ପରିଛଳସ୍ଥିତ ଦୟାନନ୍ଦ ଗୁରୁକୁଳରେ ବୈଦିକ ଯଜ୍ଞ ଅନୁଷ୍ଠିତ

ଜଟଣୀ ତା ୨୬-୩-୨୫ ବୈଦିକ ବିଚାର ଧାରାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ଅହ ରହ ଉଦ୍ୟମ କରିଆସୁଥିବା ଶ୍ରୀ ବୀରେନ୍ଦ୍ର ପଣ୍ଡା (ଓ ଟି ଭି)ର ବିଭିନ୍ନ କାର୍ଯ୍ୟକ୍ରମର ଭାଗ ନେଇ ସରଳ ଭାଷାରେ ସଂସ୍କାରମୂଳକ ବୈଦିକ ଆଲୋଚନା କରିଆସୁଛନ୍ତି । ତାଙ୍କରି ଉଦ୍ୟମରେ ଖୋର୍ଦ୍ଧା ଜିଲ୍ଲାର ପରିଛଳ ଠାରେ ଦୟାନନ୍ଦ ଗୁରୁକୁଳ ନାମକ ଆଶ୍ରମ ପ୍ରତିଷ୍ଠା ହୋଇଛି । ସେଠାରେ ଛାତ୍ର ଛାତ୍ରୀ ମାନଙ୍କୁ ବୈଦିକ ରୀତିରେ ଶିକ୍ଷା ଦାନ କରାଯିବା ସହ ପ୍ରତ୍ୟେକ ଛାତ୍ର ଛାତ୍ରୀ ମାନଙ୍କ ଜନ୍ମ ଦିନରେ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇ ଆସୁଛି ।ସେହି କ୍ରମରେ ଦୟାନନ୍ଦ ଗୁରୁକୁଳ ଆଶ୍ରମରେ ଜଣେ ଛାତ୍ରୀଙ୍କ ଜନ୍ମ ତିଥିରେ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ରାୟଗଡା ଆର୍ଯ୍ୟ ସମାଜର ସଭାପତି ଶ୍ରୀ ରାଜକିଶୋର ସାହୁ ଅତିଥି ଭାବେ ଯୋଗ ଦେଇ ଯଜ୍ଞ କାର୍ଯ୍ୟକୁ ବୈଦିକ ରୀତିରେ ସମାପନ କରିଥିଲେ । ଗୁରୁକୁଳର ସମସ୍ତ ଛାତ୍ର ଛାତ୍ରୀ, ଗରୁମା,ଗୁରୁଜୀ ଓ ଅଧ୍ୟକ୍ଷ ସହଯୋଗ କରିଥିବାବେଳେ ଆଶ୍ରମର ସଞ୍ଚାଳକ ଗୋପାଳକୃଷ୍ଣ ସାଧକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଜଟଣୀରୁ ସ୍ଵତନ୍ତ୍ର ପ୍ରତିନିଧି ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *