ମିଳିଅଛି।
