ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ଗୁରୁତର
କାମାକ୍ଷାନଗର, କାମାକ୍ଷାନଗର ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥର ଆଳତୁମ ଛକ ଠାରେ ବୁଧବାର ବିଳମ୍ବିତ ରାତିରେ ଏକ ଗାଡି ଧକ୍କାରେ ବାଇକ ଆରୋହୀ ଦମ୍ପତ୍ତି ଗୁରୁତର ଭବେ ଆହତ ହୋଇ ପ୍ରଥମେ ଉପଖଣ୍ଡ ଚିକିତ୍ସାଳୟ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି l ଏହାର ପ୍ରତିବାଦରେ ବସ୍ତିବାସିନ୍ଦାମାନେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ l ଆଳତୁମା ଗ୍ରାମର ବଡଗିଲା ହରିଜନ ବସ୍ତିର ବିପ୍ର ପାତ୍ର ଓ ତାଙ୍କ ପତ୍ନୀ ମଞ୍ଜୁଲତା ଆଳତୁମା ଗ୍ରାମରୁ ଏକ ବାଇକ ରେ ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ l ଫେରିବା ବାଟରେ ଜାତୀୟ ରାଜପଥର ଆଳତୁମା ଛକ ଠାରେ ଏକ ଅଜଣା ଗାଡି ଧକ୍କାରେ ଆରୋହୀ ଦାମ୍ପତ୍ତି ଗୁରୁତର ଭାବେ ଆହତ ହୋଇ ପଡି ରହିଥିଲେ l ପଛରେ ଯାଉଥିବା ବସ୍ତିର କେତେକ ଯୁବକ ଉଭୟଙ୍କୁ ଏକ ଗାଡ଼ିରେ ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରିରହିଲେ l ସେଠାରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି l ଆଜି ଗୁରିବାର ପୂର୍ବାହ୍ନ ୮ ଟାରେ ବସ୍ତିବାସିନ୍ଦା ବିଭିର୍ନ୍ନ ଦାବି ନେଇ ଜାତୀୟ ରାଜପଥକୁ ଅବରୋଧ କରିରହିଲେ l ଫଳରେ ଜାତୀୟ ରାଜପଥର ଉଭାଦିଗରେ ଭାରୀଯାନ ସହିତ ବସ ଅଟକି ରହିଥିଲା l ଖବର ପାଇ ଏସ୍ଡ଼ିପିଓ ଜ୍ଞାନରଞ୍ଜନ ମିଶ୍ର ଥାନା ଅଧିକାରୀ ଆଶିଷ ଜେନା ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିରହିଲେ l ବିଝାସୁଝା ଜାରିବା ପରେ ପ୍ରାୟ ସାଢେ ୯ ଟାରେ ରାସ୍ତା ଅବରୋଧ ହଟିଥିଲା l
